କିଆରା-ସିଦ୍ଧାର୍ଥଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ସାତ ଜନ୍ମ ପାଇଁ ଜୀବନସାଥି ହୋଇଯାଇଛନ୍ତି । ଏହି ନ୍ୟୁଲି ୱେଡ କପୁଲ ଏବେ ଖୁବ୍ ଚର୍ଚ୍ଚାରେ । ଫେବୃୟାରୀ ୧୨ରେ ଏମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ ଯାଉଛନ୍ତି । ଏହାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏବେ ଏହି କପୁଲଙ୍କୁ ସମସ୍ତଙ୍କ ଭଲପାଇବା ସହ ବହୁତ ସାରା ଗିଫ୍ଟ ବି ମିଳୁଛି । ଶୁଣିବାକୁ ମିଳିଛି କି ସିଡକିଆରାଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ଏକ ସ୍ୱତନ୍ତ୍ର ଗିଫ୍ଟ ମିଳିଛି । ମୁକେଶ ଅମ୍ବାନୀ ସିଦ୍ଧାର୍ଥ ଓ କିଆରାଙ୍କୁ ତାଙ୍କ କମ୍ପାନୀ ରିଲାଏନ୍ସ ଟ୍ରେଣ୍ଟ ଫୁଟୱେୟାରର ନୂଆ ବ୍ରାଣ୍ଡ ଆମ୍ବାସଡର କରି ଦେଇଛନ୍ତି । ରିଲାଏନ୍ସ ରିଟେଲର ଭେଞ୍ଚର ଟ୍ରେଣ୍ଡ୍ ଫୁଟୱେୟାର କପୁଲଙ୍କୁ ବ୍ରାଣ୍ଡ ଆମ୍ବାସଡର ହେବାର ସୂଚନା ଦେଇସାରିଛନ୍ତି ।
ରିଲାଏନ୍ସ ରିଟେଲ ଲିମିଟେଡର ଫ୍ୟାଶନ ଆଣ୍ଡ ଲାଇଫଷ୍ଟାଇଲର ପ୍ରେସିଡେଣ୍ଟ ଓ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି, କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ସବୁଠାରୁ ପପୁଲାର ଓ ଟ୍ୟାଲେଣ୍ଟେଡ ଯୁବା ଆଇକନ । ଏମାନଙ୍କର ରହିଛନ୍ତି ଭଳ ଫ୍ୟାନ ଫଲୋଇଙ୍ଗସ୍ । ଏମାନଙ୍କୁ ବ୍ରାଣ୍ଡ ଆମ୍ବାସଡର କରିବା ପରେ ଆମ ଯୁବକଙ୍କ ସହ ସମ୍ପର୍କ ମଜଭୁତ ହେବ ।
ସୂଚନାଯୋଗ୍ୟ, ଅମ୍ବାନୀ ପରିବାର ପକ୍ଷରୁ କୋଟି କୋଟି ଟଙ୍କାର ଉପହାର ମିଳିବା ପରେ କିଆରା ଓ ସିଦ୍ଧାର୍ଥ ଖୁବ୍ ଖୁସି ଅଛନ୍ତି । ତେବେ ଅମ୍ବାନୀ ପରିବାର ସହ କିଆରାଙ୍କର ଭଲ ସମ୍ପର୍କ ରହିଛି । ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ହେଉଛନ୍ତି କିଆରାଙ୍କ ପିଲାଦିନର ସାଥି । କିଆରାଙ୍କ ବିବାହ ଉତ୍ସବରେ ଇଶା ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ପହଞ୍ଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?