Posted inଖେଳ

‘ଆଇପିଏଲର ଦ୍ୱିତୀୟାର୍ଦ୍ଧରେ ଧୋନୀ ଭଲ ପ୍ରଦର୍ଶନ କରିପାରନ୍ତି ’

ନୂଆଦିଲ୍ଲୀ,୨୬।୫: ଆଇପିଏଲ-୧୪’ର ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରନ୍ତି। ଏଭଳି ମତ ରଖିଛନ୍ତି ସିଏସ୍‌କେ ବୋଲର ଦୀପକ ଚହର। ଚଳିତ ବର୍ଷ ଆଇପିଏଲର ୭ ମ୍ୟାଚ୍‌ ଖେଳିଥିବା ସିଏସ୍‌କେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଧୋନୀ ମାତ୍ର ୩୭ ରନ୍‌ କରିଛନ୍ତି।

ଜଣେ ବ୍ୟାଟ୍ସମ୍ୟାନଙ୍କ ଲାଗି ୧୫ରୁ ୨୦ ବର୍ଷ ଧରି ସମାନ ପ୍ରଦର୍ଶନ କରିବା ସହଜ ନୁହେଁ। ନିୟମିତ କ୍ରିକେଟ ଖେଳୁ ନ ଥିବା ବ୍ୟାଟ୍ସମ୍ୟାନ ଆଇପିଏଲ ଭଳି ଇଭେଣ୍ଟରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ। ଏଥି ଲାଗି ସମୟ ଦରକାର। ଧୋନୀ ସର୍ବଦା ଫିନିଶର ଭାବେ ଖେଳନ୍ତି। ଏଭଳି ପରିସ୍ଥିତିରେ ରନ କରିବା ଆହୁରି କଷ୍ଟକର। ୨୦୧୮ ଓ ୨୦୧୯ ସିଜନରେ ଧୋନୀ ଭାଇ ଧିମା ଆରମ୍ଭ କରିଥିଲେ। କିନ୍ତୁ ଶେଷ ଆଡ଼କୁ ଦେଖାଇଥିଲେ ତାଙ୍କର ବଡ଼ ଶଟ ଖେଳିବାର ଦକ୍ଷତା। ଏଣୁ ଆଇପିଏଲର ଦ୍ୱିତୀୟାର୍ଦ୍ଧରେ ଧୋନୀଙ୍କ ଠାରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିପାରେ ବୋଲି ଦୀପକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri