Posted inଖେଳ

Video: ପୁଣି ଦୋହରାଇଲେ ଧୋନି, କହିଲେ କେବେ ନେବେ ଅବସର

ନୂଆଦିଲ୍ଲୀ,୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏମଏସ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଏହି ଆଇକନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହି ଫ୍ରାଞ୍ଚାଇଜି ସହ ବନ୍ଧନ କେବଳ କ୍ରିକେଟ ଖେଳ ସୀମିତ ନୁହେ।

ଚେନ୍ନାଇରେ ଶନିବାର ଏକ ଘରୋଇ କାର୍ଯ୍ୟକ୍ରମରେ ଭାଷଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ଧୋନି ପ୍ରଶଂସକଙ୍କୁ ଆଶ୍ବସ୍ତ କରିଛନ୍ତି ଯେ ତାଙ୍କ ଖେଳ ଜୀବନରେ ଭବିଷ୍ୟତ ଯାହା ହେଉନା କାହିଁକି, ସିଏସକେ ପ୍ରତି ତାଙ୍କର ପ୍ରେମ ଅବିଚ୍ଛେଦ୍ୟ।

“ଧୋନି ବିନା ସିଏସକେ ନାହିଁ” ବୋଲି ପ୍ରଶଂସକଙ୍କ ମଧ୍ୟରେ ପ୍ରଚଳିତ କଥାକୁ ଧୋନି ନିଜେ ମଧ୍ୟ ପୁଷ୍ଟି କରିଛନ୍ତି। ୪୪ ବର୍ଷୀୟ ଧୋନି କହିଛନ୍ତି, “ମୁଁ ସବୁବେଳେ କହି ଆସୁଛି ଯେ ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ଅନେକ ସମୟ ଅଛି। କିନ୍ତୁ ଯଦି ଆପଣ ମୋତେ ହଳଦିଆ ଜର୍ସିରେ ଫେରିବା ବିଷୟରେ ପଚାରୁଛନ୍ତି, ତେବେ ମୁଁ କହିବି ଯେ ମୁଁ ଖେଳୁଛି କି ନାହିଁ, ତାହା ଅଲଗା କଥା, କିନ୍ତୁ ଆମେ ସବୁବେଳେ ହଳଦିଆ ଜର୍ସିରେ ରହିବୁ। ମୁଁ ଓ ସିଏସକେ ଏକାଠି, ଆଗାମୀ ୧୫-୨୦ ବର୍ଷ ପାଇଁ ମଧ୍ୟ।”

୨୦୦୮ରେ ଆଇପିଏଲର ଆରମ୍ଭରୁ ସିଏସକେର ମୁଖ୍ୟ ଚେହେରା ରହି ଆସିଥିବା ଧୋନି ୨୦୨୫ ସିଜନରେ ପୁଣି ଥରେ ଦଳର ନେତୃତ୍ବ ନେଇଥିଲେ। ପ୍ରାରମ୍ଭରେ ରୁତୁରାଜ ଗାୟକୱାଡ଼ଙ୍କୁ ଅଧିନାୟକତ୍ବ ହସ୍ତାନ୍ତର କରିଥିଲେ ମଧ୍ୟ, ଗାୟକୱାଡ଼ଙ୍କ କାନ୍ଦ ଆଘାତ ଯୋଗୁଁ ସିଜନ ମଝିରେ ଧୋନି ପୁଣି ଅଧିନାୟକତ୍ବ ଗ୍ରହଣ କରିଥିଲେ।

କିନ୍ତୁ ୨୦୨୫ ସିଜନ ପାଞ୍ଚଥର ଚାମ୍ପିଅନ ସିଏସକେ ପାଇଁ ଭୁଲିବା ଭଳି ଥିଲା। ୧୪ଟି ମ୍ୟାଚରୁ ମାତ୍ର ୪ଟିରେ ଜିତି ଦଳ ତାଲିକାର ତଳେ ରହିଥିଲା, ଯାହା ଆଇପିଏଲ ଇତିହାସରେ ସିଏସକେର ସବୁଠାରୁ ଖରାପ ପ୍ରଦର୍ଶନ ମଧ୍ୟରୁ ଗୋଟିଏ। ତଥାପି, ଧୋନିଙ୍କ ଉପସ୍ଥିତି ପ୍ରଶଂସକ ଓ ଖେଳାଳିଙ୍କ ମଧ୍ୟରେ ଅବିଚ୍ଛିନ୍ନ ସମର୍ଥନ ଲାଭ କରିଛି। ଗତ କିଛି ସିଜନ ଧରି ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି।

୨୦୨୪ ଆଇପିଏଲ ପରେ ସେ ଅବସର ନେବେ ବୋଲି ଅନେକେ ଆଶା କରିଥିଲେ। କିନ୍ତୁ ଆଣ୍ଠୁ ଆଘାତରୁ ସୁସ୍ଥ ହୋଇ ଧୋନି ୨୦୨୫ରେ ପୁଣି ହଳଦିଆ ଜର୍ସିରେ ଫେରିଥିଲେ। ଆଇପିଏଲ ୨୦୨୬ରେ ଧୋନି ଖେଳିବେ କି ନାହିଁ, ତାହା ସେ ସ୍ପଷ୍ଟ କରି ନାହାନ୍ତି। ତେବେ ସେ ରୁତୁରାଜ ଗାୟକୱାଡ଼ଙ୍କୁ ପୁଣି ଅଧିନାୟକ ଭାବେ ଫେରିବା ପାଇଁ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?