Posted inଖେଳ

ଟିମ୍‌ ଇଣ୍ଡିଆକୁ ପୁଣି ଚାମ୍ପିଅନ୍‌ କରିବେ ଗମ୍ଭୀର-ଧୋନୀ? ଏହି ଗୁରୁ ଦାୟିତ୍ୱ ଦେବ BCCI

ନୂଆଦିଲ୍ଲୀ,୩୦।୮: ୨୦୧୧ରେ ୨୮ ବର୍ଷ ପରେ ଟିମ୍‌ ଇଣ୍ଡିଆ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ବିଜୟରେ ସବୁଠାରୁ ବଡ଼ ଭୂମିକା ଥିଲା ଏମ୍‌ଏସ୍‌ ଧୋନୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ। ଏହି ଯୋଡ଼ି ଟିମ ଇଣ୍ଡିଆର ବର୍ଷ ବର୍ଷର ଅପେକ୍ଷାକୁ ଶେଷ କରିଥିଲା। ଏବେ ବହୁ ବର୍ଷ ପରେ ଏହି ଦୁଇ ଭେଟେରାନ ପୁଣି ଥରେ ଟିମ୍‌ ଇଣ୍ଡିଆକୁ ଚାମ୍ପିଅନ କରିବା ପାଇଁ ଏକତ୍ରିତ ହୋଇପାରନ୍ତି, ଯଦି ବିସିସିଆଇର ଏହି ଯୋଜନା ସଫଳ ହୁଏ। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଧ୍ୟାନ ଏସିଆ କପ୍‌ ଉପରେ ଥାଇପାରେ, କିନ୍ତୁ ବିସିସିଆଇ ୨୦୨୬ ଟି-୨୦ ବିଶ୍ୱକପର ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୨୬ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଏସିଆ କପ୍‌ ଏଥର ଟି-୨୦ ଫର୍ମାଟରେ ଖେଳାଯିବ। ଆଗାମୀ ବର୍ଷ ଖେଳାଯିବା ଏହି ଟୁର୍ନାମେଣ୍ଟ ପୂର୍ବରୁ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକାଠି କାମ କରିବାର ସମ୍ଭାବନା ରହିଛି।
ମିଡିଆ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ମେଣ୍ଟର ହେବାକୁ ପ୍ରସ୍ତାବ ଦେଇଛି। ଧୋନୀ ୨୦୨୧ରେ ଆୟୋଜିତ ଟି-୨୦ ବିଶ୍ୱକପରେ ମେଣ୍ଟର ଭୂମିକା ନିଭାଇଥିଲେ, କିନ୍ତୁ ସେତେବେଳେ ଟିମ ଇଣ୍ଡିଆର ପ୍ରଦର୍ଶନ ଖରାପ ଥିଲା ଓ ଦଳ ଗ୍ରୁପ ଷ୍ଟେଜ୍‌ରୁ ବାହାରି ଯାଇଥିଲା।
କ୍ରିକବ୍ଲଗର ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ସୂତ୍ର ନିଶ୍ଚିତ କରିଛନ୍ତି ଯେ ଧୋନୀଙ୍କୁ ଏହି ପଦ ପ୍ରଦାନ କରାଯାଇପାରେ। ସେ ପୁଣି ଥରେ ଭାରତୀୟ କ୍ରିକେଟକୁ ମାର୍ଗଦର୍ଶନ କରିବାକୁ ପ୍ରସ୍ତାବ ଦିଆଯାଇଛି। ବୋର୍ଡ ମନେ କରୁଛି ଯେ ତାଙ୍କର ରଣନୀତିକ ଚିନ୍ତାଧାରା, ଶାନ୍ତ ନେତୃତ୍ୱ କ୍ଷମତା ଓ ଟୁର୍ନାମେଣ୍ଟ ଜିତିବାର ଅଭିଜ୍ଞତା ଦଳକୁ ଆଉ ଏକ ବିଶ୍ୱ ଟାଇଟଲ ଜିତିବା ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ପ୍ରଶ୍ନ ହେଉଛି, ଧୋନୀ ଏହି ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ।
ଗମ୍ଭୀର-ଧୋନୀଙ୍କୁ ଏକାଠି ଆଣିବ ବିସିସିଆଇ?
ଗୌତମ ଗମ୍ଭୀର ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ ଅଛନ୍ତି। ଯଦି ଧୋନୀ ମେଣ୍ଟର ହୁଅନ୍ତି, ତେବେ ଏହି ଦୁଇ ଭେଟେରାନଙ୍କୁ ଏକାଠି କାମ କରିବାକୁ ପଡ଼ିବ। ତେବେ ବିଗତ କିଛି ବର୍ଷରେ ଏହି ଦୁଇ ଭେଟେରାନଙ୍କ ସମ୍ପର୍କରେ ତିକ୍ତତାର ଖବର ଆସିଛି, ବିଶେଷକରି ଗମ୍ଭୀରଙ୍କ ବୟାନବାଜୀ ଯୋଗୁ। ସେ ଅନେକ ଥର ଧୋନୀଙ୍କ ବିରୋଧରେ ବୟାନ ଦେଇଛନ୍ତି। ତଥାପି ମଇଦାନରେ ଧୋନୀ ଓ ଗମ୍ଭୀର ସବୁବେଳେ ପରସ୍ପରକୁ ସମ୍ମାନ ଦେଖାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?