Posted inଖେଳ

ବଦଳିଲା ଧୋନୀଙ୍କ ଲୁକ୍‌, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ ୧୩ତମ ସିଜିନ ପରଠାରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରତିଯୋଗିତାମୂଳକ କ୍ରିକେଟଠାରୁ ଦୂରରେ ରହିଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ଏଠାରେ ସେ ଏକ ବିଜ୍ଞାପନର ଶୁଟିଂ ପାଇଁ ପହଞ୍ଚିଥିଲେ। ଖେଳଠାରୁ ଦୂରରେ ଥିବାରୁ ଧୋନୀ ସର୍ବସାଧାରଣରେ ଅଧିକ ଦେଖାଯାନ୍ତି ନାହିଁ। ତଥାପି, ତାଙ୍କ ପ୍ରଶଂସକମାନେ ତାଙ୍କ ବିଷୟରେ ଜାଣିବାକୁ ସର୍ବଦା ଚେଷ୍ଟା କରନ୍ତି। ଏଥର ମାହିଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଧୋନୀ ଏକ ନୂଆ ଲୁକ ସହିତ ବାହାରକୁ ଆସିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଧୋନୀ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ସେ ତାଙ୍କର ଧଳା ଦାଢି ସଫା କରିଥିବାବେଳେ ହେୟାର ଷ୍ଟାଇଲକୁ ମଧ୍ୟ ବଦଳାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଆଇପିଏଲ୍‌ରେ ଧୋନୀ ଚେନ୍ନାଇ ସୁପର୍‌ କିଙ୍ଗ୍ସର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?