ଗିରଫ ହେଲେ ବିଶ୍ୱ ସୁନ୍ଦରୀ

କଲମ୍ବୋ,୮।୪ : ନିକଟରେ ମିସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍‌ ଓ୍ବାଲର୍‌ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି କଲମ୍ବୋ ପୋଲିସ। ତାଙ୍କ ବିରୋଧରେ ମଞ୍ଚ ଉପରେ ନିର୍ଯ୍ୟାତନା ଦେବା ଭଳି ଗୁରୁତର ଅଭିଯୋଗ ଆସିଛି। ଯଦି ଜୁରି ସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତି, କୋର୍ଟ ବାହାରେ ସମାଧାନ କରିବାକୁ ପ୍ରସ୍ତୁତ ବୋଲି ଅଭିଯୋଗକାରୀ ପୁଷ୍ପିକା ଡି ସିଲ୍‌ଭା କହିଛନ୍ତି।

କଲମ୍ବୋର ନେଲୁମ ପୋକୁନା ଥିଏଟରରେ ରବିବାର ପୁଷ୍ପିକା ଡି ସିଲ୍‌ଭାଙ୍କୁ ‘ମିସ୍‌ ଶ୍ରୀଲଙ୍କା ୨୦୨୦’ ଘୋଷଣା କରାଯାଇଥିଲା। ଏହାର କିଛି ମିନିଟ୍‌ ପରେ ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିଲେ କାରୋଲିନ ଜୁରି, ଯିଏକି ପୂର୍ବ ବର୍ଷର ମିସ୍‌ ଶ୍ରୀଲଙ୍କା। ମିସ୍‌ ଶ୍ରୀଲଙ୍କା ଜିତିବା ପରେ ଜୁରି ହାତେଇଥିଲେ ‘ମିସ୍‌ ଓ୍ବାଲର୍‌ଡ’ ମୁକୁଟ।

 

ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ। ବର୍ତ୍ତମାନ ଜୁରି ଓ ତାଙ୍କ ସାଥି ଜାମିନରେ ବାହାରେ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରବିବାର ଉତ୍ସବର ଶେଷ ଆଡ଼କୁ ଜୁରି ଦାବି କରିଥିଲେ ଯେ, ପୁଷ୍ପିକା ବର୍ତ୍ତମାନ ବିବାହିତ ନୁହେଁ। ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଏଣୁ ସେ ଏହି ମୁକୁଟ ପାଇଁ ଯୋଗ୍ୟ ନୁହନ୍ତି। ଏହା କହିବା ପରେ ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇ ପ୍ରଥମ ରନର୍ସ ଅପ୍‌କୁ ପିନ୍ଧାଇ ଦେଇଥିଲେ। ତେବେ ମିସ୍‌ ଶ୍ରୀଲଙ୍କା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରତିଯୋଗୀ ବିବାହିତ ହୋଇଥିବା ଦରକାର। ତେବେ ପୁଷ୍ପିକା ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଆଇନଗତ ଛାଡ଼ପତ୍ର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଟାର୍ଗେଟ୍‌ରେ ଆଇଏସ୍‌ ଆତଙ୍କବାଦୀ ବଗଦାଦି

ଓ୍ବାଶିଂଟନ,୨୭।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦି ଆମେରିକା ସୈନ୍ୟ ବାହିନୀ ଟାର୍ଗେଟ୍‌ରେ ରହିଛନ୍ତି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ କିଛି...

ଏଲେକ୍ସି ନଭାଲନିଙ୍କ ମୁକ୍ତି ପାଇଁ ମାଇନସ୍ ୫୦ ଡିଗ୍ରୀରେ ପ୍ରଦର୍ଶନ କଲେ ସମର୍ଥକ

ମସ୍କୋ,୨୪ ।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଓ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଶନିବାର ଟଣାଭିଡା ହୋଇଯାଇଛି...

ହାତର ହକିକ୍‌ ମୁଦି ଏବଂ ପର୍ସରୁ ସୁଲେମାନିଙ୍କୁ କରାଗଲା ଚିହ୍ନଟ

ବାଗଦାଦ୍‌,୩।୧: ଆମେରିକା ପକ୍ଷରୁ ଇରାକ୍‌ର ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିଙ୍କ ସମତେ...

ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା...

ମୁଣ୍ଡରେ ସିନ୍ଦୁର, ଖାଲି ପାଦରେ ମନ୍ଦିର ଯାଇ ପୁରୀ, ସୋଲା ତରକାରୀ ଖାଇଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ଅକଲାଣ୍ଡ,୧୦।୮: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅରଡେନ ନିଜ ବେଶଭୂଷାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅକଲାଣ୍ଡରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ।...

ଭୂକମ୍ପରେ ଥରିଲା ଇସ୍ତାନବୁଲ

ଇସ୍ତାନବୁଲ,୨୭।୯: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପ ଯୋଗୁ ୩୦ରୁ ଊର୍ଦ୍ଧ୍ୱ...

ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ...

ସୁନୀଲ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ନ୍ୟୁୟର୍କ, ୩୦ା୧୦:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ସୁନୀଲ ଫ୍ରିମ୍ୟାନ୍‌। ପାର୍ଟି ଫର୍‌ ସୋସିଆଲିଜମ୍‌ ଆଣ୍ଡ୍‌...

Advertisement

BGU

Archives

Model This Week

Why Dharitri