ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…

ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ଜିତିବା ଧିରେ ଧିରେ ସ୍ପଷ୍ଟ ହେଉଛି। ଅପରପକ୍ଷେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ ଏହି ଜନାଦେଶକୁ ଗ୍ରହଣ କରିବାକୁ ଅସ୍ବୀକାର କରିଛନ୍ତି। ଏପରିକି ବାଇଡେନ୍‌ଙ୍କ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏଭଳି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହ୍ବାଇଟ୍‌ ହାଇସ୍‌ ବାହାରେ ଏକ ଟ୍ରକ୍‌ ଦେଖିବାକୁ ମିଳୁଛି। ବ୍ୟବହାରକାରୀମାନେ ଏଥିରେ ଭଳିକି ଭଳି ମନ୍ତବ୍ୟ ଦେଉଛନ୍ତି।

ଷ୍ଟ୍ରେଟ୍‌ଆଉଟ୍‌ଏକନ୍‌ଟେକ୍ଟ ନାମକ ଟୁଇଟର ବ୍ୟବହାରକାରୀ ଭିଡିଓଟିକୁ ପୋଷ୍ଟ କରିଛନ୍ତି। କ୍ୟାପଶନରେ ‘ ମୁଁ ହ୍ବାଇଟ୍‌ ହାଉସ୍‌ ବାହାରୁ ଏହି ସଟ୍‌ ନେଉଛି। ଏକ ଭଲ ସଙ୍କେତ ଭଳି ଏକ ଟ୍ରକ ଏଠାରେ ଛିଡ଼ା ହୋଇଛି ବୋଲି ସେ ଲେଖିଛନ୍ତି। ଏହାକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୩ହଜାରରୁ ଅଧିକ ଲୋକ ରିଟୁଇଟ କରିଛନ୍ତି। ଭିଡିଓରେ ମନ୍ତବ୍ୟ ରଖି ପରାଜୟର ଦ୍ୱାରଦେଶରେ ପହଞ୍ଚିଥିବା ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ ଛାଡ଼ିଯିବାର ପ୍ରସ୍ତୁତି କରୁଛନ୍ତି ବୋଲି କେହି କେହି କହୁଛନ୍ତି। ସେହିଭଳି ଗୋଟିଏ ପଟେ ଜିତିବା ଦାବି କରି ଆସୁଥିବା ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ରୁ ବାହାରିବାକୁ ଯୋଜନା କରୁଥିବା ମଧ୍ୟ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କଲେ କିମ୍‌, ଅନ୍ତର୍ଜାତୀୟସ୍ତରରେ ଚହଳ…

ପୋୟଙ୍ଗୟାଙ୍ଗ୍‌,୧୬।୯: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆମେରିକାର ବାରମ୍ବାର ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଜାରି ରଖିଛନ୍ତି। ଏବେ...

କାନାଡ଼ାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୯।୪: କାନାଡ଼ାର ଟରଣ୍ଟୋସ୍ଥିତ ମେଟ୍ରୋ ରେଳଷ୍ଟେଶନର ପ୍ରବେଶ ପଥରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ କାର୍ତ୍ତିକ ବାସୁଦେବ ବୋଲି ପୋଲିସ ସ୍ପଷ୍ଟ...

ଟାଇମ୍ସ ସ୍କୋୟାର ଡିସ୍‌ପ୍ଲେକୁ ଆମେରିକାରେ ବିରୋଧ

ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ।...

କରୋନା ଉପରେ ଲଗାମ ନାହିଁ

ଓ୍ବାଶିଂଟନ/ରୋମ୍‌/ପ୍ୟାରିସ୍‌, ୭ା୪ : କରୋନା ଭାଇରସ୍‌ ବେଲଗାମ୍‌ ସ୍ଥିତିରେ ପହଞ୍ଚିଛି। ବିଶ୍ୱର ୨୦୯ ଦେଶରେ ଏହି ଭୂତାଣୁ ନିଜର ଅଧିକାର ଜାହିର କରିବା ପରେ ପ୍ରାୟ...

ଏଲ୍‌ଏସିରେ ଫାଇବର ତାର ବିଛାଇଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୪।୧୧: ଭାରତ ବିରୋଧରେ ଚାଇନା ଷଡଯନ୍ତ୍ର ଜାରି ରଖିଛି। ଗତ ବର୍ଷ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁ ସଙ୍କଟ ଦେଖାଦେଇଥିଲା। ତେବେ ଏବେ...

ଚିନ୍ତାରେ ପାକିସ୍ତାନ: ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଇସ୍‌ଲାମାବାଦ,୧୪।୧୦: ପାକିସ୍ତାନରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢିଯାଇଛି ବୋଲି କହିଛନ୍ତି...

ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି...

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା...

Advertisement
Archives

Model This Week