ଆଗକୁ ବଢ଼ିବା

ଆକାର ପଟେଲ

ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ ବିଗତ ଦୁଇ ବର୍ଷ ଏକାଭଳି ଜଣାପଡ଼େ। ଆମେ ୨୦୨୦କୁ କୋଭିଡ୍‌ ମହାମାରୀରୁ ଆରମ୍ଭ କଲେ ଓ ୨୦୨୧ ମଧ୍ୟ ସେଥିରେ ଶେଷ କରିବାକୁ ଯାଉଛେ। କେବଳ କୋଭିଡ୍‌ ନୁହେଁ, ଏହି ଦୁଇ ବର୍ଷରେ ଆମକୁ ଆହୁରି ଅନେକ ସମସ୍ୟା ସାମ୍‌ନା କରିବାକୁ ପଡ଼ିଛି। ଆଭ୍ୟନ୍ତରୀଣ ଅନିଶ୍ଚିତତା, ସୀମାରେ ଉତ୍ତେଜନା ଏବଂ ୨୦୧୭ରୁ ମାନ୍ଦା ଅର୍ଥବ୍ୟବସ୍ଥା ଲାଗି ରହିଛି। ଏସବୁ ସ୍ଥାୟୀ ଭାବେ ହେଉ କିମ୍ବା ସ୍ବଳ୍ପ ସମୟ ପାଇଁ ଆମ ସହ ହିଁ ରହିବ। ତେବେ ୨୦୨୨ ଆଉ କେଇଦିନ ପରେ ଆରମ୍ଭ ହେବ। ଏହି ବର୍ଷ ଆରମ୍ଭରୁ ଆମର କ’ଣ ଆଶା ରହିବ ତାହା ଆଲୋଚନା କରିବା। ଆମେ ପ୍ରଥମେ କଶ୍ମୀରକୁ ଦେଖିବା। ସେଠାରେ ସବୁ କିଛି ଠପ୍‌ ହୋଇଯାଇଛି। କଶ୍ମୀରବାସୀଙ୍କ ପୂର୍ବ ସାମ୍ବିଧାନିକ ଅଧିକାର ନଷ୍ଟ କରିଦେଲୁ, ହେଲେ ସେମାନଙ୍କୁ ଏହାଠୁ ଭଲ ଆଉ ଅଧିକ କଛି ଦେବାକୁ ସକ୍ଷମ ହୋଇ ପାରିଲୁ ନାହିଁ। ଆଜି ସେମାନେ ଗଣତାନ୍ତ୍ରିକ ଧାରାରେ ଶାସିତ ହେଉନାହାନ୍ତି। କେହି ସେଠାରେ ନିବେଶ କରିପାରୁ ନାହାନ୍ତି। ପଣ୍ଡିତମାନେ ଫେରି ନାହାନ୍ତି, ହିଂସା ଜାରି ରହିଛି। ୨୦୧୧ରୁ ୨୦୧୫ ମଧ୍ୟରେ ପ୍ରତ୍ୟେକ ବର୍ଷର ମୃତ୍ୟୁ ସଂଖ୍ୟାଠାରୁ ଚଳିତ ବର୍ଷ ସେଠାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏହା ଥମିବାର କୌଣସି ସଙ୍କେତ ମିଳୁନାହିଁ। କଶ୍ମୀରରେ କିପରି ସ୍ବାଭାବିକ ସ୍ଥିତି ଫେରିବ ତା’ପ୍ରତି ଆମେ ଆଗ୍ରହ ପ୍ରଦର୍ଶନ ନ କରି ଅନ୍ୟ ରାଜ୍ୟ ଉପରେ ଗୁରୁତ୍ୱ ଦେବାରେ ଲଗିଛୁ। ଶୁକ୍ରବାର ପ୍ରାର୍ଥନା ପାଇଁ ଶ୍ରୀନଗରର ମୁଖ୍ୟ ମସ୍‌ଜିଦ ବନ୍ଦ ହୋଇଥିବା ହୁଏତ ଖୁବ କମ୍‌ ଜାଣନ୍ତି। ଏହାକୁ ଖୋଲି ଦେଲେ ଲୋକେ କାଳେ ସେମାନଙ୍କ ଅନୁଭବ ପ୍ରକାଶ କରିଦେବେ ତାହାକୁ ନେଇ ସରକାର ଚିନ୍ତିତ। କଶ୍ମୀର ଲାଗି ସରକାରଙ୍କ କୌଣସି ଯୋଜନା ନ ଥିବାରୁ ୨୦୨୨ ଏଭଳି ସ୍ଥିତି ଲାଗି ରହିବା ଅନୁମାନ କରାଯାଉଛି। ସୀମା ସମସ୍ୟାକୁ ଲକ୍ଷ୍ୟ କରାଯାଉ। ଲଦାଖ ସୀମାରେ ଚାଇନା ଅନୁପ୍ରବେଶ କରିଛି ବୋଲି ଆମେ ଏଯାବତ ସ୍ବୀକାର କରିନାହଁୁ। ଏହାଯୋଗୁ ଫେବୃୟାରୀ ୨୦୨୦ର ପୂର୍ବ ସ୍ଥିତିକୁ ଫେରିବା ଲାଗି ତା’ଉପରେ କୌଣସି ଚାପ ପକାଉନାହଁୁ। ଲଦାଖ ସୀମା ଅତ୍ୟନ୍ତ କଷ୍ଟକର ଅଞ୍ଚଳ ଏବଂ ଏହା ନିଶ୍ଚିତ ଯେ, ସେଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ଉଭୟ ଦେଶର ସୈନ୍ୟମାନେ ଯନ୍ତ୍ରଣା ଭୋଗୁଛନ୍ତି। ଘଟଣା ହେଉଛି, ଚାଇନା ୧୯୫୯ର କ୍ଲେମ୍‌ ଲାଇନ୍‌ (ଏଲ୍‌ଏସି) ଯାଏ ପହଞ୍ଚିବାକୁ ଚାହଁୁଥିଲା ଓ ତାହା ସ୍ପଷ୍ଟତଃ ସମ୍ଭବ ହୋଇପାରିଛି। ଯେଉଁ କେତେକ ଲୋକ ଜାତୀୟ ସୁରକ୍ଷା ସର୍ମ୍ପକରେ କଲମ ଚଳାଉଛନ୍ତିି ସେମାନେ ଏହାକୁ ଏକ ବଡ଼ ସମସ୍ୟା ବୋଲି କହିବେ, କିନ୍ତୁ ସରକାର ସବୁ କିଛି ଘଟଣାକୁ ନିୟନ୍ତ୍ରଣ କରୁଥିଲେ ବି ତାଙ୍କ ପାଇଁ ଏହା ସେଭଳି ଚିନ୍ତାର କାରଣ ନ ହେବା ଆଶ୍ଚର୍ଯ୍ୟର କଥା। ଏହି ସମୟରେ ଚାଇନା ବିରୋଧରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସହ ଆମ ମେଣ୍ଟ ପ୍ରାୟତଃ ଶେଷ ହୋଇଯାଇଛି। ଅନ୍ୟପଟେ ଆମେରିକା ସୁରକ୍ଷାକୁ ନେଇ ଚାଇନା ବିରୋଧରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ନେଇ ମେଣ୍ଟ ଗଠନ କରିଛି।
ଅର୍ଥବ୍ୟବସ୍ଥାକୁ ଲକ୍ଷ୍ୟ କରାଯାଉ। ଏହାକୁ ସୁଧାରିବା ଲାଗି ସରକାର ଚାପରେ ଥିବାଭଳି ମେନହେଉନାହିଁ। ଜାନୁୟାରୀ ୨୦୧୮ରୁ ଜିଡିପି ଅଭିବୃଦ୍ଧି ହ୍ରାସର ସୂଚନା ମିଳିଥିଲା ଏବଂ ତାହା କୋଭିଡ୍‌ ମହାମାରୀ ଓ ପ୍ରଥମ ଲକ୍‌ଡାଉନ ଆରମ୍ଭ ହେବା ପୂର୍ବରୁ ତିନି ମାସ ଯାଏ ଲାଗି ରହିଥିଲା। ଏଣୁ ଆମେ ଏବେ ଯେଉଁ ସ୍ଥିତିରେ ରହିଛେ ତାହାର ମାହାମାରୀ ସହ କୌଣସି ସମ୍ପର୍କ ନାହିଁ। ମହାମାରୀ ପୂର୍ବରୁ ଜିଡିପି ଆଉଟ୍‌ପୁଟ ସ୍ଥିତି ଯାହା ଥିଲା ଆସନ୍ତା ବର୍ଷ ସେହିଭଳି ରହିବ ଓ ଏହାର ଦୁଇଟି ପ୍ରମୁଖ କାରଣ ଅର୍ଥନୀତିଜ୍ଞଙ୍କୁ ଦ୍ୱନ୍ଦ୍ୱରେ ପକାଇବ। ପ୍ରଥମ କାରଣଟି ହେଉଛି,ଭାରତର ଶ୍ରମ ଭାଗୀଦାରି ହାର(ଯେଉଁମାନେ କାର୍ଯ୍ୟ କରୁଛନ୍ତି କିମ୍ବା କାମ ଚାହଁୁଛନ୍ତି) ବିଶ୍ୱର ସବୁଠୁ କମ୍‌। ଦ୍ୱିତୀୟରେ ଜିଡିପିର ବୃହତ୍‌ ଅଂଶ କୁହାଯାଉଥିବା ଦ୍ରବ୍ୟ ଓ ସେବାର ଘରୋଇ ଉପଯୋଗ ମହାମାରୀ ପୂର୍ବ ସ୍ତରରେ ରହିଛି ଓ ଏହା ସୁଧୁରିବାର କୌଣସି ସୂଚନା ମିଳୁନି। ରାଜନୈତିକ କ୍ଷେତ୍ରରେ ଆମ ପାଇଁ ଅନେକ କାମ କରିବାକୁ ଅଛି। ଗୁଜରାଟ, ପଞ୍ଜାବ, ଗୋଆ ଏବଂ ଉତ୍ତରପ୍ରଦେଶରେ ନୂଆ ବିଧାନସଭା ଗଠନ କରାଯିବ। ୨୫ ବର୍ଷ ଧରି ଗୁଜରାଟରେ ଭାଜପା ସଂଖ୍ୟାଗରିଷ୍ଠ ଦଳ ଭାବେ ରହିଆସିଛି। ଉତ୍ତରପ୍ରଦେଶରେ ୪୦%ରୁ ଅଧିକ ଭୋଟ ପାଇଆସୁଛି। ଏଥିରୁ ବୁଝାପଡ଼ୁଛି, ଭାଜପା ଏହି ଦୁଇ ରାଜ୍ୟକୁ ପୁଣି ଦଖଲ କରିବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶ ନିର୍ବାଚନ ପରେ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଭିଷ୍ଟା କିମ୍ବା ଏହାର କିଛି ଭାଗ ଉଦଘାଟନ କରାଯିବ। ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ରହିବ। ଚଳିତବର୍ଷ ଆରମ୍ଭରେ ଘଟିଥିବା କାଶୀର ତାମସା ପୁଣି ଦେଖିତ୍ବାକୁ ପାଇବା। ଏବେ ଏଏଫ୍‌ଏସ୍‌ପିଏ ବିରୋଧରେ ଉତ୍ତରପୂର୍ବାଞ୍ଚଳ ଆନ୍ଦୋଳନ କରୁଛି। ଦେଶରେ ସବୁବେଳେ ଅଶାନ୍ତ ରହି ଆସିଥିବା ଉକ୍ତ ଅଞ୍ଚଳରେ ଏଏଫ୍‌ଏସ୍‌ପିଏ ଯେଭଳି ବଡ଼ ସମସ୍ୟା ଭାବେ ଉଭା ନ ହୁଏ ସେଥିପାଇଁ କେନ୍ଦ୍ର ନିଶ୍ଚିତ କରିବାକୁ ହେବ। ନାଗାଲାଣ୍ଡ ବିଧାନସଭା(ସମସ୍ତ ଭାଜପା ସଦସ୍ୟଙ୍କ ସମେତ)ରାଜ୍ୟରେ ଏହି ଆଇନ ଜାରି ନ ରହିବା ଲାଗି ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାସ୍‌ କରିଛିି। ଏହା ପରେ ଯଦି କେନ୍ଦ୍ର ଏହି ଆଇନ ଲାଗୁ କରିବାକୁ ଚାହେଁ ତେବେ ଉତ୍ତରପୂର୍ବରେ ଗଣତନ୍ତ୍ର ପ୍ରତି ଏହା ଏକ କଠୋର ବିଚାର ହେବ। ତେବେ ଆଗକୁ କ’ଣ ହେଉଛି ଲକ୍ଷ୍ୟ କରିବା।
ମହାମାରୀ ଲାଗି ରହିବ। ହେଲେ ୨୦୨୦ ଓ ୨୦୨୧ରେ ଯେଭଳି କ୍ଷତି ଘଟାଇଛି ସେଭଳି ନ ହେଉ ବୋଲି ଆମେ ଆଶା କରିବା। ମହାମାରୀରେ ଶିକ୍ଷା ଉପଲବ୍ଧତାରେ ଅଭାବ ଦେଖା ଦେଇଛି ଓ ଏହା ଗୋଟିଏ ପିଢ଼ିର ପିଲାମାନଙ୍କ ଅତ୍ୟଧିକ ତଥା ଦୀର୍ଘମିଆଦୀ କ୍ଷତି କରିବ। ଘରେ ରହି ପଢ଼ିବା ପାଇଁ ପିଲା କେତେ ସକ୍ଷମ। ଏଭଳି ଶିକ୍ଷା ଲାଗି ସେମାନଙ୍କୁ ଉପକରଣ ଯୋଗାଇବାରେ ସମସ୍ତେ ସକ୍ଷମ କି। ସଂଖ୍ୟାଧିକ ପିଲାଙ୍କର ଏହା ନାହିଁ ଓ ସେମାନଙ୍କ ପଢ଼ା ପ୍ରଭାବିତ ହେବ। ଏଣୁ ପିଲାମାନଙ୍କ ଉପରେ ମହାମାରୀର ପ୍ରଭାବକୁ ସାଥୀରେ ନେଇ ଆମେ ଆଗକୁ ବଢ଼ିବା। ଅଧିତ୍କାଂଶ କ୍ଷେତ୍ରରେ ବିଗତ ୪ ବର୍ଷ ଭାରତ ପାଇଁ ଅତ୍ୟନ୍ତ କଠିନ ରହି ଆସିଛି। ଏତିକି ଆଶା, ୨୦୨୨ ଆମ ପାଇଁ ଖୁସିର ସମୟ ନ ଆଣୁ ପଛେ, ଅତିକମ୍‌ରେ ଆମ ଯନ୍ତ୍ରଣା ଲାଘବ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri