ଆଗକୁ ବଢ଼ିବା

ଆକାର ପଟେଲ

ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ ବିଗତ ଦୁଇ ବର୍ଷ ଏକାଭଳି ଜଣାପଡ଼େ। ଆମେ ୨୦୨୦କୁ କୋଭିଡ୍‌ ମହାମାରୀରୁ ଆରମ୍ଭ କଲେ ଓ ୨୦୨୧ ମଧ୍ୟ ସେଥିରେ ଶେଷ କରିବାକୁ ଯାଉଛେ। କେବଳ କୋଭିଡ୍‌ ନୁହେଁ, ଏହି ଦୁଇ ବର୍ଷରେ ଆମକୁ ଆହୁରି ଅନେକ ସମସ୍ୟା ସାମ୍‌ନା କରିବାକୁ ପଡ଼ିଛି। ଆଭ୍ୟନ୍ତରୀଣ ଅନିଶ୍ଚିତତା, ସୀମାରେ ଉତ୍ତେଜନା ଏବଂ ୨୦୧୭ରୁ ମାନ୍ଦା ଅର୍ଥବ୍ୟବସ୍ଥା ଲାଗି ରହିଛି। ଏସବୁ ସ୍ଥାୟୀ ଭାବେ ହେଉ କିମ୍ବା ସ୍ବଳ୍ପ ସମୟ ପାଇଁ ଆମ ସହ ହିଁ ରହିବ। ତେବେ ୨୦୨୨ ଆଉ କେଇଦିନ ପରେ ଆରମ୍ଭ ହେବ। ଏହି ବର୍ଷ ଆରମ୍ଭରୁ ଆମର କ’ଣ ଆଶା ରହିବ ତାହା ଆଲୋଚନା କରିବା। ଆମେ ପ୍ରଥମେ କଶ୍ମୀରକୁ ଦେଖିବା। ସେଠାରେ ସବୁ କିଛି ଠପ୍‌ ହୋଇଯାଇଛି। କଶ୍ମୀରବାସୀଙ୍କ ପୂର୍ବ ସାମ୍ବିଧାନିକ ଅଧିକାର ନଷ୍ଟ କରିଦେଲୁ, ହେଲେ ସେମାନଙ୍କୁ ଏହାଠୁ ଭଲ ଆଉ ଅଧିକ କଛି ଦେବାକୁ ସକ୍ଷମ ହୋଇ ପାରିଲୁ ନାହିଁ। ଆଜି ସେମାନେ ଗଣତାନ୍ତ୍ରିକ ଧାରାରେ ଶାସିତ ହେଉନାହାନ୍ତି। କେହି ସେଠାରେ ନିବେଶ କରିପାରୁ ନାହାନ୍ତି। ପଣ୍ଡିତମାନେ ଫେରି ନାହାନ୍ତି, ହିଂସା ଜାରି ରହିଛି। ୨୦୧୧ରୁ ୨୦୧୫ ମଧ୍ୟରେ ପ୍ରତ୍ୟେକ ବର୍ଷର ମୃତ୍ୟୁ ସଂଖ୍ୟାଠାରୁ ଚଳିତ ବର୍ଷ ସେଠାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏହା ଥମିବାର କୌଣସି ସଙ୍କେତ ମିଳୁନାହିଁ। କଶ୍ମୀରରେ କିପରି ସ୍ବାଭାବିକ ସ୍ଥିତି ଫେରିବ ତା’ପ୍ରତି ଆମେ ଆଗ୍ରହ ପ୍ରଦର୍ଶନ ନ କରି ଅନ୍ୟ ରାଜ୍ୟ ଉପରେ ଗୁରୁତ୍ୱ ଦେବାରେ ଲଗିଛୁ। ଶୁକ୍ରବାର ପ୍ରାର୍ଥନା ପାଇଁ ଶ୍ରୀନଗରର ମୁଖ୍ୟ ମସ୍‌ଜିଦ ବନ୍ଦ ହୋଇଥିବା ହୁଏତ ଖୁବ କମ୍‌ ଜାଣନ୍ତି। ଏହାକୁ ଖୋଲି ଦେଲେ ଲୋକେ କାଳେ ସେମାନଙ୍କ ଅନୁଭବ ପ୍ରକାଶ କରିଦେବେ ତାହାକୁ ନେଇ ସରକାର ଚିନ୍ତିତ। କଶ୍ମୀର ଲାଗି ସରକାରଙ୍କ କୌଣସି ଯୋଜନା ନ ଥିବାରୁ ୨୦୨୨ ଏଭଳି ସ୍ଥିତି ଲାଗି ରହିବା ଅନୁମାନ କରାଯାଉଛି। ସୀମା ସମସ୍ୟାକୁ ଲକ୍ଷ୍ୟ କରାଯାଉ। ଲଦାଖ ସୀମାରେ ଚାଇନା ଅନୁପ୍ରବେଶ କରିଛି ବୋଲି ଆମେ ଏଯାବତ ସ୍ବୀକାର କରିନାହଁୁ। ଏହାଯୋଗୁ ଫେବୃୟାରୀ ୨୦୨୦ର ପୂର୍ବ ସ୍ଥିତିକୁ ଫେରିବା ଲାଗି ତା’ଉପରେ କୌଣସି ଚାପ ପକାଉନାହଁୁ। ଲଦାଖ ସୀମା ଅତ୍ୟନ୍ତ କଷ୍ଟକର ଅଞ୍ଚଳ ଏବଂ ଏହା ନିଶ୍ଚିତ ଯେ, ସେଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ଉଭୟ ଦେଶର ସୈନ୍ୟମାନେ ଯନ୍ତ୍ରଣା ଭୋଗୁଛନ୍ତି। ଘଟଣା ହେଉଛି, ଚାଇନା ୧୯୫୯ର କ୍ଲେମ୍‌ ଲାଇନ୍‌ (ଏଲ୍‌ଏସି) ଯାଏ ପହଞ୍ଚିବାକୁ ଚାହଁୁଥିଲା ଓ ତାହା ସ୍ପଷ୍ଟତଃ ସମ୍ଭବ ହୋଇପାରିଛି। ଯେଉଁ କେତେକ ଲୋକ ଜାତୀୟ ସୁରକ୍ଷା ସର୍ମ୍ପକରେ କଲମ ଚଳାଉଛନ୍ତିି ସେମାନେ ଏହାକୁ ଏକ ବଡ଼ ସମସ୍ୟା ବୋଲି କହିବେ, କିନ୍ତୁ ସରକାର ସବୁ କିଛି ଘଟଣାକୁ ନିୟନ୍ତ୍ରଣ କରୁଥିଲେ ବି ତାଙ୍କ ପାଇଁ ଏହା ସେଭଳି ଚିନ୍ତାର କାରଣ ନ ହେବା ଆଶ୍ଚର୍ଯ୍ୟର କଥା। ଏହି ସମୟରେ ଚାଇନା ବିରୋଧରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସହ ଆମ ମେଣ୍ଟ ପ୍ରାୟତଃ ଶେଷ ହୋଇଯାଇଛି। ଅନ୍ୟପଟେ ଆମେରିକା ସୁରକ୍ଷାକୁ ନେଇ ଚାଇନା ବିରୋଧରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ନେଇ ମେଣ୍ଟ ଗଠନ କରିଛି।
ଅର୍ଥବ୍ୟବସ୍ଥାକୁ ଲକ୍ଷ୍ୟ କରାଯାଉ। ଏହାକୁ ସୁଧାରିବା ଲାଗି ସରକାର ଚାପରେ ଥିବାଭଳି ମେନହେଉନାହିଁ। ଜାନୁୟାରୀ ୨୦୧୮ରୁ ଜିଡିପି ଅଭିବୃଦ୍ଧି ହ୍ରାସର ସୂଚନା ମିଳିଥିଲା ଏବଂ ତାହା କୋଭିଡ୍‌ ମହାମାରୀ ଓ ପ୍ରଥମ ଲକ୍‌ଡାଉନ ଆରମ୍ଭ ହେବା ପୂର୍ବରୁ ତିନି ମାସ ଯାଏ ଲାଗି ରହିଥିଲା। ଏଣୁ ଆମେ ଏବେ ଯେଉଁ ସ୍ଥିତିରେ ରହିଛେ ତାହାର ମାହାମାରୀ ସହ କୌଣସି ସମ୍ପର୍କ ନାହିଁ। ମହାମାରୀ ପୂର୍ବରୁ ଜିଡିପି ଆଉଟ୍‌ପୁଟ ସ୍ଥିତି ଯାହା ଥିଲା ଆସନ୍ତା ବର୍ଷ ସେହିଭଳି ରହିବ ଓ ଏହାର ଦୁଇଟି ପ୍ରମୁଖ କାରଣ ଅର୍ଥନୀତିଜ୍ଞଙ୍କୁ ଦ୍ୱନ୍ଦ୍ୱରେ ପକାଇବ। ପ୍ରଥମ କାରଣଟି ହେଉଛି,ଭାରତର ଶ୍ରମ ଭାଗୀଦାରି ହାର(ଯେଉଁମାନେ କାର୍ଯ୍ୟ କରୁଛନ୍ତି କିମ୍ବା କାମ ଚାହଁୁଛନ୍ତି) ବିଶ୍ୱର ସବୁଠୁ କମ୍‌। ଦ୍ୱିତୀୟରେ ଜିଡିପିର ବୃହତ୍‌ ଅଂଶ କୁହାଯାଉଥିବା ଦ୍ରବ୍ୟ ଓ ସେବାର ଘରୋଇ ଉପଯୋଗ ମହାମାରୀ ପୂର୍ବ ସ୍ତରରେ ରହିଛି ଓ ଏହା ସୁଧୁରିବାର କୌଣସି ସୂଚନା ମିଳୁନି। ରାଜନୈତିକ କ୍ଷେତ୍ରରେ ଆମ ପାଇଁ ଅନେକ କାମ କରିବାକୁ ଅଛି। ଗୁଜରାଟ, ପଞ୍ଜାବ, ଗୋଆ ଏବଂ ଉତ୍ତରପ୍ରଦେଶରେ ନୂଆ ବିଧାନସଭା ଗଠନ କରାଯିବ। ୨୫ ବର୍ଷ ଧରି ଗୁଜରାଟରେ ଭାଜପା ସଂଖ୍ୟାଗରିଷ୍ଠ ଦଳ ଭାବେ ରହିଆସିଛି। ଉତ୍ତରପ୍ରଦେଶରେ ୪୦%ରୁ ଅଧିକ ଭୋଟ ପାଇଆସୁଛି। ଏଥିରୁ ବୁଝାପଡ଼ୁଛି, ଭାଜପା ଏହି ଦୁଇ ରାଜ୍ୟକୁ ପୁଣି ଦଖଲ କରିବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶ ନିର୍ବାଚନ ପରେ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଭିଷ୍ଟା କିମ୍ବା ଏହାର କିଛି ଭାଗ ଉଦଘାଟନ କରାଯିବ। ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ରହିବ। ଚଳିତବର୍ଷ ଆରମ୍ଭରେ ଘଟିଥିବା କାଶୀର ତାମସା ପୁଣି ଦେଖିତ୍ବାକୁ ପାଇବା। ଏବେ ଏଏଫ୍‌ଏସ୍‌ପିଏ ବିରୋଧରେ ଉତ୍ତରପୂର୍ବାଞ୍ଚଳ ଆନ୍ଦୋଳନ କରୁଛି। ଦେଶରେ ସବୁବେଳେ ଅଶାନ୍ତ ରହି ଆସିଥିବା ଉକ୍ତ ଅଞ୍ଚଳରେ ଏଏଫ୍‌ଏସ୍‌ପିଏ ଯେଭଳି ବଡ଼ ସମସ୍ୟା ଭାବେ ଉଭା ନ ହୁଏ ସେଥିପାଇଁ କେନ୍ଦ୍ର ନିଶ୍ଚିତ କରିବାକୁ ହେବ। ନାଗାଲାଣ୍ଡ ବିଧାନସଭା(ସମସ୍ତ ଭାଜପା ସଦସ୍ୟଙ୍କ ସମେତ)ରାଜ୍ୟରେ ଏହି ଆଇନ ଜାରି ନ ରହିବା ଲାଗି ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାସ୍‌ କରିଛିି। ଏହା ପରେ ଯଦି କେନ୍ଦ୍ର ଏହି ଆଇନ ଲାଗୁ କରିବାକୁ ଚାହେଁ ତେବେ ଉତ୍ତରପୂର୍ବରେ ଗଣତନ୍ତ୍ର ପ୍ରତି ଏହା ଏକ କଠୋର ବିଚାର ହେବ। ତେବେ ଆଗକୁ କ’ଣ ହେଉଛି ଲକ୍ଷ୍ୟ କରିବା।
ମହାମାରୀ ଲାଗି ରହିବ। ହେଲେ ୨୦୨୦ ଓ ୨୦୨୧ରେ ଯେଭଳି କ୍ଷତି ଘଟାଇଛି ସେଭଳି ନ ହେଉ ବୋଲି ଆମେ ଆଶା କରିବା। ମହାମାରୀରେ ଶିକ୍ଷା ଉପଲବ୍ଧତାରେ ଅଭାବ ଦେଖା ଦେଇଛି ଓ ଏହା ଗୋଟିଏ ପିଢ଼ିର ପିଲାମାନଙ୍କ ଅତ୍ୟଧିକ ତଥା ଦୀର୍ଘମିଆଦୀ କ୍ଷତି କରିବ। ଘରେ ରହି ପଢ଼ିବା ପାଇଁ ପିଲା କେତେ ସକ୍ଷମ। ଏଭଳି ଶିକ୍ଷା ଲାଗି ସେମାନଙ୍କୁ ଉପକରଣ ଯୋଗାଇବାରେ ସମସ୍ତେ ସକ୍ଷମ କି। ସଂଖ୍ୟାଧିକ ପିଲାଙ୍କର ଏହା ନାହିଁ ଓ ସେମାନଙ୍କ ପଢ଼ା ପ୍ରଭାବିତ ହେବ। ଏଣୁ ପିଲାମାନଙ୍କ ଉପରେ ମହାମାରୀର ପ୍ରଭାବକୁ ସାଥୀରେ ନେଇ ଆମେ ଆଗକୁ ବଢ଼ିବା। ଅଧିତ୍କାଂଶ କ୍ଷେତ୍ରରେ ବିଗତ ୪ ବର୍ଷ ଭାରତ ପାଇଁ ଅତ୍ୟନ୍ତ କଠିନ ରହି ଆସିଛି। ଏତିକି ଆଶା, ୨୦୨୨ ଆମ ପାଇଁ ଖୁସିର ସମୟ ନ ଆଣୁ ପଛେ, ଅତିକମ୍‌ରେ ଆମ ଯନ୍ତ୍ରଣା ଲାଘବ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?