Posted inଫୁରସତ

ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆରେ ଭର୍ତ୍ତି

ନୂଆଦିଲ୍ଲୀ: ବରଫ ଚଦରରେ ଆଚ୍ଛାଦିତ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ, ତାହା ବର୍ତ୍ତମାନ ଅଳିଆରେ ଭର୍ତ୍ତି ହେଉଛି। ଯେଉଁଠାରେ ଦେଖିବ କେବଳ ଅଳିଆ ହିଁ ଅଳିଆ ଦେଖିବାକୁ ମିଳିବ। ନଷ୍ଟ କ୍ୟାମ୍ପ, ଖାଲି ଅମ୍ଳଜାନ ସିଲିଣ୍ଡର, ଫୁଡ଼ କଣ୍ଟେନର ଆଦି ପର୍ବତରେ ପଡ଼ିଥିବା ଦେଖିବାକୁ ମିଳୁଛି। ୭୦ ବର୍ଷ ପୂର୍ବରୁ ମେ ୨୯ରେ ତେନଞ୍ଜିଂ ନୋର୍ଗେ ଏବଂ ଏଡ୍‌ମଣ୍ଡ ହିଲାରି ପ୍ରଥମ ଭାବେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ଇତିହାସ ରଚିଥିଲେ। ଏହା ପରଠାରୁ ପ୍ରତିବର୍ଷ ଅନେକ ଲୋକ ଏଭରେଷ୍ଟ ଚଢୁଛନ୍ତି। ହେଲେ ସେମାନେ ପରିବେଶ ପ୍ରତି ବିଲ୍‌କୁଲ ସତର୍କ ନୁହନ୍ତି। ନ୍ୟାଶନାଲ ଜିଓଗ୍ରାଫିକ୍‌ ରିପୋର୍ଟ ଅନୁସାରେ, ସମୁଦ୍ର ପତ୍ତନଠାରୁ ୮୮୪୮.୮୬ ମିଟର ଉଚ୍ଚତାରେ ଥିବା ଏଭରେଷ୍ଟକୁ ଯାଉଥିବା ପ୍ରତ୍ୟେକ ପର୍ବତାରୋହୀ ସେଠାରେ ୮ କିଲୋ ଅଳିଆ ଉତ୍ପନ କରୁଛନ୍ତି। ଅଳିଆକୁ ସେଠାରୁ ହଟାଇବା ମଧ୍ୟ କଷ୍ଟକର। ଏଭରେଷ୍ଟ ବାବଦରେ ବିଶ୍ୱକୁ ଖବର ଦେଉଥିବା ଟୁଇଟର ଆକାଉଣ୍ଟ ରବିବାର ଏକ ଭିଡିଓ ପୋଷ୍ଟ କରିଛି; ଯାହାକି ବେଶ୍‌ ଭାଇରାଲ ହେଉଛି। ଯେଉଁଠାରେ ପର୍ବତାରୋହୀ ବ୍ୟବହୃତ କରିଥିବା ଜିନିଷ ଅଳିଆ ଭାବେ ପଡ଼ିଥିବା ଦେଖିବାକୁ ମିଳିଛି। କ୍ୟାପ୍ସନରେ ଲେଖାଯାଇଛି, ମଣିଷ ଯେତେ ଉଚ୍ଚକୁ ଅଧିକାର କରିଥିଲେ ମଧ୍ୟ ପ୍ରକୃତି ପ୍ରତି ନିଜ ଆଚରଣ ଓ କରୁଣା ଦୃଷ୍ଟିରୁ ବହୁତ ତଳେ ରହିଛି। ପାହାଡ଼ ହେଉ କି ଜଙ୍ଗଲ, ନଦୀ ଆମେ ପ୍ରକୃତିକୁ ନଷ୍ଟ କରିବାକୁ କିଛି ମୌକା ଛାଡୁନାହୁଁ। ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟ କରିଛନ୍ତି। ଜଣେ ଲେଖିଛନ୍ତି, ସ୍ବଚ୍ଛତା ଅଭିଯାନକୁ ପର୍ବତାରୋହୀ ତାଙ୍କର ଏହି ଅଭିଯାନର ଅଂଶ ଭାବେ ଗ୍ରହଣ କରନ୍ତୁ, ନଚେତ୍‌ ସମସ୍ତଙ୍କୁ ଏହା ଉପରକୁ ଯିବାରୁ ବାରଣ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri