ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ରାଜ୍ୟ ସରକାର ଡାଉନ୍‌ଷ୍ଟ୍ରିମ୍‌ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରି ପାଇଁ ପାରାଦୀପଠାରେ ଏକ ଶିଳ୍ପ ପାର୍କର ବିକାଶ କରୁଛନ୍ତି। ପାରାଦୀପଠାରେ ହେବାକୁ ଥିବା ଏହି ପ୍ଲାଷ୍ଟିକ ପାର୍କର ବିକାଶ ରାଜ୍ୟ ଓ କେନ୍ଦ୍ର ସହଭାଗିତାରେ ହେବ। ଏ ନେଇ ମଙ୍ଗଳବାର ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଡ୍‌କୋ ଏବଂ ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଇଓସିଏଲ୍‌ ଦ୍ୱାରା ଓଡ଼ିଶାରେ କରାଯାଉଥିବା ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ପୁଞ୍ଜିନିବେଶରେ ରାଜ୍ୟ ସରକାର ସମସ୍ତପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶାର ପଲିମର୍‌ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ପାଇଁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭିତ୍ତିଭୂମି ଯୋଗାଇଦେବ। ତେଣୁ ସ୍ଥାନୀୟ ଉଦ୍ୟୋଗୀ ସହଯୋଗରେ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ପାଇଁ ଆଇଓସିଏଲ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ । ରାଜ୍ୟରେ ପେଟ୍ରୋକେମିକାଲ ଶିଳ୍ପର ବିକାଶ କ୍ଷେତ୍ରରେ ପ୍ଲାଷ୍ଟିକ ପାର୍କ ଆବଶ୍ୟକ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପାର୍କର ସଫଳତା କାମନା କରିବା ସହ ରାଜ୍ୟ ସରକାର ଏ ଦିଗରେ ଆଇଓସିଏଲ୍‌କୁ ସମସ୍ତ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ। ରାଜ୍ୟ ସରକାର ସଂଘୀୟ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ। ଓଡ଼ିଶାରେ ଯୁବତୀଯୁବକଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଧର୍ମେନ୍ଦ୍ର ଗୁରୁତ୍ୱ ଦେବା ସହ ରାଜ୍ୟ ସରକାରଙ୍କଠାରୁ ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା ରାଜ୍ୟରେ ବିଭିନ୍ନ ପେଟ୍ରୋକେମିକାଲ ଓ ଅନ୍ୟାନ୍ୟ ଶିଳ୍ପାୟନର ଅଭିବୃଦ୍ଧି ନେଇ ସହାୟତା ଲୋଡ଼ିଛନ୍ତି ା ପାରାଦୀପ ରିଫାଇନେରିର କ୍ଷମତା ୧୫ରୁ ୨୫ ମିଲିୟନ ଟନ୍‌କୁ ବୃଦ୍ଧି କରିବା ତଥା ପାରାଦୀପରେ ବିଶୋଧନାଗାରର ସମ୍ପ୍ରସାରଣ ଏବଂ ନାପତା କ୍ରାକର ପ୍ରକଳ୍ପ ପାଇଁ ଜାଗା ଯୋଗାଇଦେବା, ବୟନ ଶିଳ୍ପ ପ୍ରତିଷ୍ଠା, ପେଟ୍ରୋକେମିକାଲ ଶିଳ୍ପର ଅଭିବୃଦ୍ଧି ଏବଂ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସ୍ଥାପନ ପାଇଁ ରାଜ୍ୟ ସରକାର ସହଯୋଗୀ ହୁଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପାରାଦୀପଠାରେ ୧୦୬.୭୮ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ଇଣ୍ଡିଆନ ଅଏଲ ଏବଂ ଇଡ୍‌କୋର ମିଳିତ ଉଦ୍ୟମରେ ଏହି ପ୍ଲାଷ୍ଟିକ୍‌ ପାର୍କ ନିର୍ମାଣ ହେବ ା ଏହି ପାର୍କ ପ୍ଲାଷ୍ଟିକର ଆମଦାନୀକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଆଇଓସିଏଲ୍‌ ୪୦ କୋଟି ଟଙ୍କା ବ୍ୟୟରେ ଏକ ବିକାଶ ସଂସ୍ଥା ତିଆରି କରିଛି। ଏଠାରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଆସୁଥିବା ଶିଳ୍ପସଂସ୍ଥାଗୁଡ଼ିକ ବୈଷୟିକ ଓ ଆନୁଷଙ୍ଗିକ ସହୟତା ପାଇପାରିବେ। ପାରାଦୀପ ସମେତ ଓଡ଼ିଶାର ଖୋର୍ଦ୍ଧା, ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପସମୂହ ଗଢ଼ି ଉଠିଥିବା ବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନ ନିମନ୍ତେ ଇନିସିଏଟିଭ୍‌ ଦେବାକୁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ପ୍ଲାଷ୍ଟିକ ପାର୍କ ପାଇଁ ଶସ୍ତାରେ କଞ୍ଚାମାଲ ମିଳିଲେ ବିଶେଷ କରି ଓଡ଼ିଆ ଯୁବକମାନେ ଉଦ୍ୟମୀ ହେବାର ପ୍ରଚେଷ୍ଟା କରିବେ। ଏଥିପାଇଁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ୍‌ ଟନ୍‌ ପିଛା ୨ ହଜାର ଟଙ୍କାରେ କଞ୍ଚାମାଲ କିଣି ଓଡ଼ିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ। ସେମାନଙ୍କ ପାଇଁ ବୟନଶିଳ୍ପ ପ୍ରତିଷ୍ଠା କରି ରାଜ୍ୟରେ ସୁଯୋଗ ଦେବାର ଆବଶ୍ୟକତା ରହିଛି।  ଓଡ଼ିଶାରେ ପ୍ଲାଷ୍ଟିକ ଶିଳ୍ପ ଓ ବୟନଶିଳ୍ପ ପାଇଁ ଇସ୍ପାତ୍‌ ଶିଳ୍ପର ମିଡିଲ୍‌ ହୁକ୍‌ ଲାଗି ଏବେ ଇଣ୍ଡିଆନ ଅଏଲ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
୧୨୦ ଏକର ଜାଗାରେ ୧୦୭ କୋଟି ଟଙ୍କା ବ୍ୟୟରେ ଉକ୍ତ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ। ଏହି ପ୍ରକଳ୍ପ ପାରାଦୀପର ବୃହତ ପିସିପିଆଇଆର(ପେଟ୍ରୋଲିୟମ କେମିକାଲ ଏବଂ ପେଟ୍ରୋକେମିକାଲ ପୁଞ୍ଜିନିବେଶ ଅଞ୍ଚଳ) ପରିସର ଭୁକ୍ତ। ଏଥିରେ ୫୦୦ କୋଟି ଟଙ୍କାର ବିଭିନ୍ନ ଆକାରର ୨୫ଟି ଶିଳ୍ପ ଅନ୍ତର୍ଭୁକ୍ତ ହୋଇ ପାରିବ। ଏଥିରେ ପ୍ରାୟ ୧୬୦୦ ନିଯୁକ୍ତି ସୃଷ୍ଟି ହୋଇ ପାରିବ। ଏହି ପାର୍କ ଫଳରେ ଓଭନ ସାକ, ପ୍ଲାଷ୍ଟିକ ପାଇପ, ଇଞ୍ଜେକ୍ସନ ମୋଡୁଲ କମ୍ପୋନେଣ୍ଟ, ଫିଲ୍ଲ, ପାଉଚେସ, ପ୍ୟାକିଂ ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ଉତ୍ପାଦ ମାନୁଫାକ୍ଚରିଂ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ କହିଛନ୍ତି ଯେ ଓଡ଼ିଶା ଏକ ବୃହତ ଶିଳ୍ପ ହବରେ ପରିଣତ ହେବାକୁ ଯାଉଛି। ଏମଓୟୁ ସ୍ବାକ୍ଷର ବେଳେ ଲୋକସେବା ଭବନରେ ଉନ୍ନୟନ କମିଶନର, ଆଇସିଏଲ ସିଏମଡି, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି), ଆଇଓସିଏଲ ଅଧ୍ୟକ୍ଷ ଏସ୍‌ଏନ ବୈଦ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ଇଡକୋ ସିଏମଡି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri