Posted inଖେଳ

ଦେଶରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସିଂ ଚାମ୍ପିଅନଶିପ ସେପ୍ଟେମ୍ବର ୨୨ରୁ: ଟିକଟ ଦାମ ୮ ଶହରୁ ଲକ୍ଷେ ୮୦ ହଜାର…

ନୋଏଡା,୨୧।୯ : ଭାରତରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସ ଆୟୋଜିତ ହେବାକୁ ଯାଉଛି। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଆୟୋଜିତ ହେବ। ଏହି ଦୌଡ଼ରେ ଭାଗ ନେବାକୁ ଦୁନିଆର ଅନେକ ମହାନ ବାଇକ ରେସର୍‌ ଭାରତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଦେଶରେ ଫର୍ମୁଲା ୱାନ ରେସ ଆୟୋଜିତ ହୋଇ ସାରିଛି।

ତିନି ଦିନ ଧରି ଇଣ୍ଡିଆ ଗ୍ରାଣ୍ଡ ପ୍ରିକ୍ସର ଆୟୋଜନ କରାଯିବ। ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଥିବା ୫.୧୪ କିଲୋମିଟର ଟ୍ରାକକୁ ବିଶ୍ୱ ପ୍ରସିଦ୍ଧ ରେସିଂ ଟ୍ରାକ ମଧ୍ୟରେ ଗଣାଯାଏ। ମୋଟୋ ଜିପି ରେସର ଲାଇଭ ଟେଲିକାଷ୍ଟ ମଧ୍ୟ କରାଯିବ । ଏହାସହିତ ଟିକେଟ କ୍ରୟ କରି ଏହି ବାଇକ ରେସ ଉପଭୋଗ କରିହେବ। ଏହି ରେସିଂରେ ୧୯ ଟି ଦେଶର ରେସର୍‌ ଅଂଶଗ୍ରହଣ କରୁଛନ୍ତି । ଏହାକୁ ଆୟୋଜନ କରୁଥିବା ଭାରତ ୩୧ ତମ ଦେଶ ପାଲଟିଛି।

ସର୍କିଟରୁ ମୋଟୋ ଜିପି ରେସ ଦେଖିବାକୁ, ବୁକ ମାଇ ଶୋ’ରୁ ଏହାର ଟିକେଟ କିଣି ହେବ। ତିନି ଦିନ ଧରି ଚାଲିଥିବା ଏହି ରେସ ପାଇଁ ପ୍ରତ୍ୟେକ ଦିନ ଟିକେଟ କିଣିବାକୁ ପଡିବ। ଏହାର ଟିକେଟ ଦାମ ୮୦୦ରୁ ଆରମ୍ଭ ହୋଇ ସର୍ବାଧିକ ଟିକେଟ ମୂଲ୍ୟ ୧୮୦,୦୦୦ ଟଙ୍କା ରହିଛି।

ଟିକେଟ ମୂଲ୍ୟ ୮୦୦, ୨୫୦୦, ୬,୦୦୦, ୮,୦୦୦, ୧୫,୦୦୦, ୨୫,୦୦୦, ୪୦,୦୦୦, ୮୦,୦୦୦ ଟଙ୍କା ଏବଂ ସବୁଠାରୁ ମହଙ୍ଗା ଭିଆଇପି ଭିଲେଜ ଲାଉଞ୍ଜର ଟିକେଟ ମୂଲ୍ୟ ୧୮୦,୦୦୦ ଟଙ୍କା ଟଙ୍କା ରହିଛି। ଯେଉଁଥିରେ ଖାଦ୍ୟ ଏବଂ ପାନୀୟ ମଧ୍ୟ ଅନ୍ତର୍ଭୁକ୍ତ ।

ପ୍ରଥମ ଥର ପାଇଁ ଦେଶରେ ଆୟୋଜିତ ମୋଟୋ ଜିପି ରେସ ମଧ୍ୟ ସିଧା ପ୍ରସାରଣ ହେବ। ସ୍ପୋର୍ଟସ ୧୮ ଚ୍ୟାନେଲରେ ଟିଭିରେ ପ୍ରଶଂସକମାନେ ଏହି ରେସିଂକୁ ଉପଭୋଗ କରିପାରିବେ। ଏହି ରେସିଂର ଅନ୍ଲାଇନ ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ ରେ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?