ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା ଏନେଇ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଏତଲାରେ ନିଜ ବୋହୂ ଅର୍ଥାତ୍ ହ୍ୟୁମାନ ସାଗରଙ୍କ ପତ୍ନୀଙ୍କ ନାମ ରହିଛି ।

ଥାନାରେ ଏତଲା ପରେ ମା’ ଗଣମାଧ୍ୟମକୁ ଆବେଗଭରା ମନ୍ତବ୍ୟ ଦେଇଛନ୍ତି । ପୁଅ ବିନା ମୋର ଆଉ କେହି ନାହିଁ କହି କାନ୍ଦି ପକାଇଲେ ମା’ । ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦୋଷ ଦେଉ ନାହିଁ, ତଦନ୍ତରେ ସତ ପଦାକୁ ଆସୁ । କଟକରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ବେଳେ ପୁଅ ଚାଲୁଥିଲା । ଗୋଟିଏ ଷ୍ଟ୍ରେଚରରୁ ଅନ୍ୟ ଷ୍ଟ୍ରେଚରକୁ ଚାଲି ଚାଲି ଯିବା କଥା ଦିନେଶ କହିଛି । ଏପରି ହଠାତ କଣ ହେଲା ଯେ ତା ଅର୍ଗାନ ଫେଲିଓର ହୋଇଗଲା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଏହି ସବୁ ଘଟଣାକୁ ଦେଖିଲେ ପୁଅ ହ୍ୟୁମାନର ମୃତ୍ୟୁକୁ ନେଇ ମୋତେ ସନ୍ଦେହ ଲାଗୁଛି । ଅର୍ପିତା ଚୌଧୁରୀ ବେଶି ଘରକୁ ଆସୁଥିଲା, ତା ପାଇଁ ପୁଅ ଡିପ୍ରେସନରେ ଥିଲା । ବୋହୂ ନାଁ ମଧ୍ୟ ଏତଲାରେ ରହିଛି, ଏନେଇ ବୋହୂ ମୋତେ ଫୋନ୍‌ କରିଥିଲା । ମୁଁ କହିଲି ଯାହା ମୋ ମନରେ ଥିଲା ଲେଖିଛି, ପୋଲିସ ତଦନ୍ତ କରିବ । ବୋହୂ ଦୋଷୀ ହେଲେ ରହିବ, ନିର୍ଦ୍ଦୋଷ ହେଲେ ବି ରହିବ । ଯଦି ତଦନ୍ତ ଠିକ୍‌ ବାଟରେ ନ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଫେରାଦ ହେବି ବୋଲି ମାଆ ଶେଫାଳି ସୁନା କହିଛନ୍ତି ।

ମା’ଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ପୋଲିସ ମାମଲା ରୁଜୁ କରିଛି। BNS ୩୫୬/୨, ୬୧/୨ବି, ୩୧୮/୪, ୧୧୫/୨, ୩୫୧/ବି, ୩୦୫ଧାରାରେ ମାମଲା ରୁଜୁ ହୋଇଛି । ତେବେ ବୋହୂଙ୍କ ନାଁ ଏତଲାରେ ଲେଖିବା ପରେ ଚର୍ଚ୍ଚା ବଢିବାରେ ଲାଗିଛି । ଏବେ ଦେଖିବାକୁ ବାକି ରହିଲା ଯେ, ଘଟଣା ଉପରୁ କେବେ ପରଦା ହଟୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?