ଝିଅକୁ ସାଙ୍ଗରେ ଆଣିବାକୁ ଯାଇ ମା’ ହଟହଟା

ନୀଳଗିରି, ୧୯।୮(ସ୍ବ.ପ୍ର):ସ୍ବାମୀଙ୍କ ପାଖରେ ରହୁଥିବା ବଡ଼ଝିଅକୁ ସାଙ୍ଗରେ ଆଣିବାକୁ ଉଦ୍ୟମ କରି ଜଣେ ମହିଳା, ତାଙ୍କ ବାପା, ଭଉଣୀ ଓ ଭାଇଙ୍କୁ ହଟହଟା ହେବାକୁ ପଡ଼ିଛି। ଝିଅକୁ ସାଙ୍ଗରେ ନେଇ ଯାଉଥିବା ସମ୍ପର୍କରେ ପରିବାର ଏବଂ ସମ୍ପର୍କୀୟ ଲୋକେ ଜାଣିପାରି ସେମାନଙ୍କୁ ଅଟକାଇବା ସହ ମାରପିଟ କରିଥିଲେ। ପରେ ନୀଳଗିରି ଥାନାରେ ଉଭୟପକ୍ଷ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପରେ ମହିଳା ଜଣକ ଖାଲି ହାତରେ ଫେରିଥିଲେ। ୧୦ବର୍ଷ ପୂର୍ବେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳର ଭାଗବତ ରାଉତ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ସୁସଙ୍ଗୀତା ମଙ୍ଗରାଜଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ମାତ୍ର ୩ରୁ ୪ବର୍ଷ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ସୁସମ୍ପର୍କ ରହିଥିଲା। ସେମାନଙ୍କ ଦୁଇଟି କନ୍ୟା ଜନ୍ମ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ସୁସଙ୍ଗୀତା ସାନ ଝିଅ ସହ ବାପ ଘର ଖଣ୍ଡଗିରିରେ ରହୁଥିଲେ। ଭାଗବତଙ୍କ ପାଖରେ ବଡ଼ଝିଅ ରହୁଥିବାବେଳେ ସେ ଏବେ ୭ମ ଶ୍ରେଣୀରେ ପଢୁଛନ୍ତି। ହେଲେ ମା’ ସୁସଙ୍ଗୀତା ବଡ଼ ଝିଅକୁ କିପରି ନିଜ ପାଖକୁ ଆଣିବେ ସେନେଇ ଶ୍ୱଶୁର ଘର ନିକଟ ଜଣେ ମଧ୍ୟସ୍ଥଙ୍କ ଯୋଗାଯୋଗରେ ରହୁଥିଲେ। ଗୁରୁବାର ଜନ୍ମାଷ୍ଟମୀ ଥିବାରୁ ସ୍କୁଲ ଛୁଟି ଥିଲା। ବଡ଼ ଝିଅ ସାଇକେଲ ଯୋଗେ ଟ୍ୟୁଶନ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ସୁସଙ୍ଗୀତା ସମ୍ପର୍କୀୟଙ୍କ ସହ ଏକ କାର୍‌ ଯୋଗେ ମିତ୍ରପୁରରେ ପହଞ୍ଚତ୍ଥିଲେ। ମଧ୍ୟସ୍ଥ ଜଣକ ଝିଅକୁ ଆଣି ସୁସଙ୍ଗୀତାଙ୍କୁ ଦେଇଥିଲେ। ଝିଅକୁ ସାଙ୍ଗରେ ନେଇଯାଉଥିବା ସ୍ବାମୀ ଭାଗବତ ଜାଣିବାକୁ ପାଇ ତୁରନ୍ତ ବନ୍ଧୁବାନ୍ଧବଙ୍କୁ ଧରି କଣ୍ଟାବଣିଆଠାରେ କାର୍‌ ଅଟକାଇ ଝିଅକୁ ଉଦ୍ଧାର କରିଥିଲେ। ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା। ଉପସ୍ଥିତ ଲୋକେ ସୁସଙ୍ଗୀତା, ତାଙ୍କ ବାପା ସୁବାସ ଚନ୍ଦ୍ର ଓ ଭଉଣୀ ଭାଇଙ୍କୁ ମାରପିଟ୍‌ କରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?