ପୁଅକୁ ନେବା ପାଇଁ ମନା କଲେ ମା’

ପୁରୀ ଅଫିସ,୧୫ା୭: ପୁରୀ ବେଳାଭୂମିରେ ଗୁରୁବାର ନିଜ ନାବାଳକ ପୁଅକୁ ମା’ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ୍‌ ଟିମ୍‌ ପହଞ୍ଚି ସମ୍ପୃୃକ୍ତ ମହିଳାଙ୍କୁ ନାବାଳକଙ୍କୁ ହସ୍ତାନ୍ତର କରିବାକୁ ଚାହିଁଥିଲେ ମଧ୍ୟ ସେ ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ସେ କହିଥିଲେ, ‘ମୋର ପୁଅ ଦରକାର ନାହିଁ’। ଏହାପରେ ହେଲ୍ପ ଲାଇନ୍‌ ପକ୍ଷରୁ ନାବାଳକଙ୍କୁ ଅଣାଯାଇ ଶେଲଟର ହୋମ୍‌ରେ ରଖାଯାଇଛି। ଏହି ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। କାହିଁକି ସମ୍ପୃକ୍ତ ମହିଳା ନିଜ ପୁଅକୁ ନିର୍ଯାତନା ଦେଉଥିଲେ ଓ ସାଥିରେ ନେବାକୁ ମନା କଲେ ତାହା ଏବେ ସାଧାରଣରେ ପ୍ରଶ୍ନ ହୋଇଛି।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, ନାବାଳକଙ୍କୁ ସମ୍ପୃକ୍ତ ମହିଳା ମାରପିଟ୍‌ କରୁଥିଲେ ବୋଲି ଲୋକଙ୍କଠାରୁ ଶୁଣିବାକୁ ପାଇଛୁ। ପ୍ରାଥମିକ ପର୍ଯ୍ୟାୟ ତଦନ୍ତରେ ସମ୍ପୃୃକ୍ତ ମହିଳାଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇସାରିଛି। ତେବେ ଗୁରୁବାର ସମ୍ପୃୃକ୍ତ ମହିଳାଙ୍କ ସହ ଜଣେ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ମହିଳାଙ୍କ ସହିତ ତାଙ୍କର ସମ୍ପର୍କ କ’ଣ ତାହା ଜଣାନାହିଁ। ହୁଏତ ସମ୍ପୃୃକ୍ତ ମହିଳା ଭୟଭୀତ ହୋଇ, କାହାରି ପ୍ରଭାବରେ ଆସି କିମ୍ବା ମାନସିକ ଭାରସାମ୍ୟ ହରାଇ ଏଭଳି ପ୍ରତିକ୍ରିୟା ଦେଖାଇ ଥାଇପାରନ୍ତି। ଏଣୁ ଶୁକ୍ରବାର ସମ୍ପୃକ୍ତ ମହିଳାଙ୍କ ସହିତ ପୁଣି ଥରେ ଆଲୋଚନା କରାଯିବ। ଏହା ପରେ ଯଦି ସେ ନିଜ ପୁଅର ଦାୟିତ୍ୱ ନେବାକୁ ଚାହିଁବେ ନାହିଁ ତେବେ ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳକଙ୍କୁ ହାଜର କରାଯିବ। ସେହିଭଳି ଏକ ଟିମ୍‌ ତାଙ୍କ ଗ୍ରାମକୁ ପଠାଯିବ। ପରିବାରରେ ଏମାନଙ୍କ ଭିନ୍ନ ଆଉ କିଏ କିଏ ରହିଛନ୍ତି ସେନେଇ ଖୋଳତାଡ଼ ହେବ। ଏସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯିବ। ସେହିଭଳି ଶିଶୁ କଲ୍ୟାଣ କମିଟି ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ତ୍ରିପାଠୀ କହିଛନ୍ତି। ଶେଲଟର ହୋମ୍‌ରେ ନାବାଳକ ଜଣକ ସୁସ୍ଥ ଥିବା ହେଲ୍ପଲାଇନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ମହିଳାଙ୍କ ସହ ଥିବା ଯୁବକଙ୍କୁ ତାଙ୍କର ପ୍ରେମିକ ବୋଲି କହୁଛନ୍ତି। ନିଜ ପ୍ରେମିକଙ୍କ ସହ ଯିବା ପାଇଁ ସେ ପୁଅର ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହାଜତ ମୃତ୍ୟୁ ମାମଲା: ଅନ୍ତ ଘଟାଇଲେ ହାଇକୋର୍ଟ

କଟକ ଅଫିସ,୧୯।୮: ପୁରୀ ହାଜତ ମୃତ୍ୟୁକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ବୁଧବାର ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର...

ଶାନ୍ତିଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ରତ୍ନଗିରି,୧୯ା୫(ଡି.ଏନ.ଏ.)- ବରୀ ନିର୍ବାଚନମଣ୍ଡଳୀର ବୁଥ୍‌ ନଂ. ୮୨, ୧୫୮, ୧୬୨, ୧୬୩ ଓ ୧୯୪ରେ ରବିବାର ଶାନ୍ତିଶୃଙ୍ଖଳା ମଧ୍ୟରେ ସାନି ମତଦାନ ଶେଷ ହୋଇଛି। ୧୯୪...

ବାସହୀନଙ୍କୁ ଘର ଯୋଗାଇବାକୁ ଦାବି

ଛତ୍ରପୁର,୨୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ଏନ୍‌ଏସିର ବାସହୀନ ପରିବାରଙ୍କୁ ଜାଗା ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଲାଗି ଦାବି ହୋଇଛି। ଉକ୍ତ...

କରୋନା ଭାଙ୍ଗିନି ଦମ୍ଭ: ଛାଇରେ ଚାଲିଛି ଛତୁଚାଷ

କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ...

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ...

ପେଡ୍‌ ପିରିୟଡ ଲିଭ୍‌ ଦାବି କଲେ ସମ୍ବଲପୁର ଝିଅ

ସମ୍ବଲପୁର,୨୮ା୫(ବ୍ୟୁରୋ): ଋତୁସ୍ରାବ ସମୟରେ କର୍ମଜୀବୀ ମହିଳା ଅସ୍ବସ୍ତି ଅନୁଭବ କରିଥାନ୍ତି। ଏଥିରୁ ଆଶ୍ୱସ୍ତି ପାଇବା ପାଇଁ ସମ୍ବଲପୁର ଏନ୍‌ଗୁହା ଲାଇନର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଆଗେଇ...

ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।...

୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ...

Advertisement
Archives

Model This Week