ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିଥିଲେ । ପ୍ରତିବର୍ଷ ଦଶହରା ଦିନ ଭକ୍ତମାନେ ରଣପୁର ଦଶହରା ପଡ଼ିଆରେ ପୂଜାର୍ଚ୍ଚନା କରି ମା’ଙ୍କୁ ବିଦାୟ ଦେଇଥାନ୍ତି। କିନ୍ତୁ ଗତବର୍ଷ କୋଭିଡ୍‌ କଟକଣା ଯୋଗୁ ମା’ ଦଶହରା ପଡ଼ିଆକୁ ଆସି ନ ଥିଲେ। କିନ୍ତୁ ଚଳିତବର୍ଷ ମା’ ଦଶହରା ପଡ଼ିଆରୁ ବିଦାୟ ନେଇଛନ୍ତି।

ଶୁକ୍ରବାର ରାତି ୭.୩୦ରେ ରଣପୁର ରାଜା ସାହେବ ଦିଲୀପ ଚନ୍ଦ୍ର ସିଂହଦେଓ, ସେନାପତି, ମନ୍ତ୍ରୀ,ଜଗୁଆଳ ଼ଏବଂ ରାଜ ପୁରୋହିତଙ୍କ ସମେତ ବହୁ ଭକ୍ତ ମା’ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ଦଶହରା ପଡ଼ିଆ ଅଭିମୁଖେ ବାହାରି ଥିଲେ। ଘଣ୍ଟ, କାହାଳି ଓ ବାଦ୍ୟ ସହ ଭକ୍ତମାନେ ବାଣ ଫୁଟାଇ ଶୋଭାଯାତ୍ରାରେ ରଣପୁର ସହର ପରିକ୍ରମା କରିଥିଲେ ା ଏହାପରେ ମା’ ଖିଲାମୁଣ୍ଡାଙ୍କୁ ହାଟସାହିଠାରେ ଥିବା ଦଶହରା ପଡ଼ିଆକୁ ଆଣିଥିଲେ । ସେଠାରେ ରାଜା ମା’ ଖିଲାମୁଣ୍ଡାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ପାରାକୁ ଆକାଶକୁ ଛଡ଼ାଯାଇଥିଲା।

ଅନ୍ଧାର ରାତିରେ ଭକ୍ତ ପାରା ଦେହରେ ମା’ ଖିଲାମୁଣ୍ଡା ବିଜେକରି ନିଜ ଆସ୍ଥାନ ରାଆଁଳକୁ ଚାଲିଯାଇଥିଲେ। ଠିକ୍‌ ସେହି ସମୟରେ ମା’ଙ୍କୁ ବିଦାୟ ଦେବା ପାଇଁ ୭ ଥର ତୋପ ସଲାମି ଦିଆଯାଇଥିଲା। ଛଡ଼ା ଯାଇଥିବା ପାରା ଶନିବାର ମାଳ ଅଞ୍ଚଳରେ ଥିବା ମା’ଙ୍କ ମନ୍ଦିର ପାଖରେ ମରିପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ। ମା’ ଖିଲାମୁଣ୍ଡା ନିଜ ଆସ୍ଥାନକୁ ଫେରି ଆସିଲେ ବୋଲି ସ୍ଥାନୀୟ ଆଦିବାସୀ ମାନଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri