Posted inଜାତୀୟ

ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ୫୫ ଯୋଡ଼ି

ରାଞ୍ଚି,୧୮।୨: ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌-ରିଲେସନଶିପ୍‌ରେ ରହିବା ପରେ ଝାଡ଼ଖଣ୍ଡର ୫୫ ଯୋଡ଼ି ବସନ୍ତ ପଞ୍ଚମୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକି ଗରିବ ଏବଂ ଅନ୍ୟ ସାମାଜିକ ପରମ୍ପରା କାରଣ ଯୋଗୁ ଅଟକି ରହିଥିଲା। ଏହି ଯୋଡ଼ିମାନେ ଏକାଠି ରହୁଥିଲେ ମଧ୍ୟ ବିଧିବଦ୍ଧ ବିବାହ କରି ନ ଥିଲେ। ତେଣୁ ଔପଚାରିକ ଭାବେ ସ୍ତ୍ରୀ ସ୍ବାମୀ ହୋଇପାରୁ ନ ଥିଲେ।

ଗୁମଲାର ସାମୁହିକ ବିବାହ ମଣ୍ଡପରେ ଏମିତି ବିବାହ ଅନୁଷ୍ଠିତ ହୋଇଯାଇଛି। ଏପରି ବିବାହକୁ ସ୍ବୟଂସେବକ ସଂସ୍ଥା ‘ନିମିତ୍ତ’ କରିଛି। ସଂସ୍ଥାର ସଚିବ ନିକିତା କହିଛନ୍ତି, ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ହଜାର ହଜାର ଯୋଡ଼ି ରହୁଛନ୍ତି। ଯେଉଁମାନଙ୍କର ଔପଚାରିକ ବିବାହ ହୋଇନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ବିବାହ ପାଇଁ ଖର୍ଚ୍ଚ କରିପାରୁନାହାନ୍ତି। ତେଣୁ ତାଙ୍କ ସଂସ୍ଥା ପକ୍ଷରୁ ଏପରି ଯୋଡ଼ିକୁ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସବୁଠୁ କୌତୂହଳ ବିଷୟର କଥା ହେଲା ଏହି ବିଧିବଦ୍ଧ ବିବାହ ଉତ୍ସବରେ ବରକନ୍ୟାଙ୍କ କୋଳରେ କାହାର ନାତି ନାତୁଣୀ ତ କାହାରୁ ଝିଅ ପୁଅ ବସିଥିଲେ। ଏମିତି ବି ଦେଖିବାକୁ ମିଳିଥିଲା ଗୋଟିଏ ବେଦିରେ ମା-ବାପା ବସିଥିବା ବେଳେ ଆଉ ଗୋଟିଏ ବେଦିରେ ପୁଅ-ବୋହୂ ବସିଥିଲେ। ଏପରି ବିବାହକୁ ନେଇ ଯୋଡ଼ିମାନେ ଖୁସି ଥିବା କହିଛନ୍ତି। ପଣ୍ଡିତ ବଦ୍ରିନାଥ ବିବାହ କାର୍ଯ୍ୟ ସମାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜରଙ୍ଗବାଲୀଙ୍କୁ ନୋଟିସ, ବେଆଇନ ଜମି ଦଖଲ ନେଇ ରେଳ ବିଭାଗର ଅଭିଯୋଗ…

ଭୋପାଳ,୧୨।୨ : ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି।...

କେନ୍ଦ୍ର ସରକାର ନ ଦେଲେ ବି ଆମେ ମାଗଣାରେ ଦେବୁ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୧୩ ।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏକ ବଡ ଘୋଷଣା କରିଛନ୍ତି । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ କରୋନା ଭ୍ୟାକ୍ସିନ...

ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…

ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ,...

ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ...

‘ମୋଦି ରାଜଧର୍ମ ପାଳନ କରନ୍ତୁ’

ନୂଆଦିଲ୍ଲୀ,୫ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହରେ ଯବାନମାନଙ୍କୁ ସମ୍ବୋଧିତ କରିବାର ଦିନକ ପରେ କଂଗ୍ରେସ ତାଙ୍କୁ ରାଜଧର୍ମ ପାଳନ କରିବାକୁ ପରାମର୍ଶ ଦେଇଛି। ଚାଇନାର...

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି…

ନୂଆଦିଲ୍ଲୀ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ ବଢୁୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଦେଶରେ କୋଭିଡର ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁଣି ଚେତାବନୀ...

‘ଜିଦି ଛାଡ଼ନ୍ତୁ କୃଷକ’

ନୂଆଦିଲ୍ଲୀ, ୧୮।୧: ନୂଆ କୃଷି ଆଇନ ପ୍ରତ୍ୟାହାର ନ କରିବା ଆଭିମୁଖ୍ୟକୁ କେନ୍ଦ୍ର ସରକାର ରବିବାର ପୁଣିଥରେ ଦୋହରାଇଛନ୍ତି। କୃଷକମାନେ ଆଇନ ପ୍ରତ୍ୟାହାର ଜିଦି ଛାଡନ୍ତୁ...

Advertisement
Archives

Model This Week