କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା

ବୋକାରୋ, ୩୦।୭: ଷ୍ଟିଲ୍‌ ସିଟି ଭାବେ ପରିଚିତ ଝାଡ଼ଖଣ୍ଡର ବୋକାରୋ ସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଏହାକୁ ଗ୍ରହଣ କରି ନ ପାରି ମା’ ମଧ୍ୟ ଆଖି ବୁଜି ଦେଇଛନ୍ତି। ୧୨ ଘଣ୍ଟା ଅନ୍ତରରେ ଉଭୟ ପୁଅ ଓ ସ୍ତ୍ରୀଙ୍କୁ ହରାଇ ପରିବାର ମୁଖ୍ୟ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣାଟି ବେରୋମା ସବ୍‌ଡିଭିଜନ ଉପରଘାଟ ଅଞ୍ଚଳରେ ଘଟିଛି। ଏଠାରେ ବ୍ୟବସାୟ କରୁଥିବା ନରେଶ ପ୍ରସାଦ ଭର୍ନଓ୍ବାଲ, ସ୍ତ୍ରୀ ଜ୍ୟୋତି ଓ ପୁଅ ପ୍ରିୟାଂଶୁଙ୍କ ସହ ରୁହନ୍ତି। ପ୍ରଥମ ସ୍ତ୍ରୀ’ଙ୍କ ମୃତ୍ୟୁବରଣ ପରେ ନରେଶ ଜ୍ୟୋତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ଏକ ପୁଅ ନୀଲ କୁମାର ମଧ୍ୟ ତାଙ୍କ ପାଖରେ ରୁହେ। କିନ୍ତୁ ଗତ ଜୁଲାଇ ୨୭ରେ ପ୍ରିୟାଂଶୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଏହାପରେ ତାଙ୍କୁ ଜାଲାନସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହା ପରଦିନ ସକାଳେ ପ୍ରିୟାଂଶୁ ଆଖି ବୁଜି ଦେଇଥିଲେ। ଯେହେତୁ ପ୍ରିୟାଂଶୁଙ୍କ କରୋନା ଟେଷ୍ଟ ରିପୋର୍ଟ ଆସି ନ ଥିଲା, ତେଣୁ ମେଡିକାଲ ପକ୍ଷରୁ ନ ଛୁଇଁ ଅନ୍ତିମ ସଂସ୍କାର କରିବା ପାଇଁ କୁହାଯାଇଥିଲା। ଏହାପରେ ପରିବାର ଲୋକେ ଗ୍ରାମକୁ ଆସି ସ୍ଥାନୀୟ ଏକ ନାଳ ନିକଟରେ ପ୍ରିୟାଂଶୁଙ୍କୁ ପୋତି ଦେଇଥିଲେ। ପୁଅକୁ ହରାଇବା ଘଟଣାକୁ କିନ୍ତୁ ମା’ ଜ୍ୟୋତି ସହଜେ ଗ୍ରହଣ କରିପାରି ନ ଥିଲେ। ସେ ଖାଇବା ପିଇବା ଛାଡ଼ି ଦେଇଥିଲେ। ଫଳରେ ତାଙ୍କ ଦେହ ମଧ୍ୟ ସେହିଦିନ ଗୁରୁତର ହୋଇଯାଇଥିଲା। ଶେଷରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହାପରେ ଯେଉଁ ସ୍ଥାନରେ ପୁଅର ଅନ୍ତିମ ସଂସ୍କାର ହୋଇଥିଲା ସେହିଠାରେ ଜ୍ୟୋତିଙ୍କ ମଧ୍ୟ ଶବଦାହ କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା...

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର...

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର...

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ...

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ...

ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…

ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ...

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି...

୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri