କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା

ବୋକାରୋ, ୩୦।୭: ଷ୍ଟିଲ୍‌ ସିଟି ଭାବେ ପରିଚିତ ଝାଡ଼ଖଣ୍ଡର ବୋକାରୋ ସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଏହାକୁ ଗ୍ରହଣ କରି ନ ପାରି ମା’ ମଧ୍ୟ ଆଖି ବୁଜି ଦେଇଛନ୍ତି। ୧୨ ଘଣ୍ଟା ଅନ୍ତରରେ ଉଭୟ ପୁଅ ଓ ସ୍ତ୍ରୀଙ୍କୁ ହରାଇ ପରିବାର ମୁଖ୍ୟ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣାଟି ବେରୋମା ସବ୍‌ଡିଭିଜନ ଉପରଘାଟ ଅଞ୍ଚଳରେ ଘଟିଛି। ଏଠାରେ ବ୍ୟବସାୟ କରୁଥିବା ନରେଶ ପ୍ରସାଦ ଭର୍ନଓ୍ବାଲ, ସ୍ତ୍ରୀ ଜ୍ୟୋତି ଓ ପୁଅ ପ୍ରିୟାଂଶୁଙ୍କ ସହ ରୁହନ୍ତି। ପ୍ରଥମ ସ୍ତ୍ରୀ’ଙ୍କ ମୃତ୍ୟୁବରଣ ପରେ ନରେଶ ଜ୍ୟୋତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ଏକ ପୁଅ ନୀଲ କୁମାର ମଧ୍ୟ ତାଙ୍କ ପାଖରେ ରୁହେ। କିନ୍ତୁ ଗତ ଜୁଲାଇ ୨୭ରେ ପ୍ରିୟାଂଶୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଏହାପରେ ତାଙ୍କୁ ଜାଲାନସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହା ପରଦିନ ସକାଳେ ପ୍ରିୟାଂଶୁ ଆଖି ବୁଜି ଦେଇଥିଲେ। ଯେହେତୁ ପ୍ରିୟାଂଶୁଙ୍କ କରୋନା ଟେଷ୍ଟ ରିପୋର୍ଟ ଆସି ନ ଥିଲା, ତେଣୁ ମେଡିକାଲ ପକ୍ଷରୁ ନ ଛୁଇଁ ଅନ୍ତିମ ସଂସ୍କାର କରିବା ପାଇଁ କୁହାଯାଇଥିଲା। ଏହାପରେ ପରିବାର ଲୋକେ ଗ୍ରାମକୁ ଆସି ସ୍ଥାନୀୟ ଏକ ନାଳ ନିକଟରେ ପ୍ରିୟାଂଶୁଙ୍କୁ ପୋତି ଦେଇଥିଲେ। ପୁଅକୁ ହରାଇବା ଘଟଣାକୁ କିନ୍ତୁ ମା’ ଜ୍ୟୋତି ସହଜେ ଗ୍ରହଣ କରିପାରି ନ ଥିଲେ। ସେ ଖାଇବା ପିଇବା ଛାଡ଼ି ଦେଇଥିଲେ। ଫଳରେ ତାଙ୍କ ଦେହ ମଧ୍ୟ ସେହିଦିନ ଗୁରୁତର ହୋଇଯାଇଥିଲା। ଶେଷରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହାପରେ ଯେଉଁ ସ୍ଥାନରେ ପୁଅର ଅନ୍ତିମ ସଂସ୍କାର ହୋଇଥିଲା ସେହିଠାରେ ଜ୍ୟୋତିଙ୍କ ମଧ୍ୟ ଶବଦାହ କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri