ଝିଅକୁ କଲେଜରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’

ବ୍ରହ୍ମପୁର ଅଫିସ,୧୪ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଲାଞ୍ଜିପଲ୍ଲୀ ବାଇପାସ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ଖଲ୍ଲିକୋଟ ଥାନା ଅଧୀନ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଦାସ(୧୭)। ଦୀପ୍ତିଲତାଙ୍କୁ ସେ ରହୁଥିବା ଛାତ୍ରାବାସରେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ବୋଲି ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡା ସୂଚନା ଦେଇଛନ୍ତି। ସୋମବାର ଛାତ୍ରୀଙ୍କ ମୃତଦେହ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି।

ପ୍ରକାଶ ଯେ, ଦୀପ୍ତିଲତା ବ୍ରହ୍ମପୁରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ। ସେ ଉକ୍ତ ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ରହୁଥିଲେ। ରବିବାର ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ ତରବରିଆ ଭାବେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଦ୍ୟନାଥପୁର ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଅନ୍ୟପଟେ ଦୀପ୍ତିଲତା ରହୁଥିବା ଛାତ୍ରାବାସକୁ ଯାଇ ତାଙ୍କ ସହପାଠୀଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରିଥିଲା। ସୋମବାର ମୃତ ଛାତ୍ରୀଙ୍କ ମା’ ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ଭାଇ ମୃତଦେହ ବ୍ୟବଚ୍ଛେଦ ଗୃହରେ ପହଞ୍ଚିଥିଲେ। ପରେ ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ। ଅନ୍ୟପଟେ ପୋଲିସ ମୃତ ଛାତ୍ରୀଙ୍କ ମୋବାଇଲ ଫୋନ ଜବତ କରି ଅନୁସନ୍ଧାନ ଚଳାଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?