Posted inଫୁରସତ

ଏଠାରେ ରହିଛି ସବୁଠୁ ଧନୀ ମନ୍ଦିର, ବର୍ଷକୁ ଆୟ ହୋଇଥାଏ…

ମନ୍ଦିର ଏବଂ ତୀର୍ଥସ୍ଥାନର ଦେଶ ଭାବରେ ଭାରତ ବେଶ୍‌ ଜଣାଶୁଣା। ଆମ ଦେଶରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ଯେଉଁଠାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ବିଶ୍ୱାସ ନେଇ ଦେବଦେବୀଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି। ଖାଲି ଯେ, ଭକ୍ତମାନେ ମନ୍ଦିର ଆସନ୍ତି ତା’ ନୁହେଁ, ମନ୍ଦିରକୁ ଅନେକ ଦାନ ଧର୍ମ ବି କରନ୍ତି। ଦେଶରେ ଥିବା ପ୍ରତ୍ୟେକ ମନ୍ଦିରର ନିଜସ୍ବ ଗୁରୁତ୍ୱ ଏବଂ ବିଶେଷତା ରହିଛି। ତେବେ କରୋନା ଯୋଗୁ ଏବେ ପ୍ରାୟ ସମସ୍ତ ମନ୍ଦିର ବନ୍ଦ ରହିଛି।

ଏଭଳି ପରିସ୍ଥିତିରେ ଭାରତର ଏପରି କିଛି ମନ୍ଦିର ବିଷୟରେ ଜଣାଇବୁ ଯାହା ଦେଶର ସବୁଠାରୁ ଧନୀ ମନ୍ଦିର ଅଟେ। ଏହି ମନ୍ଦିରଗୁଡ଼ିକର ରୋଜଗାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବର୍ଷକୁ ଏଠାରୁ କୋଟି କୋଟି ଅର୍ଥ ରୋଜଗାର ହୋଇଥାଏ।

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ହେଉଛି ଦେଶର ଅନ୍ୟତମ ସମୃଦ୍ଧ ମନ୍ଦିର। ଏଠାକୁ ପ୍ରାୟ ୬୦ ହଜାର ଭକ୍ତ ପରିଦର୍ଶନ କରିବାକୁ ଆସନ୍ତି। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଏହି ମନ୍ଦିରରେ ପ୍ରବେଶ ପ୍ରତିବନ୍ଧକ ରହିଛି। କିନ୍ତୁ ପ୍ରତିବର୍ଷ ଏହି ମନ୍ଦିରରୁ ୬୫୦ କୋଟିରୁ ଅଧିକ ଟଙ୍କା ରୋଜଗାର ହୋଇଥାଏ।

ସେହିପରି ଥିରୁଭାନନ୍ତପୁରମ୍‌ରେ ଥିବା ପଦ୍ମନାଭ ମନ୍ଦିର, ଶିରିଡ଼ିସ୍ଥିତ ସାଇ ମନ୍ଦିର, ବୈଷ୍ଣୋ ଦେବୀ ମନ୍ଦିର ଏବଂ ମୁମ୍ବାଇରେ ଥିବା ସିଦ୍ଧି ବିନାୟକ ମନ୍ଦିରରୁ ବର୍ଷକୁ ବହୁ କୋଟି ଟଙ୍କା ରୋଜଗାର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି।...

ଏରୋପ୍ଲେନ୍‌ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍‌ଠୁ ବେଶି

ଲୁଇସ୍‌ ଭିଟୋନ୍‌ ମେନ୍ସଓ୍ବେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌...

ଭଲପାଇବା ଦର୍ଶାଇବାକୁ ମଥାରେ ସ୍ବାମୀଙ୍କ ନାମର ଟାଟୁ

ବେଙ୍ଗାଲୁରୁ: ଲୋକେ ସେମାନଙ୍କ ପ୍ରେମକୁ ଜାହିର କରିବାକୁ ଯାଇ ବିଭିନ୍ନ ଉପାୟ ଆପଣେଇଥାନ୍ତି। ନିକଟରେ ଜଣେ ମହିଳା ଏପରି କିଛି କରିଛନ୍ତି। ତାହାର ଏକ ଭିଡିଓ...

କୁକୁର ଏବଂ ହେଟାବାଘଙ୍କର ସମାନ ଗୁଣ: ସାଥୀଙ୍କୁ ସହଯୋଗ କରିବାରେ ନିପୁଣ…

କୁକୁର ଏବଂ ହେଟାବାଘ ମଧ୍ୟରେ ବହୁ ସମାନ ଗୁଣ ରହିଥାଏ। କୁକୁର ମାଲିକଙ୍କର ଅତି ବିଶ୍ୱସ୍ତ ହୋଇଥାଏ। ଏହା ସହିତ କୁକୁର ଅସୁବିଧାରେ ପଡ଼ିଥିବା ଅନ୍ୟ...

ପେଚା କାହିଁକି ରାତିରେ ଦେଖିପାରେ…

ପେଚା ଯେତିକି ଭୟଙ୍କର ସେତିକି ବୁଦ୍ଧିମାନ ମଧ୍ୟ। କେହି କେହି ପେଚାକୁ ବୋକା ବୋଲି ଭାବିଥାନ୍ତି। କିନ୍ତୁ ପେଚା ବିଷୟରେ ଏମିତି କିଛି ଖାସ୍‌ କଥା...

ଅନ୍‌ଲାଇନ୍‌ ଖେଳାଳିଙ୍କ ପାଇଁ ଗେମିଂ ବେଡ୍‌, ଦାମ୍‌ ରହିଛି ୮୧ ହଜାର

ଟୋକିଓ: ଅନ୍‌ଲାଇନ୍‌ ଗେମ୍‌ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍‌ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା...

ଆଖି ବନ୍ଧାହୋଇ ଜଣଙ୍କ ପରେ ଜଣେ କରୁଥିଲେ ଏମିତି, ଶେଷକୁ ରହିଲାନି କିଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ନିଜ କମ୍ପାନୀର ସ୍କର୍ପିଓକୁ ଏମିତି ଅବସ୍ଥାରେ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏହି ପ୍ରତିକ୍ରିୟା

ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍‌ ରହୁଥିବା ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସବୁବେଳେ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ସୋସିଆଲ ମିଡିଆରେ...

Advertisement
Archives

Model This Week