ହାଇଓ୍ବେରେ ମଶା ଝଡ଼: ଲୋକେ ଆତଙ୍କିତ

ବୁଇନୋସ୍‌ ଆରିସ୍‌,୧।୩: ସାଧାରଣତଃ ଧୂଳିଝଡ ଦେଖାଯାଇଥାଏ। ତେବେ ମଶା ଝଡ଼ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଭଳି ଏକ ଝଡ଼ ଆର୍ଜେଣ୍ଟିନାର ହାଇଓ୍ବେ ନମ୍ବର ୭୪ରେ ଦେଖିବାକୁ ମିଳିଛି। ଏହା ଦୂରରୁ ଧୂଳିଝଡ଼ ଭଳି ଦେଖାଯାଉଥିବାବେଳେ ପାଖକୁ ଆସିବାରୁ ଲକ୍ଷଲକ୍ଷ ମଶା ଏଥିରେ ରହିଥିବା ଜଣାପଡ଼ିଥିଲା। ମଶା ଝଡ଼ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ହାଇଓ୍ବେରେ ଯିବା ଆସିବା କରୁଥିବା ଲୋକେ ଏହାର ଫଟୋ ଉଠାଇବା ସହିତ ଭିଡ଼ଓ ମଧ୍ୟ ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଥିଲେ। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଛି। ଫଳରେ ପାଣି ଜମି ରହିଥିବା ସ୍ଥାନରେ ମଶା ସୃଷ୍ଟି ହେବାରେ ଲାଗିଛନ୍ତି ବୋଲି ସେଣ୍ଟର ଫର୍‌ ପାରାସିଟାଲୋଜିକାଲ ଆଣ୍ଡ୍‌ ଭେକ୍ଟର ଡିଜିଜ୍‌ର ଗବେଷକ ଜୁଆନ୍‌ ଜୋସ୍‌ ଗାର୍ସିଆ ସୂଚନା ଦେଇଛନ୍ତି। ଏହାଯୋଗୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଶା ଝଡ଼ ଦ୍ୱାରା କୌଣସି କ୍ଷତି ନ ହେଲେ ମଧ୍ୟ ଏହା ମଧ୍ୟ ଦେଇ ଯିବା ସମୟରେ ପ୍ରବଳ ଗୁଣୁଗୁଣୁ ଶବ୍ଦ ଶୁଣାଯାଇଥାଏ। ସେହିପରି ମଶାମାନେ ଶରୀରରେ ଘସି ହେବା ଦ୍ୱାରା ଏକ ପ୍ରକାର ଅଜବ ଅନୁଭବ ହୋଇଥାଏ ବୋଲି ସେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଭିନ୍ନ ସ୍ଥାନରେ ମଶାତେଲ ସିଞ୍ଚନ କରାଯାଉଛି। ଆସନ୍ତା ୧୫ ଦିନ ମଧ୍ୟରେ ଏଭଳି ମଶା ଝଡ଼ ଆଉ ଦେଖାଯିବାର ସମ୍ଭାବନା ରହିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳ ମେକ୍‌ଅପ୍‌ରେ ଦୁଇବର୍ଷ

୨୦୧୩ରେ ୟୁକେ ବ୍ରାଡଫୋର୍ଡର ଲୌରାଇ ଲି ନାମ୍ନୀ ମେକ୍‌ଅପ୍‌ ଆର୍ଟିଷ୍ଟ ତାଙ୍କର ଡଲ୍‌ ପରି ଚେହେରା ପାଇଁ ସାରା ଦୁନିଆରେ ପରିଚିତା ହୋଇଥିଲେ। ଆଉ ଡେଲିମେଲ୍‌...

ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ...

ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ

ହାତରେ ବଡ଼ ବଡ଼ ରିଙ୍ଗ ବା ମୁଦି ପିନ୍ଧିବା ଆଜିକାଲି ଫ୍ୟାଶନ୍‌ ପାଲଟିଗଲାଣି। ଉତ୍ତରପ୍ରଦେଶ, ମିରଟ୍‌ର ଜଣେ ଗହଣା ନିର୍ମାତା ତିଆରି କରିଛନ୍ତି ସେମିତି ଏକ...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ...

ଆତଙ୍କବାଦୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ: କ୍ଷମା ମାଗିଲେ ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ,୧୮ ।୯: କାବୁଲ ବିମାନ ବନ୍ଦରରେ ଗତ ମାସରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣ ଫଳରେ ସାଧାରଣ ଜନତାଙ୍କ...

ଭାରତର ସହାୟତା ଲୋଡିଲେ ଜେଲେନେସ୍କି…

କାଇଭ୍‌, ୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଡିମୀର ଜେେଲେକେସ୍କି ଶାନ୍ତି ଉପରେ...

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା...

ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ନେଇଛନ୍ତି ଏହି ନୂଆ ପଦକ୍ଷେପ

ସ୍ମାର୍ଟଫୋନ୍‌ ସମସ୍ତ ବର୍ଗଙ୍କ ପାଇଁ ଯେପରି ଅତ୍ୟାବଶ୍ୟକ ପାଲଟିଯାଇଛି। ଏଥିରୁ ବାଦ୍‌ ବି ପଡୁନାହାନ୍ତି କୁନିକୁନି ପିଲା। ଅଧିକାଂଶ ସମୟ ସେମାନେ ଟିଭି କିମ୍ବା ଫୋନ୍‌ରେ...

Advertisement
Archives

Model This Week