ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼

ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ କୁଣ୍ଡେଇ ହେବା ପରେ ଠିକ୍‌ ହୋଇଯାଇଥାଏ। ହେଲେ କାମ୍ବୋଡିଆ ଜଣେ ଯୁବକଙ୍କୁ ମଶା କାମୁଡିବା ପରେ ଏମିତି ଘଟିଛି ତାହାକୁ କେହି କଳ୍ପନା ମଧ୍ୟ କରିପାରିନେ ନାହିଁ। ମଶା କାମୁଡିବାରୁ ତାଙ୍କ ଗୋଡର ଆକାର ସ୍ବଭାବିକଠାରୁ ପ୍ରାୟ ୫ ଗୁଣା ମୋଟା ହୋଇଯାଇଛି। ଏହାଯୋଗୁ ସେ ଚାଲି ପାରୁ ନାହାନ୍ତି ଏବଂ ଏକପ୍ରକାର ଅଚଳ ହୋଇଯାଇଛନ୍ତି।
୨୭ ବର୍ଷୀୟ ବଙ୍ଗ ଥେଟ୍‌ ଯେତେବେଳେ ମାତ୍ର ୬ ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ଏକ ମଶା କାମୁଡି ଦେଇଥିଲା। ତେଣୁ ତାଙ୍ଗ ଗୋଡରେ ଏକ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିଲା। ହେଲେ ବଙ୍ଗ ଏବଂ ତାଙ୍କ ପରିବାର ଏହାକୁ ସାମାନ୍ୟ ଭାବିଥିଲେ। ପରେ ଉକ୍ତ ସ୍ଥାନରେ ଏକ ଆବୁ ହୋଇ ତାହା ବଢ଼ିବାକୁ ଲାଗିଲା। ପରେ ତାଙ୍କ ଗୋଡର ଆକାର ସ୍ବାଭାବିକଠାରୁ ପ୍ରାୟ ୫ ଗୁଣ ମୋଟା ହୋଇଯାଇଛି। ବଙ୍ଗ ଗରିବ ପରିବାରର ହୋଇଥିବାରୁ ଏହି ସମସ୍ୟା ନେଇ କେବେ ହସ୍ପିଟାଲ ଯାଇପାରି ନ ଥିଲେ। ନିକଟରେ ଜଣେ ବଦାନ୍ୟ ମହିଳା ତାଙ୍କୁ ଆଥିକ ସହାୟତା କରିବାରୁ ବଙ୍ଗଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଜଣାପଡ଼ିଲା ଯେ, ବଙ୍ଗ ଲିମ୍ଫାଟିକ ଫାଇଲେସିରିଆସିସ୍‌ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏକ ପ୍ରକାର ପରଜୀବୀଙ୍କ ଦ୍ୱାରା ଉକ୍ତ ରୋଗ ହୋଇଥାଏ। ବୋଧହୁଏ ମଶା କାମୁଡ଼ାଯୋଗୁ ସେହି ପରଜୀବୀ ତାଙ୍କ ଦେହକୁ ଆସିଥାଇପାରେ ବୋଲି ଡାକ୍ତର କହିଥିଳେ। ତେବେ ଏହାର କୌଣସି ଚିକିତ୍ସା ନାହିଁ। ଏଥିରୁ ରକ୍ଷା ପାଇବା ପାଇଁ କୌଣସି ଟିକା ବାହାରି ନାହିଁ।
ଏହା ଜାଣିବା ପରେ ବଙ୍ଗ କୁହନ୍ତି, ଜୀନସାରା ସେ ତାଙ୍କ ସମସ୍ୟାର ପ୍ରକୃତ କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତାହା ଜାଣିପାରିଛନ୍ତି। ତେଣୁ ସେ କିଛିଟା ଆଶ୍ୱସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭର୍ନରଙ୍କ ଗିରଫ ପ୍ରତିବାଦରେ ରୁଷିଆରେ ବିକ୍ଷୋଭ

ଖବରୋଭସ୍କ,୨୬ା୭: ଏକ ହତ୍ୟା ଅଭିଯୋଗରେ ରୁଷିଆର ଆଞ୍ଚଳିକ ଗଭର୍ନର ସେର୍‌ଗେଇ ଫୁର୍‌ଗାଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ଶନିବାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ।...

ଟାଇମ୍ସ ସ୍କୋୟାର ଡିସ୍‌ପ୍ଲେକୁ ଆମେରିକାରେ ବିରୋଧ

ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ।...

ସାମାନ୍ୟ କଥାରେ ରାଗୁଛନ୍ତି କି? ଏହି ସହଜ ଉପାୟରେ ନିଜକୁ କରନ୍ତୁ ଶାନ୍ତ, ନଚେତ୍‌…

କ୍ରୋଧକୁ ଆୟତ୍ତ କରିବା ସାଧନା ଠାରୁ କିଛି କମ୍‌ ନୁହେଁ। କିଛି ଲୋକଙ୍କ ନାକ ଅଗରେ ରାଗ ଥାଏ। ଏହି ରାଗ  ବହୁତ କ୍ଷତିରେ ମଧ୍ୟ...

ପାକିସ୍ତାନରୁ ୟୁକେ ଯିବା ଉପରେ କଟକଣା

ଲଣ୍ଡନ, ୨।୪ : ପାକିସ୍ତାନର କୌଣସି ନାଗରିକ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଯାଇ ପାରିବେ ନାହିଁ। କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ପାକିସ୍ତାନ ସମେତ କେନିୟା, ବାଂଲାଦେଶ...

ମେଥି ହେୟାର ମାସ୍କ

କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ମୁଲାୟମ କେଶ...

ଟ୍ରାଇବାଲ୍‌ ଜୁଏଲେରି ଟ୍ରେଣ୍ଡ

ବର୍ତ୍ତମାନ ଫ୍ୟାଶନ୍‌ ଦୁନିଆରେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି ଟ୍ରାଇବାଲ୍‌ ଜୁଏଲେରି। କାରଣ ଏହା ନା କେବଳ ସବୁ ପ୍ରକାର ଆଉଟଫିଟ୍‌ ସହିତ ମ୍ୟାଚ୍‌ କରିହେଉଛି ବରଂ...

ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଲା ରୁଷିଆ, ୟୁକ୍ରେନ ଦେଲା ଚେତବାନୀ

ମସ୍କୋ/କ୍ୱିଭ,୩୦ ।୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୟୁକ୍ରେନ୍ ଉପରେ ବଡ ଅଭିଯୋଗ ଆଣିଛି । ରୁଷିଆ କହିଛି ୟୁକ୍ରେନ କ୍ରିମିୟାର ସବୁଠାରୁ ବଡ ସହର...

ଯୁଦ୍ଧ ଜିତୁଛି ୟୁକ୍ରେନ୍‌

କିଭ୍‌, ୨୬ା୪: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଲକ୍ଷ୍ୟ ହାସଲ କରିବାରେ ରୁଷିଆ ବିଫଳ ହୋଇଛି। ବିଜୟ ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପ୍ରତିବଦ୍ଧତା...

Advertisement
Archives

Model This Week