ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼

ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ କୁଣ୍ଡେଇ ହେବା ପରେ ଠିକ୍‌ ହୋଇଯାଇଥାଏ। ହେଲେ କାମ୍ବୋଡିଆ ଜଣେ ଯୁବକଙ୍କୁ ମଶା କାମୁଡିବା ପରେ ଏମିତି ଘଟିଛି ତାହାକୁ କେହି କଳ୍ପନା ମଧ୍ୟ କରିପାରିନେ ନାହିଁ। ମଶା କାମୁଡିବାରୁ ତାଙ୍କ ଗୋଡର ଆକାର ସ୍ବଭାବିକଠାରୁ ପ୍ରାୟ ୫ ଗୁଣା ମୋଟା ହୋଇଯାଇଛି। ଏହାଯୋଗୁ ସେ ଚାଲି ପାରୁ ନାହାନ୍ତି ଏବଂ ଏକପ୍ରକାର ଅଚଳ ହୋଇଯାଇଛନ୍ତି।
୨୭ ବର୍ଷୀୟ ବଙ୍ଗ ଥେଟ୍‌ ଯେତେବେଳେ ମାତ୍ର ୬ ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ଏକ ମଶା କାମୁଡି ଦେଇଥିଲା। ତେଣୁ ତାଙ୍ଗ ଗୋଡରେ ଏକ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିଲା। ହେଲେ ବଙ୍ଗ ଏବଂ ତାଙ୍କ ପରିବାର ଏହାକୁ ସାମାନ୍ୟ ଭାବିଥିଲେ। ପରେ ଉକ୍ତ ସ୍ଥାନରେ ଏକ ଆବୁ ହୋଇ ତାହା ବଢ଼ିବାକୁ ଲାଗିଲା। ପରେ ତାଙ୍କ ଗୋଡର ଆକାର ସ୍ବାଭାବିକଠାରୁ ପ୍ରାୟ ୫ ଗୁଣ ମୋଟା ହୋଇଯାଇଛି। ବଙ୍ଗ ଗରିବ ପରିବାରର ହୋଇଥିବାରୁ ଏହି ସମସ୍ୟା ନେଇ କେବେ ହସ୍ପିଟାଲ ଯାଇପାରି ନ ଥିଲେ। ନିକଟରେ ଜଣେ ବଦାନ୍ୟ ମହିଳା ତାଙ୍କୁ ଆଥିକ ସହାୟତା କରିବାରୁ ବଙ୍ଗଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଜଣାପଡ଼ିଲା ଯେ, ବଙ୍ଗ ଲିମ୍ଫାଟିକ ଫାଇଲେସିରିଆସିସ୍‌ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏକ ପ୍ରକାର ପରଜୀବୀଙ୍କ ଦ୍ୱାରା ଉକ୍ତ ରୋଗ ହୋଇଥାଏ। ବୋଧହୁଏ ମଶା କାମୁଡ଼ାଯୋଗୁ ସେହି ପରଜୀବୀ ତାଙ୍କ ଦେହକୁ ଆସିଥାଇପାରେ ବୋଲି ଡାକ୍ତର କହିଥିଳେ। ତେବେ ଏହାର କୌଣସି ଚିକିତ୍ସା ନାହିଁ। ଏଥିରୁ ରକ୍ଷା ପାଇବା ପାଇଁ କୌଣସି ଟିକା ବାହାରି ନାହିଁ।
ଏହା ଜାଣିବା ପରେ ବଙ୍ଗ କୁହନ୍ତି, ଜୀନସାରା ସେ ତାଙ୍କ ସମସ୍ୟାର ପ୍ରକୃତ କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତାହା ଜାଣିପାରିଛନ୍ତି। ତେଣୁ ସେ କିଛିଟା ଆଶ୍ୱସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଆସନ୍ତା ୨ ଦିନ ଯାଏ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୩୧ା୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା…

ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…

ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ଘରୁ ତଲାସୀ ବେଳେ ମିଳିଲା ୭.୨୯ ଲକ୍ଷ ଟଙ୍କା, ୩୦୦ ଗ୍ରାମ ସୁନା ଗହଣା

କେନ୍ଦୁଝର,୩୧।୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସାରେ, କେନ୍ଦୁଝରର ଜିଲା ଶ୍ରମ ଅଧିକାରୀ, ଆକାଶ ବିଶୋଇ ଜଣେ ବୈଦ୍ୟୁତିକ ଠିକାଦାରଙ୍କ ଠାରୁ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri