Posted inଖେଳ

ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମୋରିସ

ମୁମ୍ବାଇ,୧୫।୪ : ଚଳିତ ସପ୍ତାହରେ ଆଇପିଏଲରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ରୋମାଞ୍ଚକ ମ୍ୟାଚ୍‌। ପୂର୍ବ ୩ ଦିନ ଭଳି ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ମିଳି ନ ଥିଲା ଜିତିବା ସୁଖ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଧାର୍ଯ୍ୟ ୧୪୮ ରନ୍‌ର ଟାର୍ଗେଟ ହାସଲ କରିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା ରାଜସ୍ଥାନ ରୟାଲ୍ସ। କିନ୍ତୁ ଶେଷକୁ ନିର୍ଣ୍ଣାୟକ ସାଜିଲା କ୍ରିସ ମୋରିସଙ୍କ ବିସ୍ଫୋରକ ୩୬ ରନ୍‌ର ଇନିଂସ। ତାଙ୍କ ଯୋଗୁ ୩ ଉଇକେଟରେ ବିଜୟ ହାସଲ କଲା ରାଜସ୍ଥାନ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳର ବ୍ୟାଟିଂ ଲାଇନଅପ୍‌କୁ ବିଗାଡ଼ି ଦେଇଥିଲେ ଜୟଦେବ ଉନାଡ୍‌କଟ। ସେ ୩ ଉଇକେଟ ହାତେଇଥିଲେ। ଅଧିନାୟକ ପନ୍ତ (୫୧ ରନ୍‌, ୯ ଚୌକା) ଖେଳିଥିଲେ ଅର୍ଦ୍ଧଶତକୀୟ ପାଳି। ସେ ରନ୍‌ ଆଉଟ୍‌ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ରାଜସ୍ଥାନ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ୮ ଉଇକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଦିଲ୍ଲୀ।

ଜବାବରେ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ। ଏପରି କି ୧୨ ଓଭର ସୁଦ୍ଧା ରାଜସ୍ଥାନ ୫ ଉଇକେଟ ହରାଇ ମାତ୍ର ୫୮ ରନ୍‌ କରିଥିଲା। ଲାଗୁଥିଲା ଦଳ ନିଶ୍ଚିତ ପରାଜୟ ଆଡ଼େ ମୁହଁାଉଛି। କିନ୍ତୁ ୧୩ ଓ ୧୪ ତମ ଓଭରରେ ଦଳୀୟ ସ୍କୋରରେ ୨୬ ରନ୍‌ ଯୋଡ଼ିଥିଲେ ଡେଭିଡ୍‌ ମିଲର ଓ ରାହୁଲ ତଓ୍ବେତିଆ। ମାତ୍ର ଏହି ଯୋଡ଼ିକୁ ୧୫ତମ ଓଭରରେ କାଗିସୋ ରବାଡା ଭାଙ୍ଗିଥିଲେ। ତଓ୍ବେତିଆ (୧୯) ଆଉଟ୍‌ ହେବା ପରେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ ମିଲର। ୧୬ତମ ଓଭରରେ ଅଭେସ ଖାନଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ତୃତୀୟ ଛକା ମାରିବାକୁ ଯାଉ ଆଉଟ୍‌ ହୋଇଥିଲେ ମିଲର (୬୨)। ଏହାପରେ ପ୍ରତ୍ୟେକ ରନ୍‌ ପାଇଁ ସଂଘର୍ଷ କରିଥିଲେ ଜୟଦେବ ଉନାଡ୍‌କଟ ଓ କ୍ରିସ ମୋରିସ। ଅନ୍ତିମ ଦୁଇ ଓଭରରେ ଦଳକୁ ଜିତିବା ପାଇଁ ୧୨ ବଲରେ ଦରକାର ଥିଲା ୨୭ ରନ୍‌। ମୋରିସ ଏକାକୀ ଦିଲ୍ଲୀ ହାତରୁ ଛଡ଼ାଇ ଆଣିଥିଲେ ମ୍ୟାଚ୍‌। ମାତ୍ର ୧୮ ବଲରେ ୪ ଛକା ସହାୟତାରେ ସେ ଖେଳିଥିଲେ ବିସ୍ଫୋରକ ୩୬ ରନ୍‌ର ଇନିଂସ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri