Posted inଜାତୀୟ

ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, କହିଲେ ଯୋଗାଇ ଦିଆଯିବ ଯଥା ସମ୍ଭବ ସହାୟତା

ନୂଆଦିଲ୍ଲୀ,୯।୯: ମରକ୍କୋରେ ହୋଇଥିବା ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସମସ୍ତ ସହାୟତା ପାଇଁ ଭରସା ଦେଇଛନ୍ତିି।ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ମରକ୍କୋରେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ। ଏହି ସମୟରେ ମୋର ସମ୍ବେଦନା ମରକ୍କୋବାସୀଙ୍କ ସହ ରହିଛି।
ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରି ସେ କହିଛନ୍ତି ଯେ ଏହି କଷ୍ଟ ସମୟରେ ଭାରତ ମୋରୋକୋକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ।
ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ବଡ ଧରଣର ଭୂକମ୍ପ ଯୋଗୁଁ ବହୁ କ୍ଷୟକ୍ଷତି ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା। ଯେଉଁଥିପାଇଁ ବହୁ କ୍ଷୟକ୍ଷତି ହୋଇଛି। ନ୍ୟୁଜ ଏଜେନ୍ସି ଏପି ରିପୋର୍ଟ କରିଛି ଯେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଜଣଙ୍କର ମୃତ୍ୟୁ ହୋଇଛି। ମରକ୍କୋ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ଏହା ନିଶ୍ଚିତ ହୋଇଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ ରାତି ପ୍ରାୟ ୧୧ଟା ୧୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶଠାରୁ ୭୧ କିଲୋମିଟର ଦୂରରେ ୧୮.୫ କିଲୋମିଟର ଗଭୀରରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri