ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି। ଯେମିତିକି:

* ବାସ୍ତୁଶାସ୍ତ୍ର ଅନୁଯାୟୀ, ନଟରାଜ ମୂର୍ତ୍ତି ହେଉ ଅବା ଫଟୋକୁ ଘରେ ରଖିବା ଠିକ୍‌ ନୁହେଁ। କାରଣ ଏଥିରେ ଭଗବାନ ଶିବଙ୍କର ତାଣ୍ଡବ ମୁଦ୍ରା ଦେଖିବାକୁ ମିଳେ; ଯାହାକୁ ବିଧ୍ୱଂସର ପ୍ରତୀକ ବୋଲି କୁହାଯାଏ।

* ପାଣିରେ ବୁଡ଼ି ଯାଉଥିବା ଡଙ୍ଗା କିମ୍ବା ଜାହାଜର ଫଟୋକୁ ମଧ୍ୟ କାନ୍ଥରେ ଲଗାଇବା ଉଚିତ୍‌ ନୁହେଁ। ଏହା ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ବିଶ୍ୱାସ ରହିଛି।

* ଘରେ ପିଲାମାନଙ୍କର ଫଟୋ ଲଗାଇବା ସୌଭାଗ୍ୟର ସୂଚନା ଦିଏ। ବିଶେଷକରି ନବଦମ୍ପତିଙ୍କ ରୁମ୍‌ରେ ପିଲାଙ୍କ ଫଟୋ ଲଗାଇବା ଶୁଭଫଳ ଦେଇଥାଏ। କିନ୍ତୁ ଭୁଲ୍‌ରେ କେବେ ବି କାନ୍ଦୁଥିବା କିମ୍ବା ରାଗିକି ଚାହୁଁଥିବା ପିଲାର ଫଟୋ ଲଗାଇବେ ନାହିଁ, ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ।

* ଗୋଲାପ ଫୁଲ ଦେଖିବାକୁ ଖୁବ୍‌ ସୁନ୍ଦର। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଲାପ ଫୁଲକୁ ଯେତିକି ପ୍ରାଧାନ୍ୟ ମିଳେ, ଏହାର ଗଛକୁ କିନ୍ତୁ ସେତିକି ମିଳେନା। କାରଣ ଏଥିରେ କଣ୍ଟା ଥାଏ। ବାସ୍ତୁଶାସ୍ତ୍ରରେ ବି କୁହାଯାଇଛି, ଘରେ ଗୋଲାପ ଫୁଲର ଫଟୋ ଲଗାଇପାରିବେ। କିନ୍ତୁ ଏହାର ଗଛର ଫଟୋକୁ ଲଗାଇବେ ନାହିଁ। କାରଣ ଏଥିରେ ଥିବା କଣ୍ଟା ଘରେ ନକାରାତ୍ମକ ଊର୍ଜ୍ଜା ବୃଦ୍ଧି କରିଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧ ସମ୍ବନ୍ଧୀୟ ଫଟୋ ଲଗାଇବା ମଧ୍ୟ ଠିକ୍‌ ନୁହେଁ। ବିଶେଷକରି ମହାଭାରତ ଯୁଦ୍ଧର ଫଟୋ ଲଗାଇବେ ନାହିଁ। ଏହାଦ୍ୱାରା କୁଆଡ଼େ ଭ୍ରାତୃ ସମ୍ପର୍କରେ ତିକ୍ତତା ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ

ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri