ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ

ନୟାଗଡ଼,୯।୭ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଅସଫଳ ହୋଇଛି। ଶ୍ରମ ଆୟୁକ୍ତ ଓଡ଼ିଶାଙ୍କ ପତ୍ରାଙ୍କ ସଂଖ୍ୟା ୮୪୭/ତା ୨୮।୬।୨୦୨୩କୁ ଅନୁଧ୍ୟାନ କଲେ ଜିଲାପାଳ ଓ ଜିଲା ଶ୍ରମ ଅଧିକାରୀଙ୍କ ଅସହଯୋଗ ସ୍ପଷ୍ଟ ବାରି ହୋଇ ପଡୁଛି । ଜିଲାପାଳ ଓ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୮୪୦ ଶ୍ରମିକଙ୍କ ପ୍ରାୟ ୧୪ କୋଟି ଟଙ୍କାର ଫାଇଲ ଘୁଞ୍ଚୁ ନ ଥିବାରୁ ଜିଲାରେ ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଏଭଳି ସ୍ଥଳେ ସହାୟତା ରାଶି ତୁରନ୍ତ ବଣ୍ଟନ କରିବାକୁ ଶ୍ରମ ଆୟୁକ୍ତ ଏନ. ଥିରୁମାଲା ନାଏକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଜୁଲାଇ ୨୦ରେ ନୟାଗଡ଼ ଜିଲାକୁ ୫-ଟି ସଚିବଙ୍କ ଗସ୍ତ ଥିବାବେଳେ ସରକାରୀ ଅନୁଦାନକୁ ତୁରନ୍ତ ବଣ୍ଟନ କରିବାକୁ ଅଲିଖିତ ନିର୍ଦ୍ଦେଶନାମା ଆସିଥିବା ଜଣାପଡିଛି । ହେଲେ ଶ୍ରମ ବିଭାଗ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ଉଠିଛି ।
ସୂଚନା ଅନୁଯାୟୀ, ଜିଲା ଶ୍ରମ କାର୍ଯ୍ୟାଳୟରେ ୨ ହଜାର ୫୯୭ ଶ୍ରମିକଙ୍କ ୧୨ କୋଟି ୮୩ ଲକ୍ଷ ୬ ହଜାର ସରକାରୀ ସହାୟତା ପଡି ରହିଛି । ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟରେ ୨୯୭ ଶ୍ରମିକଙ୍କ ୧ କୋଟି ୯୯ ଲକ୍ଷ ୬୭ ହଜାର ୨୦୦ ସରକାରୀ ସହାୟତା ଅନୁରୂପ ଭାବେ ପଡି ରହିଛି । ପୁଣି ଅକାଉଣ୍ଟରେ ସମସ୍ୟା କାରଣରୁ ଡିବିଟି ମୋଡରେ ୬ଜଣ ଶ୍ରମିକଙ୍କର ୬ ଲକ୍ଷ ସହାୟତା ରାଶି ବ୍ୟାଙ୍କ ବାତିଲ କରି ଦେଇଛି । ଅନ୍ୟପକ୍ଷେ ୧୪୫ ଜଣ ଶ୍ରମିକଙ୍କର କାଗଜପତ୍ର ଠିକ୍‌ ନ ଥିବା ଦର୍ଶାଯାଇ ଯାଞ୍ଚ ମୋଡରେ ରଖାଯାଇଛି। ଜିଲାରେ ନିର୍ମାଣ ଶ୍ରମିକ ବିବାହ, ଶିକ୍ଷା, ମୃତ୍ୟୁକାଳୀନ, ପ୍ରସୂତିକାଳୀନ ସହାୟତା ପାଉ ନାହାନ୍ତି । ପୁଣି ଅନଲାଇନରେ ପ୍ରାୟ ୧୫ ହଜାର ନିର୍ମାଣ ଶ୍ରମିକ ଆବେଦନ କରିଥିଲେ ହେଁ ସେମାନଙ୍କୁ ପଞ୍ଜୀକରଣ କରାଯାଉ ନାହିଁ। ଏପରି କି ଜିଲା ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କ ଆବେଦନର ଫାଇଲକୁ କମ୍ପ୍ୟୁଟରରେ ଖୋଲା ଯାଉ ନ ଥିବାର ଅଭିଯୋଗ ରହିଛି।
୫-ଟି ସଚିବଙ୍କୁ ଫେରାଦ୍‌ : ନୟାଗଡ଼ ଜିଲାରେ ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ଓ ପ୍ରସୂତିକାଳୀନ ସହାୟତା ରାଶି ଜିଲାପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି । ଜିଲାପାଳ ସମ୍ପୃକ୍ତ ଫାଇଲକୁ ଆପ୍ରୁଭାଲ କରୁ ନ ଥିବାରୁ ସରକାରୀ ସହାୟତା ଶ୍ରମିକ ପାଇ ପାରୁ ନାହାନ୍ତି । ଏନେଇ ଇଙ୍ଗିଲି ଦେଇ, ରଶ୍ମିତା କଅଁର, ବିଜୁଳି ମହାନ୍ତି, ନିରୁପମା ଲେଙ୍କା ପ୍ରମୁଖ ଶ୍ରମିକ ଜିଲାପାଳଙ୍କ ଅବହେଳା ନେଇ ୫-ଟି ସଚିବଙ୍କୁ ଅବଗତ କରାଇଛନ୍ତି। ୫-ଟିଙ୍କ ଗସ୍ତ ନୟାଗଡ଼ ଜିଲା ଥିବାରୁ ଅଭିଯୋଗର ଗୁରୁତ୍ୱ ବଢ଼ିଛି ।
ଅଢ଼େଇ ହଜାର ଦେଲେ ମିଳୁଛି ପରିଚୟପତ୍ର:ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଢ଼େଇ ହଜାର ଟଙ୍କା ଲାଞ୍ଚ ଦେଲେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ କରାଯାଇ ପରିଚୟ ପତ୍ର ମିଳୁଥିବାର ଅଭିଯୋଗ ହୋଇ ଆସୁଛି । ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ୨ଜଣ କର୍ମଚାରୀ କେତେଜଣ ମଧ୍ୟସ୍ଥଙ୍କୁ ନିୟୋଜିତ କରାଇ ୨ମାସ ହେଲା ରୋଜଗାରରେ ଲାଗି ପଡିଛନ୍ତି । ଏପଟେ କାର୍ଡ ବଢ଼ିବ ସେପଟେ ରୋଜଗାର ହେବା ଲକ୍ଷ୍ୟରେ ନୂଆ ମିଶନ ଚାଲୁ ରହିଛି । ତେବେ ଭିଜିଲାନ୍ସ ବିଭାଗ ଏହାକୁ ନଜରରେ ରଖିଥିବାରୁ ଅନୁଗତ ଲୋକମାନଙ୍କୁ କେବଳ ସୁବିଧା ପ୍ରଦାନ କରିଚାଲିଛି ବୋଲି ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri