Posted inଖେଳ

ମୋରିସ ଖେଳିବା ସମ୍ଭାବନା କମ୍‌

ଦୁବାଇ, ୨୪।୯(ପି.ଟି.)- ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନ ଥିବାରୁ କ୍ରିସ୍‌ ମୋରିସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବା ସମ୍ଭାବନା କମ୍‌। କ୍ରିକେଟ ଅପରେଶନ୍ସ ନିର୍ଦ୍ଦେଶକ ମାଇକ ହେସନ ଏହା ପ୍ରକାଶ କରିଛନ୍ତି। ପ୍ରଥମ ମ୍ୟାଚରେ ବିଜୟୀ ହୋଇ ସାରିଥିବା ଚ୍ୟାଲେଞ୍ଜର୍ସ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଭେଟିବ। ଡେଥ୍‌ ଓଭରରେ ବୋଲିଂକୁ ଦୃଢ଼ କରିବା ପାଇଁ ବାଙ୍ଗାଲୋର ଫ୍ରାଞ୍ଚାଇଜ୍‌ ମୋରିସଙ୍କୁ ୧୦ କୋଟି ଟଙ୍କାରେ କିଣିଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ସେ ଖେଳିପାରି ନ ଥିଲେ। କିଛିଦିନ ପୂର୍ବରୁ ମୋରିସ ଦୁର୍ଭାଗ୍ୟଜନକଭାବେ ସାମାନ୍ୟ ଆହତ ହୋଇଛନ୍ତି। ମିଡଲ ଏବଂ ଡେଥ୍‌ ଓଭର ଗୁଡ଼ିକରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ତାଙ୍କ ବ୍ୟାଟିଂ ଦକ୍ଷତା ମଧ୍ୟ ମ୍ୟାଚରେ ପ୍ରଭାବ ପକାଇବ ବୋଲି ହେସନ ଆରସିବି ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଏହା କହିଛନ୍ତି। ତାଙ୍କ ଉପସ୍ଥିତିରେ ଦଳରେ ଅଧିକ ସନ୍ତୁଳନ ଆସିବ। ତାଙ୍କ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଚମତ୍କାର। ତେଣୁ ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ବଦଳଭାବେ ନେବା ସହଜ ନୁହେଁ। ଖୁବଶୀଘ୍ର ମୋରିସ ଚୟନ ପାଇଁ ଉପଲବ୍ଧ ହେବା ଆଶା ରହିଛି ବୋଲି ବୋଲି ସେ କହିଛନ୍ତି। ୨୦୧୯ ଆଇପିଏଲ ସିଜନରେ ଆରସିବି ଖରାପ ପ୍ରଦର୍ଶନ କରି ଶେଷ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ...

ସାନିଆଙ୍କ ସ୍ବପ୍ନ ଚୂରମାର୍‌

ସିଡ଼ନୀ,୨୭।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନର ମିକ୍ସ ଡବଲ୍ସ ଫାଇନାଲରେ ସାନିଆ ଏବଂ...

ସେମିଫାଇନାଲରେ ପହଞ୍ଚିପାରିବ ଭାରତ: ଜାଣନ୍ତୁ କେମିତି

ଦୁବାଇ,୧।୧୧: ଟି -୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର କୌଣସି ବ୍ୟାଟ୍ସମ୍ୟାନ...

ସଚିନ ତେନ୍ଦୁଲକରଙ୍କ ଝିଅଙ୍କୁ ପସନ୍ଦ କରୁଛନ୍ତି ଏହି ଅଭିନେତା

ପୂର୍ବତନ ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତାଙ୍କ ସୁନ୍ଦର ଏବଂ ସରଳ ସ୍ବଭାବ...

କଲଡ୍ରୋନରେ ଅଗ୍ନି ସଂଯୋଗ କଲେ ଦିଲ୍ଲୀପ

କଟକ ଅଫିସ,୨୩ା୨- ଭାରତୀୟ ତୀରନ୍ଦାଜ ମୁସ୍କାନ କିରାର୍‌ଙ୍କ ଦ୍ୱାରା ଉଦ୍‌ଘାଟନୀ ଉତ୍ସବର ମଶାଲ ରିଲେ ଆରମ୍ଭ ହୋଇଥିଲା। ପରେ ଏହାକୁ ଧରିଥିଲେ ସନ୍ତରଣକାରୀ ଏସ.ପି ଲିକିଥ।...

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ...

ଭାଙ୍ଗିପଡିଲେ କିଙ୍ଗ୍‌ ଖାନ୍‌: ସର୍ବସାଧାରଣରେ ମାଗିଲେ କ୍ଷମା

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ କେକେଆର୍‌ ଜିତିବା ନିଶ୍ଚିନ୍ତ...

ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ...

Advertisement
Archives

Model This Week