୩କୋଟିରୁ ଊର୍ଦ୍ଧ୍ୱ ଠକେଇ, ଓରିସନ୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇଦେବାକୁ କହି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଲୁଚି ବୁଲୁଥିବା ଜଣେ ବିଲ୍ଡରଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଓରିସନ ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କା (୪୦)। ୨୦୦୮ରୁ ୨୦୧୯ ମଧ୍ୟରେ ସେ ବହୁ ଲୋକଙ୍କୁ ଠକେଇ କରିଥିବାବେଳେ ତାଙ୍କ ନାମରେ ଶହୀଦନଗର ଥାନାରେ ୩ଟି ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ଏଥିସହ ବିଭିନ୍ନ ଥାନାରେ ଆହୁରି ବହୁ ଲୋକ ଅଭିଯୋଗ କରିଥିବାରୁ ମାମଲା ସଂଖ୍ୟା ବଢ଼ିବ। ତେବେ ଏହି ଠକେଇରେ ମନୋଜଙ୍କ ଦୁଇ ସହଯୋଗୀ ଓ ଅନ୍ୟମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ସେମାନେ ଧରାପଡିଲେ ଠକେଇର ବହୁ ଗୁମର ପଦାକୁ ଆସିବ ବୋଲି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି।
ମନୋଜଙ୍କ ଘର କଟକ ନେମାଳ ଥାନା ଅନ୍ତର୍ଗତ ମୋହନପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱର ନୀଳାଦ୍ରିବିହାର ବୁଦ୍ଧପାର୍କ ନିକଟରେ ରହି ଶହୀଦନଗର ଥାନାଞ୍ଚଳରେ ଉକ୍ତ ସଂସ୍ଥାର ଅଫିସ ଖୋଲିଥିଲେ। ଜମି ଦେବା ବାହାନାରେ ଲୋକଙ୍କୁ ନାନା ଭାବେ ପ୍ରଲୋଭିତ କରି ଟଙ୍କା ହାତେଇବା ପରେ ୫ରୁ ୬ବର୍ଷ ଲାଗିଯିବ ବୋଲି କୁହନ୍ତି। କିନ୍ତୁ ପରେ କାହାକୁ ଜାଗା ନ ଦେଇ ଫସାନ୍ତି। ପୁଣି ଗୋଟିଏ ଜାଗାକୁ ୫/୬ଜଣଙ୍କ ନାଁରେ ରେଜିଷ୍ଟ୍ରେଶନ କରି ଠକନ୍ତି। ଏନେଇ ଠକାମିର ଶିକାର ହୋଇଥିବା ଏକାଧିକ ଲୋକ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଏହାପରଠୁ ମନୋଜ ଓ ସହଯୋଗୀମାନେ ଅଫିସରେ ତାଲା ପକାଇ ଫେରାର ହୋଇଥିଲେ।
ଟାର୍ଗେଟ୍‌ରେ ଥିଲେ ଅଧିକାଂଶ କଲେଜ ପ୍ରଫେସର
ଅଭିଯୁକ୍ତ ମନୋଜଙ୍କ ଟାର୍ଗେଟ୍‌ରେ ବଡ଼ବଡିଆ ବିଶେଷକରି ଅଧିକାଂଶ କଲେଜ ଲେକ୍‌ଚରର ଓ ପ୍ରଫେସର ରହୁଥିଲେ। କୌଣସି ଏକ ସୁଯୋଗରେ ସେମାନଙ୍କ ସହ ସମ୍ପର୍କ ଯୋଡ଼ିବା ସହ ନିଜ ପରିଚୟ ଓ ଓରିସନ୍‌ ସଂସ୍ଥା ବିଷୟରେ କହି ବିଶ୍ୱାସଭାଜନ ହେଉଥିଲେ। ଅଳ୍ପ ମୂଲ୍ୟରେ ଭଲ ସ୍ଥାନରେ ଘର ଉପଯୋଗୀ ଜମି କରାଇଦେବାର ରଙ୍ଗିନ୍‌ ସ୍ବପ୍ନ ଦେଖାଇ ଲକ୍ଷଲକ୍ଷ ଟଙ୍କା ହାତେଇ ନେଉଥିଲେ। ମନୋଜ ଏହିପରି ଭାବେ ବାଙ୍କୀ କଲେଜର ୬ଜଣ ଲେକ୍‌ଚରର ଓ ପ୍ରଫେସର, ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟର ଜଣେ ମହିଳା ପ୍ରଫେସର ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି।
ପୋଲିସ ଜାଲରେ ଫସିଗଲେ ମନୋଜ
ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ସ୍ଥାନ ବଦଳାଇ ଲୁଚି ରହୁଥିବାରୁ ମନୋଜଙ୍କୁ ଧରିବା କଷ୍ଟକର ହୋଇପଡୁଥିଲା। ତେଣୁ ଶହୀଦନଗର ଥାନା ପୋଲିସ ଜାଲ ବିଛାଇଥିଲା। ଠକାମିର ଶିକାର ହୋଇଥିବା ଜଣେ ଅଭିଯୋଗକାରୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିଲା। ପୋଲିସର ଯୋଜନା ମୁତାବକ ଅଭିଯୋଗକାରୀ ଜଣକ ମନୋଜଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କୁ ବୁଝାଇଶୁଝାଇ ଜରୁରୀ ଦେଖା କରିବାକୁ ଆଚାର୍ଯ୍ୟବିହାରସ୍ଥିତ ଏକ ସ୍ଥାନକୁ ଡାକିଥିଲେ। ପୋଲିସର ଏପରି ଚାଲ୍‌କୁ ମନୋଜ ବୁଝି ନ ପାରି ନିର୍ଦ୍ଧାରିତ ସମୟ ଅନୁସାରେ ଉକ୍ତ ସ୍ଥାନରେ ପହଞ୍ଚତ୍ ଅଭିଯୋଗକାରୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଘେରି ରହିଥିବା ପୋଲିସ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri