ବାକି ପଡ଼ିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର

ବାଲେଶ୍ୱର ଅଫିସ,୧୫।୩-ବାଲେଶ୍ୱର ସହରବାସୀଙ୍କ ଉପରେ ବକେୟା ପଡିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର। ଠିକ୍‌ ସମୟରେ ସହରବାସୀ ଜଳକର ପୈଠ କରୁ ନ ଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଜଳକର ଆଦାୟ କରିବା ସମ୍ଭବ ହେଉନାହଁି ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଏଭଳି ସ୍ଥିତିରେ ଜନସ୍ବାସ୍ଥ୍ୟ ବିଭାଗ ନାଚାର ହୋଇପଡିଛି।
ରାଜ୍ୟ ଜଳ ଅଧିନିୟମ ଅନୁସାରେ, ଜଣେ ବ୍ୟକ୍ତି ପାଇଁ ଦୈନିକ ଆବଶ୍ୟକ ୧୫୦ଲିଟର ଜଳରୁ ୧୫% ନଷ୍ଟ ହୋଇଥାଏ। ବାଲେଶ୍ୱର ସହରର ପ୍ରାୟ ୧ଲକ୍ଷ ୬୩ହଜାର ଲୋକ ଦୈନିକ ୨୨ମିଲିଅନ ଲିଟର ପାଣି ବ୍ୟବହାର କରୁଛନ୍ତିି। ତଥ୍ୟ ଅନୁସାରେ ସହରରେ ୭୪ରୁ ଅଧିକ ଗଭୀର ନଳକୂପରୁ ଭୂତଳ ଜଳ ଉଠାଯାଇ ୫ଟି ଓଭରହେଡ ଟାଙ୍କି ଓ ୧୩ଟି ଭୂତଳ ଟାଙ୍କିରେ ଏକକାଳୀନ ୮୦ମିଲିଅନ ଲିଟରରୁ ଅଧିକ ଜଳ ସଂରକ୍ଷିତ ରହିପାରୁଛି। ପାଇପ୍‌ ଜରିଆରେ ୧୪ହଜାର ୩୬୮ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ୨୦୮ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ଅନୁଷ୍ଠାନ ଥିବା ବେଳେ ବାକି ୧୪ହଜାର ୧୬୦ ପରିବାରଙ୍କୁ ଘରୋଇ ସଂଯୋଗ ଦିଆଯାଉଛି। ସର୍ବସାଧାରଣଙ୍କ ବ୍ୟବହାର ପାଇଁ ୭ଶହ ପାଣି ଟ୍ୟାପ୍‌, ସହର ତଳି ଅଞ୍ଚଳ ଓ ବସ୍ତିମାନଙ୍କରେ ୩୪୦ ଟ୍ୟୁବ୍‌ୱେଲ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ସେଥିପାଇଁ ଆର୍ଥିକ ଦେୟ ଦୃଷ୍ଟିକୋଣରୁ ପ୍ରତ୍ୟେକ ସ୍ବଚ୍ଛଳ ବର୍ଗ ପରିବାରଙ୍କ ଗୃହକୁ ସଂଯୋଗ ପାଇପ୍‌ ପାଣି ବାବଦ ମାସିକ ଦେୟ ୧୦୬ ଟଙ୍କା, ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାଭୁକ୍ତ ପରିବାରକୁ ମାସିକ ୫୨ଟଙ୍କା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନଙ୍କ ପାଇଁ ମାସିକ ଜଳକର ୩୪୬ ଟଙ୍କା ଧାର୍ଯ୍ୟ କରାଯାଇଛି। ପାଇପ୍‌ ସଂଯୋଗ ଥିବା ପରିବାର ବା ଅନୁଷ୍ଠାନମାନେ ପ୍ରତି ମାସ ୧୦ତାରିଖ ସୁଦ୍ଧା ଟିକସ ପଇଠ ନ କଲେ ପରେ ଫାଇନ୍‌ ସହ ଆଦାୟ କରାଯାଇଥାଏ। ତେବେ କୋହଳ ଆଦାୟ ନୀତି ଯୋଗୁ ସବୁକିଛି ନିୟମ ଭିତ୍ତିରେ ଚାଲିଥିଲେ ବି ୨କୋଟି ୮୦ଲକ୍ଷ ଟଙ୍କାର ଜଳକର ସହରବାସୀଙ୍କ ବକେୟା ରହିଥିବା ଜଣାପଡ଼ିଛି। ।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ପାରେଶ୍ୱର ଜେନାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ଟ୍ୟାକ୍ସ ଆଦାୟ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଲୋକେ ସ୍ବତସ୍ଫୁର୍ତ୍ତ ଭାବେ ଜଳକର ପଇଠ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସରକାର ଜଳକର ଆଦାୟ ଏବଂ ଆଇନ୍‌ଗତ ଜଳ ଯୋଗାଣ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସହାୟତା ଲୋଡ଼ିଛନ୍ତି। ପ୍ରତି ୱାର୍ଡ଼ରୁ ସ୍ଥାନୀୟ ଏସ୍‌ଏଚ୍‌ଜିର ଜଣେ ସକ୍ରିୟ ସଦସ୍ୟାଙ୍କୁ ‘ଜଳ ସାଥୀ’ ଭାବେ ବିଭାଗ ତରଫରୁ ସ୍ବୀକୃତି ଦିଆଯିବ। ସେ ଉପଭୋକ୍ତାଙ୍କ ଠାରୁ ଜଳକର ଆଦାୟ କରିବା ସହ ବେଆଇନ୍‌ ଜଳ ଯୋଗାଣକାରୀଙ୍କ ସହ ଆଲୋଚନା କରି ଆଇନ୍‌ଗତ ଭାବେ କାର୍ଯ୍ୟକାରୀ କରିବେ। ଏଥିନିମନ୍ତେ ବାଲେଶ୍ୱର ସହରରେ ୧୪ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?