ବାକି ପଡ଼ିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର

ବାଲେଶ୍ୱର ଅଫିସ,୧୫।୩-ବାଲେଶ୍ୱର ସହରବାସୀଙ୍କ ଉପରେ ବକେୟା ପଡିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର। ଠିକ୍‌ ସମୟରେ ସହରବାସୀ ଜଳକର ପୈଠ କରୁ ନ ଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଜଳକର ଆଦାୟ କରିବା ସମ୍ଭବ ହେଉନାହଁି ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଏଭଳି ସ୍ଥିତିରେ ଜନସ୍ବାସ୍ଥ୍ୟ ବିଭାଗ ନାଚାର ହୋଇପଡିଛି।
ରାଜ୍ୟ ଜଳ ଅଧିନିୟମ ଅନୁସାରେ, ଜଣେ ବ୍ୟକ୍ତି ପାଇଁ ଦୈନିକ ଆବଶ୍ୟକ ୧୫୦ଲିଟର ଜଳରୁ ୧୫% ନଷ୍ଟ ହୋଇଥାଏ। ବାଲେଶ୍ୱର ସହରର ପ୍ରାୟ ୧ଲକ୍ଷ ୬୩ହଜାର ଲୋକ ଦୈନିକ ୨୨ମିଲିଅନ ଲିଟର ପାଣି ବ୍ୟବହାର କରୁଛନ୍ତିି। ତଥ୍ୟ ଅନୁସାରେ ସହରରେ ୭୪ରୁ ଅଧିକ ଗଭୀର ନଳକୂପରୁ ଭୂତଳ ଜଳ ଉଠାଯାଇ ୫ଟି ଓଭରହେଡ ଟାଙ୍କି ଓ ୧୩ଟି ଭୂତଳ ଟାଙ୍କିରେ ଏକକାଳୀନ ୮୦ମିଲିଅନ ଲିଟରରୁ ଅଧିକ ଜଳ ସଂରକ୍ଷିତ ରହିପାରୁଛି। ପାଇପ୍‌ ଜରିଆରେ ୧୪ହଜାର ୩୬୮ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ୨୦୮ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ଅନୁଷ୍ଠାନ ଥିବା ବେଳେ ବାକି ୧୪ହଜାର ୧୬୦ ପରିବାରଙ୍କୁ ଘରୋଇ ସଂଯୋଗ ଦିଆଯାଉଛି। ସର୍ବସାଧାରଣଙ୍କ ବ୍ୟବହାର ପାଇଁ ୭ଶହ ପାଣି ଟ୍ୟାପ୍‌, ସହର ତଳି ଅଞ୍ଚଳ ଓ ବସ୍ତିମାନଙ୍କରେ ୩୪୦ ଟ୍ୟୁବ୍‌ୱେଲ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ସେଥିପାଇଁ ଆର୍ଥିକ ଦେୟ ଦୃଷ୍ଟିକୋଣରୁ ପ୍ରତ୍ୟେକ ସ୍ବଚ୍ଛଳ ବର୍ଗ ପରିବାରଙ୍କ ଗୃହକୁ ସଂଯୋଗ ପାଇପ୍‌ ପାଣି ବାବଦ ମାସିକ ଦେୟ ୧୦୬ ଟଙ୍କା, ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାଭୁକ୍ତ ପରିବାରକୁ ମାସିକ ୫୨ଟଙ୍କା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନଙ୍କ ପାଇଁ ମାସିକ ଜଳକର ୩୪୬ ଟଙ୍କା ଧାର୍ଯ୍ୟ କରାଯାଇଛି। ପାଇପ୍‌ ସଂଯୋଗ ଥିବା ପରିବାର ବା ଅନୁଷ୍ଠାନମାନେ ପ୍ରତି ମାସ ୧୦ତାରିଖ ସୁଦ୍ଧା ଟିକସ ପଇଠ ନ କଲେ ପରେ ଫାଇନ୍‌ ସହ ଆଦାୟ କରାଯାଇଥାଏ। ତେବେ କୋହଳ ଆଦାୟ ନୀତି ଯୋଗୁ ସବୁକିଛି ନିୟମ ଭିତ୍ତିରେ ଚାଲିଥିଲେ ବି ୨କୋଟି ୮୦ଲକ୍ଷ ଟଙ୍କାର ଜଳକର ସହରବାସୀଙ୍କ ବକେୟା ରହିଥିବା ଜଣାପଡ଼ିଛି। ।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ପାରେଶ୍ୱର ଜେନାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ଟ୍ୟାକ୍ସ ଆଦାୟ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଲୋକେ ସ୍ବତସ୍ଫୁର୍ତ୍ତ ଭାବେ ଜଳକର ପଇଠ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସରକାର ଜଳକର ଆଦାୟ ଏବଂ ଆଇନ୍‌ଗତ ଜଳ ଯୋଗାଣ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସହାୟତା ଲୋଡ଼ିଛନ୍ତି। ପ୍ରତି ୱାର୍ଡ଼ରୁ ସ୍ଥାନୀୟ ଏସ୍‌ଏଚ୍‌ଜିର ଜଣେ ସକ୍ରିୟ ସଦସ୍ୟାଙ୍କୁ ‘ଜଳ ସାଥୀ’ ଭାବେ ବିଭାଗ ତରଫରୁ ସ୍ବୀକୃତି ଦିଆଯିବ। ସେ ଉପଭୋକ୍ତାଙ୍କ ଠାରୁ ଜଳକର ଆଦାୟ କରିବା ସହ ବେଆଇନ୍‌ ଜଳ ଯୋଗାଣକାରୀଙ୍କ ସହ ଆଲୋଚନା କରି ଆଇନ୍‌ଗତ ଭାବେ କାର୍ଯ୍ୟକାରୀ କରିବେ। ଏଥିନିମନ୍ତେ ବାଲେଶ୍ୱର ସହରରେ ୧୪ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri