କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ ବି ରାସ୍ତା ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୩ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅଳଭା-ଗଣ୍ଡାକିଆ ସାଢେ ୧୦ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ପାଇଁ ରୋଜଗାରର ପଥ ସାଜିଛି। ଏହି ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ଗୋବରୀ ସମ୍ପ୍ରସାରିତ କେନାଲ ବନ୍ଧର ବାମପାଶର୍‌ବରେ ନିର୍ମିତ ହୋଇଛି । ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ରାସ୍ତାଟି ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ଜୀବନରେଖା ହୋଇଥିବାରୁ ଏହାର ଗୁରୁତ୍ୱ ରହିଛି । ଉକ୍ତ ରାସ୍ତା କେନ୍ଦ୍ରାପଡ଼ା ଜିଲା ସଦର ମହକୁମାକୁ ସଂଯୋଗ କରୁଛି। ବିଶ୍ୱପ୍ରସିଦ୍ଧ ଭିତରକନିକାକୁ ଉକ୍ତ ରାସ୍ତା ଅନ୍ୟତମ ସଂଯୋଗ ପଥ ହୋଇଥିବାରୁ ପର୍ଯ୍ୟଟକମାନେ ଯାତାୟାତ କରିଥାଆନ୍ତି ା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବାର ୯ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି । ଏନେଇ ବିଭାଗ ପକ୍ଷରୁ ବାରମ୍ବାର ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ ହୋଇଛନ୍ତି । କିନ୍ତୁ ରାସ୍ତା ନିର୍ମାଣ କିମ୍ବା ମରାମତି ହେବା ପରେ ମଧ୍ୟ ରାସ୍ତାରୁ ପିଚୁ ଉଠିଯିବା ସହିତ ଗାତ ସୃଷ୍ଟି ହୋଇ ଯାତାୟାତରେ ଅନ୍ତରାୟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ୨୦୧୪ରେ ଉକ୍ତ ରାସ୍ତା ନିର୍ମାଣ କାମ ପୂର୍ତ୍ତ ବିଭାଗ ଆରମ୍ଭ କରିଥିଲା ା ୨ ବର୍ଷ ପରେ ରାସ୍ତା କାମ ଶେଷ ହୋଇଥିଲା । କାମ ସରିବାର ମାତ୍ର ୨ ବର୍ଷ ପରେ ଅଳଭାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ସାଢେ ୧୦ କିମି ରାସ୍ତାକୁ ପିଚୁ କରିବା ପାଇଁ ୩ କୋଟି ୯୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସହ ୨୦୧୮ରେ ଟେଣ୍ଡର କରାଯାଇଥିଲା। କିନ୍ତୁ ପିଚୁ କାମ ଶେଷ ପର୍ଯ୍ୟନ୍ତ କରାଯାଇ ନ ଥିଲା ା ମାତ୍ର ୬ କିଲୋମିଟର ଅର୍ଥାତ୍‌ ସିମୁଳିଆ ପର୍ଯ୍ୟନ୍ତ ପିଚୁ କାମ କରାଯାଇଥିଲା । ସେହି କାମ ୨୦୧୯ ଜୁନରେ ଶେଷ ହୋଇଥିଲା। ଅନ୍ୟପକ୍ଷେ ସିମୁଳିଆଠାରୁ ମାଳିବସା ପର୍ଯ୍ୟନ୍ତ ପ୍ରାୟ ୧ କିମି ରାସ୍ତାକୁ ପିଚୁ କରିବା ପାଇଁ ପୁନର୍ବାର ୨୦୧୯ରେ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ା ଏଥିପାଇଁ ଆଉ ଏକ ଟେଣ୍ଡର କରାଯାଇ ପିଚୁ କାମ ହୋଇଥିଲା। ତେବେ ମାଳିବସାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ବାକି ପଡିଥିବା ସାଢେ ୩ କିମି ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଣି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଥିଲା ା ହେଲେ ନିମ୍ନମାନର କାମକରି ବ୍ୟୟ ଅଟକଳର ସିଂହଭାଗ ଆତ୍ମସାତ୍‌ କରାଯାଇଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏବେ ପୁଣି ଏହି ରାସ୍ତାର ଅଳଭାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୩ କୋଟି ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ କରାଯାଇଛି ା ଏଥିପାଇଁ ଏକ ନୂଆ ଟେଣ୍ଡର କରାଯାଇ ଗତ ମେ’ ମାସରୁ କାମ ଆରମ୍ଭ ହୋଇଥିଲା ା ମାତ୍ର ଗଣ୍ଡାକିଆ ପାଖରୁ ଗଙ୍ଗାରାମପୁର ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ମାଟି ପକାଇ ଠିକାଦାର କାମ ବନ୍ଦ କରିଦେଇଛନ୍ତି। ଏବେ ସେହି ରାସ୍ତା ଖାଲରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ଏଥିପାଇଁ ଅଞ୍ଚଳବାସୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏହା ପୂର୍ବରୁ ଏହି ରାସ୍ତାରେ ତାଳିପକା କାମ ବହୁବାର କରାଗଲାଣି। ୪ ବ୍ଲକ ଅଞ୍ଚଳ ଲୋକଙ୍କ ହିତ ଦୃଷ୍ଟିରୁ ଉକ୍ତ ରାସ୍ତାର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ତରାଇ,ସାମାଜିକ କର୍ମୀ ଗର୍ନ୍ଧବ ସାହୁ, ଗଗନ ବାରିକ, ସୁକୁଟା ବେହେରା, ପଦ୍ମଲୋଚନ ସ୍ବାଇଁ , ନରେନ୍ଦ୍ର ବେହେରା ,ବିଜୟ ଦାସ ,ସୁରେନ୍ଦ୍ର ପରିଡ଼ା, ନକୁଳ ଚରଣ ସୂତାର, ସଞ୍ଜୀବ ତରାଇ, ପ୍ରମୋଦ ଗାହାଣ,ବଙ୍ଗାଳୀ ତରାଇ ,ସୟ ନାୟକ, ଅନିଲ ଦାସ,ଚିତ୍ତରଞ୍ଜନ ସ୍ବାଇଁ, ଦର୍ଶନ ସାହୁ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri