Posted inଜାତୀୟ

ଅଧାରୁ ଅଧିକ ଚାଷୀଙ୍କୁ ଜଣା ନାହିଁ କୃଷି ଆଇନ: ତେବେ ବି ଚାଲିଛିି ବିରୋଧ-ସମର୍ଥନ

ନୂଆଦିଲ୍ଲୀ, ୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ତେବେ ଏକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅଧାରୁ ଅଧିକ ଚାଷୀଙ୍କୁ କୃଷି ଆଇନ୍‌ ସମ୍ପର୍କରେ କିଛି ବି ଜଣା ନାହିଁ। ମାତ୍ର ସେମାନେ ଏହାର ବିରୋଧ ଅବା ସମର୍ଥନ କରୁଛନ୍ତି। ଦେଶର ପ୍ରାୟ ୫୨ ପ୍ରତିଶତ ଚାଷୀ ଏହାର ବିରୋଧ କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୬ ପ୍ରତିଶତ ଚାଷୀ ଏହି ଆଇନ ବିଷୟରେ ଜାଣି ନାହାନ୍ତି। ସେହିପରି ଏହାକୁ ସମର୍ଥନ କରୁଥିବା ୩୫ ପ୍ରତିଶତ ଚାଷୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଆଇନ କ’ଣ ସେ ନେଇ ସମ୍ପୂର୍ଣ୍ଣ ଅଜଣା। ଗାଓ୍ବଁ କନେକଶନ୍‌ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଅକ୍ଟୋବର ୩ରୁ ୯ ମଧ୍ୟରେ ଦେଶର ୧୬ଟି ରାଜ୍ୟର ୫୩ଟି ଜିଲାରେ ଏହି ସର୍ଭେ ହୋଇଥିଲା। ସର୍ଭେରେ ୫ ହଜାର ୨୨ ଜଣ ଚାଷୀଙ୍କୁ କୃଷି ଆଇନ ବିଷୟରେ ପ୍ରଶ୍ନ କରାଯାଇଥିଲା। lସେaମାନେଙ୍କ ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ୫୭ ପ୍ରତିଶତ ଚାଷୀ ଏବେ କମ୍‌ ଦାମରେ ଅମଳ ଫସଲ ବିକ୍ରି କରିବାକୁ ପଡ଼ିବ ବୋଲି ଭୟଭୀତ ହୋଇଥିବା ସୂଚନା ଦେଇଥିଲେ। ଅପରପକ୍ଷରେ ୩୩ ପ୍ରତିଶତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବନ୍ଦ କରିଦେବାର ଆଶଙ୍କା ସମ୍ପର୍କରେ ପ୍ରକାଶ କରିଥିଲେ। ୫୯ ପ୍ରତିଶତ ଚାଷୀ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ବାଧ୍ୟତାମୂଳକ କରାଯିବ ସମ୍ପର୍କରେ କହିଥିଲେ। ୪୪ ପ୍ରତିଶତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ସୁବିଧା ଲାଗି ଉଦ୍ୟମ କରୁଥିବା ସୂଚନା ଦେଇଥିଲେ। ସେହିପରି ମୋଦି ସରକାର ଚାଷୀଙ୍କ ବିରୋଧରେ କାର୍ଯ୍ୟ କରୁଥିବା ୨୮ ପ୍ରତିଶତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri