ଚାଷରେ ଲାଗୁନି ଅଧାରୁ ଅଧିକ ଚେକ୍‌ଡ୍ୟାମ

ଯାଜପୁର ଅଫିସ,୪ା୭: ରାଜ୍ୟରେ ଶିଳ୍ପାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅଧିକ ରୋଜଗାର କରିବା ଆଶାରେ ଶିଳ୍ପ ପ୍ରତି ଆଗ୍ରହ ଦେଖାଇ ରାଜ୍ୟର ବହୁ ଛାତ୍ରୀଛାତ୍ର ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ ହେଉଛନ୍ତି। ହେଲେ ଶିଳ୍ପ କାରଖାନାରେ ୪୦% ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇ ସରକାର ନିଜ ରାଜ୍ୟରେ ବୈଷୟିକ ଡିଗ୍ରୀଧାରୀ ବେକାର ସଂଖ୍ୟା ବୃଦ୍ଧି କରି ଚାଲିଛନ୍ତି। ଏହାର ସୁଯୋଗରେ ନିର୍ଦ୍ଧାରିତ କୋଟାଠାରୁ ଶିଳ୍ପ ମାଲିକମାନେ ବହୁଗୁଣରେ ଅଧିକ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇ ଚାଲିଛନ୍ତି। ଏନେଇ ବହୁବାର ଅଭିଯୋଗ ହେଉଥିଲେ ହେଁ କୌଣସି ତଦନ୍ତ କରାଯାଉ ନାହିଁ। ଏଭଳିସ୍ଥିତିରେ ଶିକ୍ଷିତ ବେକାର ଯୁବକମାନେ ପୁଣି କୃଷି ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜଳସେଚନର ଅଭାବ ବେକାର ଯୁବକଙ୍କ ଆତ୍ମନିର୍ଭରଶୀଳତା ପାଇଁ ପ୍ରତିବନ୍ଧକ ହୋଇଛି। ଯେଉଁଠି ଜଳର ଅଭାବ, ସେଇଠି ଚାଷର ସୁବିଧା ନିମନ୍ତେ ଚେକଡ୍ୟାମ ନିର୍ମାଣ ହେଉଥିଲେ ହେଁ ଚାଷ ପାଇଁ ଆବଶ୍ୟକ ପରିମାଣରେ ସହାୟକ ହେଉ ନ ଥିବାରୁ ଏହି ପ୍ରକଳ୍ପ କେବଳ ବିଭାଗୀୟ କାର୍ଯ୍ୟାଳୟ ମଧ୍ୟରେ ସୀମିତ ରହିଛି ବୋଲି ମତପ୍ରକାଶ ପାଇଛି।
ସରକାର ଶତ ପ୍ରତିଶତ ଜମିରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ତଥା ଦକ୍ଷତା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଓଡ଼ିଶା ଗୋଷ୍ଠୀ ଜଳାଶୟ ମରାମତି, ପରିଚାଳନା ପୁନରୁଦ୍ଧାର ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏଥିରୁ ଅଧିକାଂଶ ପ୍ରକଳ୍ପ କେବଳ ଠିକାଦାରି ରାଜନୀତିରେ ସୀମିତ ରହୁଥିବାରୁ ଚାଷୀ ଉପଯୁକ୍ତ ଭାବେ ସୁଫଳ ପାଉ ନ ଥିବା ଅଭିଯୋଗ ହେଉଛି। ୨୦୧୦-୧୧ରେ ରାଜ୍ୟର ଝରଣା ଏବଂ ଛୋଟ ନଦୀନାଳରେ ୧୦ରୁ ୫୦ମିଟର ଓସାରିଆ ବିଶିଷ୍ଟ ଚେକ ଡ୍ୟାମ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିରେ ନିକଟସ୍ଥ ଗ୍ରାମରେ ଭୂତଳ ଜଳସ୍ତର ବୃଦ୍ଧି କରିବା, ପାନୀୟ ଜଳ, ଖରିଫ ଚାଷରେ ଜଳସେଚନ ଇତ୍ୟାଦି ଲକ୍ଷ୍ୟ ରହିଥିଲା। ସରକାର ମଧ୍ୟ ବିଶ୍ୱାସ କରିଛନ୍ତି ଯେ, ଏହି ଚେକଡ୍ୟାମ ରବି ଚାଷ ଏବଂ ପନିପରିବା ଚାଷରେ ଜଳସେଚନ ପାଇଁ ଏକ ସମ୍ଭାବ୍ୟ ଉତ୍ସ ହୋଇପାରିଛି। ଏପରିକି କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇ ପାରିଛି ବୋଲି ସରକାର କହୁଛନ୍ତି। ଏହିକ୍ରମରେ ରାଜ୍ୟରେ ଏପର୍ଯ୍ୟନ୍ତ ୩୬୨୦.୪୫ କୋଟି ଟଙ୍କା ବିନିଯୋଗରେ ୧୪,୪୧୨ ଚେକଡ୍ୟାମ ନିର୍ମାଣ ହୋଇଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା (ଏମଏଟିୱାଇ)ରେ ୮୧୧.୪୫ କୋଟି ଟଙ୍କା ବିନିଯୋଗ କରି ୧୨୮୦ଟି ଚେକଡ୍ୟାମ ନିର୍ମାଣ କରିବାକୁ ସଙ୍କଳ୍ପ ନେଇଛନ୍ତି। ଏହା ୩୫%ରୁ କମ୍‌ ଜଳସେଚନ ହେଉଥିବା ବ୍ଲକ ଅଞ୍ଚଳରେ ଚଳିତ ଆର୍ଥିକ ବର୍ଷଠାରୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମୟ ନିର୍ଦ୍ଧାରଣ ହୋଇଛି। ଏହି ଯୋଜନାରେ ରାଜ୍ୟର ୨୭,୬୦୦ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରହିଛି। ଚଳିତ ୨୦୨୨-୨୩ ବର୍ଷରେ ୧୦୦ କୋଟି ବିନିଯୋଗ କରି ୪୦୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ୨୦୦ଟି ଚେକଡ୍ୟାମ, ୨୦୨୩-୨୪ରେ ୩୦୦ କୋଟି ବିନିଯୋଗ କରି ୧୦,୦୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ୫୦୦ଟି ଏବଂ ୨୦୨୪-୨୫ରେ ୪୧୧.୪୫ କୋଟି ବିନିଯୋଗ କରି ୧୩,୬୦୦ ହେକ୍ଟର ଜମି ପାଇଁ ୧୨୮୦ଟି ଚେକଡ୍ୟାମ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଛି। ତେବେ ପୂର୍ବରୁ ନିର୍ମାଣ ହୋଇଥିବା ଅଧିକାଂଶ ଚେକଡ୍ୟାମ ଭାଙ୍ଗି ପଡିଥିବାରୁ ସେଗୁଡିକ କୌଣସି କାମରେ ଲାଗୁ ନ ଥିବା ଦୃଷ୍ଟିଗୋଚର ହୋଇଛି। ଏଭଳିସ୍ଥିତିରେ ଏମ୍‌ଏଟିୱାଇରେ ଠିକାକାର୍ଯ୍ୟକୁ ଗୁରୁତ୍ୱ ନ ଦେଇ ଚାଷୀଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖି ଉନ୍ନତମାନର ଚେକଡ୍ୟାମ ନିର୍ମାଣ କରାଗଲେ ଚାଷୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି। ଏପରିକି ଶିଳ୍ପ କାରଖାନା ପ୍ରତି ବେକାର ଯୁବକମାନେ ଆକୃଷ୍ଟ ନ ହୋଇ ଚେକଡ୍ୟାମ ପାଣି ସହାୟତାରେ ଆଧୁନିକ ଜ୍ଞାନ କୌଶଳ ବଳରେ ଚାଷକରି ଅଧିକ ଲାଭବାନ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁଚରଣ ରାୟ କୁହନ୍ତି, ଯାଜପୁର ଜିଲା ବରୀ ଅଞ୍ଚଳର ଏକାଧିକ ଚେକଡ୍ୟାମଗୁଡିକ ଶୁଖିଲା ପଡିଛି, ଯାହାକି ଚାଷୀଙ୍କ କୌଣସି କାମରେ ଲାଗି ପାରିନାହିଁ। ଏମଏଟିୱାଇର ପରିକଳ୍ପନା କେବଳ ଠିକାଦାରମାନଙ୍କୁ ସୁହାଇବ। ଜଳସେଚନ ବୃଦ୍ଧି ହେଉଥିବା ଦର୍ଶାଇବାକୁ ଏହା କେବଳ ନାମକୁ ମାତ୍ର ଯୋଜନା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?