କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କମ୍ପ୍ୟୁଟର ଖତ ଖାଉଛି

ଖଣ୍ଡପଡା,୧୭।୧୨ (ସ୍ବ.ପ୍ର.):କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ହାଇସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦୧୩ରେ କେନ୍ଦ୍ର ଓ ରାଜ୍ୟ ସରକାର ଇ-ବିଦ୍ୟାଳୟ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ପ୍ରତି ହାଇସ୍କୁଲରେ ଜଣେ ଲେଖାଏ ଶିକ୍ଷା ସଂଯୋଜକଙ୍କୁ ୫ବର୍ଷିୟା ଚୁକ୍ତିନାମାରେ ନିଯୁକ୍ତି ମିଳିଥିଲା। ଚୁକ୍ତିନାମା ଅନୁଯାୟୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିକ୍ଷା ସଂଯୋଜକଙ୍କଠାରୁ କମ୍ପ୍ୟୁଟର ଜ୍ଞାନ ଆହରଣ କରିବେ, ଶିକ୍ଷା ସଂଯୋଜକମାନଙ୍କ କାର୍ଯ୍ୟ ଅବଧି ସମ୍ପନ୍ନ ହେବା ପରେ ସଂପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ। ହେଲେ ନୟାଗଡ଼ ଜିଲାର ଅଧିକାଂଶ ହାଇସ୍କୁଲରେ ତା’ର ବ୍ୟତିକ୍ରମ ଦେଖାଦେଇଛି। ଶିକ୍ଷା ସଂଯୋକମାନଙ୍କ ଚୁକ୍ତିନାମା ଅବଧି ସରିବା ପରେ ସେମାନେ ସ୍କୁଲ ଛାଡିଛନ୍ତି। ସେଦିନଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଏବେ ବିଭିନ୍ନ ସ୍କୁଲରେ ପଡି ଖତ ଖାଉଛି ବୋଲି ଅଭିଯୋଗ ହୋଇଛି।
ସଂପ୍ରତି କରୋନା କଟକଣା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟ ସରକାର ଅନ୍‌ଲାଇନ୍‌ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଯୋଜନାର କୌଣସି ସୁଫଳ ମିଳିନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ନୟାଗଡ ଜିଲାର ୧୧୯ ସରକାରୀ ହାଇସ୍କୁଲରେ ଏହି ଇ-ବିଦ୍ୟାଳୟ ଯୋଜନା ଚାଲିଥିଲା। ଏଥିରେ ନିଯୁକ୍ତି ପାଇଥିବା ଶିକ୍ଷା ସଂଯୋଜକମାନଙ୍କ ଚାକିରି ଅବଧି ସରିବା ପରେ ସେମାନେ ଗତ ଏକ ବର୍ଷ ତଳେ ସ୍କୁଲ ଛାଡ଼ିଥିଲେ। ଏହାପରେ ଛାତ୍ରୀଛାତ୍ରଙ୍କ ଆଗ୍ରହ ଥିଲେ ମଧ୍ୟ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାନ୍ତି। ନୟାଗଡ଼ ଜିଲାରେ ୨୦୧୪ ଏପ୍ରିଲ ୨ରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୧୯ ମାର୍ଚ୍ଚ ୩୧ରେ ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ବିଭିନ୍ନ ହାଇସ୍କୁଲର ଆଇସିଟି ଲ୍ୟାବ୍‌ରେ ଶତାଧିକ କମ୍ପ୍ୟୁଟର, ପ୍ରିଣ୍ଟର, ଇଲେକ୍‌ଟ୍ରୋନିକ ଧଳା ପଟା(ଇଣ୍ଟରଆକ୍‌ଟିଭ ହ୍ବାଇଟ ବୋର୍ଡ), ଇନ୍‌ଭର୍ଟର, ପ୍ରୋଜେକ୍ଟର, ଅଗ୍ନି ନିର୍ବାପକ, ଜେନେରେଟର, ଟେବୁଲ, ଚୌକି ପ୍ରଭୃତି ନଷ୍ଟ ହେବାକୁ ବସିଛି।
ଏ ସଂକ୍ରାନ୍ତରେ ଖଣ୍ଡପଡା ଆର.ସି.ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ କୁହନ୍ତି, କୋଭିଡ୍‌ ସମୟରେ ପିଲାମାନେ ଯେହେତୁ ଅନ୍‌ଲାଇନ ପାଠପଢାକୁ ଗୁରୁତ୍ୱ ଦେଉଛନ୍ତି ସେଥିପାଇଁ ନିଶ୍ଚିତ ଭାବେ ଇ-ବିଦ୍ୟାଳୟ ଯୋଜନାର ଆବଶ୍ୟକତା ରହିଛି। ମାତ୍ର ସଂଯୋଜକମାନେ ଛଟେଇ ହେବା ପରେ ଆଇସିଟି ଲ୍ୟାବ୍‌ଗୁଡିକ ଅକାମୀ ହୋଇପଡିଛି। ତେବେ ଭୋକେଶନାଲ ଶିକ୍ଷକ ଥିବା ହାତଗଣତି କିଛି ସ୍କୁଲରେ କମ୍ପ୍ୟୁଟରଗୁଡିକ ଚାଲୁଛି। ପୂର୍ବରୁ ଥିବା କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି କରାଗଲେ ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଖଣ୍ଡପଡା ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ରଥ କୁହନ୍ତି, ସରକାର ଯୋଗାଇ ଦେଇଥିବା କମ୍ପ୍ୟୁଟରଗୁଡିକୁ ସମ୍ପୃକ୍ତ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକମାନେ କାମରେ ଲଗାଉଛନ୍ତି। ଛାତ୍ରୀଛାତ୍ରମାନେ ଯଦି ଏହି ଯୋଜନାରେ ସାମିଲ ହୋଇପାରନ୍ତେ ତେବେ କମ୍ପ୍ୟୁଟରଗୁଡିକ ଉପଯୋଗ ହୋଇପାରନ୍ତା। ସଂପ୍ରତି କରୋନା କଟକଣା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ସମସ୍ତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଠିକ୍‌ ଥିବା ରଥ କହିଛନ୍ତି। ରାମଚନ୍ଦ୍ର ହାଇସ୍କୁଲର ଛାତ୍ର ଆଶୁତୋଷ ସିଂହ ସାମନ୍ତ କୁହନ୍ତି, ସରକାର ଏହି ଯୋଜନାରେ ବହୁ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ନିୟୋଜିତ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ବିଦା କରିଦେବା ପରେ ଛାତ୍ରୀଛାତ୍ରମାନେ ସେହି ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସରକାର ଆଉ ଥରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri