କ୍ୱିଭ୍‌ରୁ ରୁଷିଆ ସେନା ଫେରିବା ପରେ ମିଳିଲା ୯୦୦ରୁ ଊର୍ଦ୍ଧ୍ୱ ମୃତଦେହ

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହେଲାଣି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ପ୍ରାୟ ସମସ୍ତ ବଡ ବଡ ସହରକୁ ଧ୍ୱଂସ କରିଦେଇଛନ୍ତି । ଏଥିରେ ୟୁକ୍ରେନର ରାଜଧାନୀ କ୍ୱିଭ ବି ସାମିଲ ଅଛି । କ୍ୱିଭରେ ରୁଷିଆ ସେନା ବେଶ କିଛିଦିନ ଧରି ଆକ୍ରମଣ କରି ଚାଲିଥିଲେ । ଏବେ ରୁଷିଆ ସେନା କ୍ୱିଭ ଛାଡି ଆସିବା ପରେ ସେଠାରେ ୯୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେଠାକାର ପୋଲିସ ମୁଖ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏସବୁ ମୃତଦେହ ସଡ଼କ ଉପରେ ଖୋଲା ଛାଡି ଦିଆଯାଇଥିଲା ନଚେତ୍ ଅସ୍ଥାୟୀ ଭାବେ କବର ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କର ଗୁଳି ବାଜି ମୃତ୍ୟୁ ହୋଇଥିବା କୁହାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ପ୍ରତିଦିନ ଅଳିଆ ଗଦା ଭିତରୁ ଓ ସାମୁହିକ କବରସ୍ଥାନରୁ ମୃତଦେହ ମିଳୁଛି । ତେବେ ବୁଚାରେ ସବୁଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେଠାରୁ ୩୫୦ରୁ ଅଧିକ ମୃତଦେହ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ସବୁଠୁ ଶକ୍ତିଶାଳୀ ବାତ୍ୟା

ଟୋକିଓ,୩୧ା୮: ଚଳିତବର୍ଷ ଜାପାନରେ ସବୁଠୁ ଶକ୍ତିଶାଳୀ ବାତ୍ୟା ହେବ। ଯାହାକି ଅତ୍ୟନ୍ତ ଭୟଙ୍କର। ଜାପାନର ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି, ବୁଧବାର ଏହା ମୁଖ୍ୟ ଓକିନାଓ୍ବା...

ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ:୨୬ ମୃତ, ୫୬ ଆହତ

ମୋଗାଡିସୁ,୧୩।୭: ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହେବା ସହ...

ପାକିସ୍ତାନରୁ ଅଲଗା ହେବ ବେଲୁଚିସ୍ତାନ, ସିନ୍ଧ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ, ୧୧ା୮: ବେଲୁଚିସ୍ତାନ ଓ ସିନ୍ଧ୍‌ ପାକିସ୍ତାନଠାରୁ ଅଲଗା ହୋଇ ସ୍ବାଧୀନ ହେବାକୁ ଚାହୁଁଛନ୍ତି। ଏଥିଲାଗି ବେଲୁଚିସ୍ତାନର ୪ ସଙ୍ଗଠନ ସହ ସିନ୍ଧ୍‌ର ଏକ ସଙ୍ଗଠନ...

ମସଜିଦ୍‌ ନିକଟରେ ବଡ଼ ବିସ୍ଫୋରଣ

କରାଚି,୧୭।୫: କରାଚିର ଖରାଦର ଅଞ୍ଚଳରେ ଥିବା ନ୍ୟୁ ମେମୋନ ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ...

ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…

ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ...

ଧରା ପଡ଼ିଲା ଇମ୍ରାନ୍‌ଙ୍କ ବନ୍ଧୁ ଚେହେରା: ହାଫିଜ୍‌ ସଇଦ୍‌ଙ୍କ ପାଇଁ ମାଗିଲେ ଟଙ୍କା

ଇସଲାମାବାଦ୍‌,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବନ୍ଧୁ ଚେହେରା ଏବେ ଧରା ପଡ଼ିଯାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରାଇଥିବା ବିଶ୍ୱ ଆତଙ୍କବାଦୀ ହାଫିଜ୍‌...

ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର

ଇସ୍‌ଲାମାବାଦ,୫।୮: ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାକୁ ଆସିବାର ୩ ବର୍ଷ ମଧ୍ୟରେ ଦେଶର ଅର୍ଥନୀତି ୧୯ ବିଲିୟନ...

୨୨ ଲକ୍ଷ ଡଲାର ଜରିମାନା ଦେବେ ଏଲନ ମସ୍କ…

ଓ୍ବାଶିଂଟନ,୫।୧ : ଦକ୍ଷିଣ କୋରିଆ ଦ୍ୱାରା ଏଲୋନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସଲାକୁ ୨୨ ଲକ୍ଷ ଡଲାର ଜରିମାନା କରାଯାଇଛି। ଦକ୍ଷିଣ କୋରିଆର ଆଣ୍ଟିଟ୍ରଷ୍ଟ...

Advertisement
Archives

Model This Week