Posted inଜାତୀୟ

ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ଆକାଉଣ୍ଟ

ମୁମ୍ବାଇ, ୬।୧୦: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ଖବର ଯୋଡ଼ି ହେବାରେ ଲାଗିଛି। ଏବେ ମୁମ୍ବାଇ ପୋଲିସ ପକ୍ଷରୁ ନୂଆ ତଥ୍ୟ ପଦାକୁ ଆସିଛି। ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ ତିଆରି କରାଯାଇଥିଲା। ମୁମ୍ବାଇ ପୋଲିସର ସାଇବର ଟିମ୍‌ ଏହାର ଯାଞ୍ଚ୍‌ କରିଛନ୍ତି। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ନିର୍ଦ୍ଦେଶରେ ସାଇବର ଟିମ୍‌ ପକ୍ଷରୁ ଏନେଇ ଏକ ମାମଲା ଦାଏର କରାଯିବାର ଯୋଜନା ରହିଛି। ଅଧିକାଂଶ ଫେକ୍‌ ଆକାଉଣ୍ଟ୍‌ ବିଦେଶରୁ ଅପରେଟ୍‌ ହେଉଥିବା କମିଶନର କହିଛନ୍ତି। ଇଟାଲୀ, ଜାପାନ, ପୋଲାଣ୍ଡ, ସ୍ଲୋଭାନିଆ, ଇଣ୍ଡୋନେସିଆ, ତୁର୍କି, ଥାଇଲାଣ୍ଡ୍‌, ରୋମାନିଆ ଆଦି ଦେଶରୁ ଫେକ୍‌ ଆକାଉଣ୍ଟ୍‌ ଗୁଡ଼ିକୁ ଅପରେଟ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମ୍‌, ଟୁଇଟର ଏବଂ ଫେସ୍‌ବୁକ୍‌ ସମେତ ଅନ୍ୟ ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମରେ ଏଭଳି ଆକାଉଣ୍ଟ ଗୁଡ଼ିକ ଖୋଲାଯାଇ ମୁମ୍ବାଇ ପୋଲିସ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଅପଲୋଡ୍‌ କରାଯାଉଥିବା ପରମବୀର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ଟୋପି ପିନ୍ଧି ସ୍ତ୍ରୀଙ୍କ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଅବସରରେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ପାଣ୍ଡବ ନଗରର ଏମ୍‌ସିଡି ସ୍କୁଲସ୍ଥିତ ମତଦାନ...

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୮।୧୧: ଛଠ୍‌ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି।...

ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟୁଇଟ୍‌ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ମୋଦି ରାହୁଲଙ୍କ...

ଦୌଡ଼ରେ ସିବଲ, ଆନନ୍ଦ ଶର୍ମା, ଚିଦାମ୍ବରମ

ନୂଆଦିଲ୍ଲୀ,୨୩।୫: ରାଜ୍ୟ ସଭାରେ ଖାଲି ପଡ଼ିଥିବା ଆସନ ଲାଗି ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସରୁ ବରିଷ୍ଠ ନେତା କପିଲ ସିବଲ, ଆନନ୍ଦ ଶର୍ମା...

ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୩।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ...

ବିବାହ ଉତ୍ସବରେ ବ୍ୟାପିଲା କରୋନା: ବରଙ୍କ ମୃତ୍ୟୁ, କନ୍ୟା ସମେତ ୯ ଆକ୍ରାନ୍ତ

ଲକ୍ଷ୍ନୌ,୧୦ା୧୨: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ପରିବାରର ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ବରଙ୍କ...

ରାଜସ୍ଥାନର ସୁମନ ରାଓ ପିନ୍ଧିଲେ ‘ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ

ମୁମ୍ବାଇ,୧୬।୬: ଚଳିତ ବର୍ଷର ଫେମିନା ମିସ୍‌ ଇଣ୍ଡିଆ ୨୦୧୯ର ବିଜୟିନୀ ହୋଇଛନ୍ତି ରାଜସ୍ଥାନର ସୁମର ରାଓ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ...

Advertisement
Archives

Model This Week