ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ, ଜିଲା ପ୍ରଶାସନର ନୀରବତା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ୫ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଗୋଟେ ପଟେ ମତ୍ସ୍ୟଜୀବୀମାନେ ନିଜ ପେଟ ପାଟଣା ନିମନ୍ତେ ଚିନ୍ତାରେ ରହିଥିବା ବେଳେ ଅନ୍ୟପଟେ ଆର୍ଯ୍ୟପଲ୍ଲୀ ଲୀନ ହେବାର ଆଶଙ୍କା ନେଇ ଖୁବ ଭୟଭିତ ରହିଛନ୍ତି ପଞ୍ଚାୟତ ବାସୀ, ସେମାନଙ୍କ ସମସ୍ୟା ନେଇ ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୋଣସି ସୁବ୍ୟବସ୍ଥା ହୋଇ ନାହିଁ, ମିଳୁଛି ଖାଲି ପ୍ରତିଶ୍ରୁତି। ଦିନକୁ ଦିନ ଆର୍ଯ୍ୟ ପଲ୍ଲୀ ଆଡକୁ ସମୁଦ୍ର ଲଙ୍ଘିବାରେ ଲାଗିଛ। ପୂର୍ବରୁ ୨ କିଲୋମିଟର ଦୂରରେ ଥିବା ସମୁଦ୍ର ଏବେ ଗାଁଠାରୁ ମାତ୍ର ୨୦ ମିଟର ଦୁରରେ ରହିଛି, ଗୋପାଲପୁର ବନ୍ଦର ଦାୟିତ୍ୱ ଥିବା ଆଦାନୀ ଗ୍ରୁପ ଏହାକୁ କର୍ଣ୍ଣପାତ୍ର କରୁନି, ଜିଲା ପ୍ରଶାସନ ଚୁପ ବସି ରହିବା ସହ ତାର ହାତ ବାରସି ସାଜିଛି, ଏପଟେ ବହୁ ଥର ଜିଲା ସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ କରାଯାଉ ନାହିଁ, ଖାଲି ପ୍ରଶାସନ ଅଧିକାରୀ ମାନେ ଧର୍ମକୁ ଆଖିର ଠାର ଭଳି ଗାଁକୁ ଆସି ବୁଲି ପଳାଉଛନ୍ତ। ଅନ୍ୟ ପଟେ ପେଟପାଟଣା ଏବଂ ନିଜ ଦାବିକୁ ନେଇ ଆସନ୍ତା ୨୪ ତାରିଖଠାରୁ ମତ୍ସ୍ୟଜୀବୀମାନେ ଗୋପାଳପୁର ବନ୍ଦରର ମୁଖ୍ୟ ଫାଟକ ସମ୍ମୁଖରେରେ ଧାରଣା ଦେବେ। ଏଥିରେ ୨୭ ଖଣ୍ଡ ଗାଁର ୫ ହଜାର ରୁ ଅଧିକ ମତ୍ସ୍ୟଜୀବୀ ସାମିଲ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ପରବର୍ତୀ ସମୟରେ ରାଜରାସ୍ତାକୁ ବନ୍ଦ କରି ଆନ୍ଦୋଳନ କୁ ଆହୁରୀ ତ୍ରିବ୍ରତର କରାଯିବ ବୋଲି ନିଷ୍ପତ୍ତି ହୋଇଛ। ଏନେଇ ଶନିବାର ଏକ ପ୍ରସ୍ତୁତି ବୈଠକ ୨୭ ଖଣ୍ଡ ଗାଁ ର ଗ୍ରାମ୍ୟ କମିଟି ସଭାପତି ଓ ସମ୍ପାଦକଙ୍କୁ ନେଇ ସାନଆର୍ଯ୍ୟ ପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ଲେଙ୍କା ଏରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଗୋପାଳପୁର ପୋର୍ଟ ମତ୍ସ୍ୟ ଜେଟି ଉପରେ ନିର୍ଭର କରୁଥିବା ୨୭ ଖଣ୍ଡ ଗାଁର ମତ୍ସ୍ୟଜୀବୀ ଡ଼ଙ୍ଗା ଗୁଡିକ ସମୁଦ୍ରକୁ ଯାତାୟାତ ଅସୁବିଧା ହେତୁ, ମୁହାଣକୁ ସବୁ ଦିନି ଖୋଲା ରହିବା, ଅଶାନ୍ତ ସମୁଦ୍ରର ଢେଉ କୂଳ ନ ଲଙ୍ଘିବା ସକାଶେ ସମୁଦ୍ର ବେଳାଭୂମିରେ ତୁରନ୍ତ ପଥର ପାଚେରୀ ନିର୍ମାଣ କରିବା, ନଷ୍ଟ ହୋଇ ରହିଥିବା ଗୋପାଳପୁର ପୋର୍ଟର ଫିସେରୀ ଜେଟିର ପୁନଃଉଦ୍ଧାର ଓ ପୁନଃ ନିର୍ମାଣ କରି ଏହାକୁ ବର୍ଷ ତମାମ ମତ୍ସ୍ୟଜୀବୀମାନଙ୍କ ଡ଼ଙ୍ଗା ଗୁଡିକର ଯାତାୟତ କରିବା ସକାଶେ ଡ୍ରେଜିଙ୍ଗ କରାଯାଉ,
ମତ୍ସ୍ୟଜୀବୀମାନଙ୍କୁ ବାତ୍ୟା, ଖରା, ବର୍ଷା ଓ ଶୀତର ପ୍ରକୋପରୁ ବଂଚାଇବା ସହିତ ଜାଲ ଓ ଡ଼ଙ୍ଗା ରହିବା ସକାଶେ ସମୁଦ୍ର କୂଳ ନିକଟରେ ଆଶ୍ରୟସ୍ଥଳୀ ସ୍ଥାପନା କରି ସେଥିରେ ପାନୀୟ ଜଳ, ଶୌଚାଳୟ ଓ ଫିସେରୀ ଜେଟିଠାରୁ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ରାତ୍ର ସମୟରେ ଲାଇଟ ର ବ୍ୟବସ୍ଥା କରାଯାଉ। ଫିସେରୀ ଜେଟିର ଅର୍ଦ୍ଧ ଭଗ୍ନ ଅବସ୍ଥା ଥିବା ପୁରୁଣା କାନ୍ଥ ସଫା କରାଯାଉ ଏବଂ ୨୦୧୬ ମସିହାରେ ଫିସେରୀ ଜେଟି ନିର୍ମାଣ ସକାଶେ ସରକାରଙ୍କ ଦାରା ଘୋଷଣା କରାଯାଇଥିବା ଓ ଏଥି ସକାଶେ ଜିଲା ପ୍ରଶାସନଙ୍କ ଦାରର ଜାଗା ଚିହ୍ନଟ ଏବଂ କେନ୍ଦ୍ରୀୟ ଟିମ ଦ୍ବାରା ପରୀକ୍ଷା ହୋଇ ରହିଥିବା ସ୍ଥାନରେ ତୁରନ୍ତ ନୂତନ ଫିସେରୀ ଜେଟି ନିର୍ମାଣ କରିବା ସମେତ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ, ମତ୍ସ୍ୟଜୀବୀ ନେତା ଏନ. ଦିନବନ୍ଧୁ, କେ. ଦାଶରଧି, ଭୀମସେନ, ପି. ରାମବାବୁ, ବଡ଼ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ଏନ ଶ୍ୟାମ, ଗୋପାଳପୁର ଗ୍ରାମ୍ୟ କମିଟି ଏନ. ନାଲୁଡୁ, ହରିପୁର ଗ୍ରାମ୍ୟ କମିଟି, କ୍ରିଷ୍ଣା, ରାମେୟାପାଟଣା ଗ୍ରାମ୍ୟ କମିଟିର ଏସ. ଆପାରାଓ, ନୋଳିଆ ନୂଆ ଗାଁ କମିଟି ପି ତାତାଲୁ, ଗ୍ରୁୟୋ, ଗୋଖରୁକୁଦା ଗ୍ରାମ୍ୟ କମିଟି ଡବ୍ଲୁ. ସୀମାଦ୍ରୀ, ପୋଟମପେଟା ଗ୍ରାମ୍ୟ କମିଟି ସି ଆର ଟିକିଙ୍କ ସମେତ ୨୭ ଖଣ୍ଡ ଗାଁ ର ବହୁ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?