ପୂଜା ଭୋଗ ଖାଇ ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ବସ୍ତା, ୬। ୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଯୋଡି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଭଗବତୀ ପୂଜାର ପ୍ରସାଦ ଖାଇ ୪୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଯେ, ଗିଲାଯୋଡ଼ି ଗ୍ରାମରେ ଭଗବତୀ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ଭୋଗ ଖାଇବା ପରେ ଆଖ ପାଖ ଅଞ୍ଚଳର ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥଙ୍କ ମଧ୍ୟରେ ଅଧିକ ଛୋଟ ପିଲା ଥିବା ଜଣାପଡ଼ିଛି। ଏବେ ବସ୍ତା ଓ ପାଉଁଶକୁଳି ହସ୍ପିଟାଲରେ ମିଶି ୪୦ରୁ ଊର୍ଦ୍ଧ୍ୱ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ...

ବିଶ୍ୱଦରବାରରେ ପରିଚିତ ହେବ ଓଡ଼ିଶା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜିନିବେଶ, ପର୍ଯ୍ୟଟନର ପ୍ରଚାର ଇତ୍ୟାଦି କାର୍ଯ୍ୟକୁ ଅଧିକ ସୁସଙ୍ଗଠିତ ଢଙ୍ଗରେ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ...

୪ ବଖରା ଜଳିଗଲା

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୪ ବଖରା ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କ...

ଗଛମୂଳ ପଶ୍ଚିମବଙ୍ଗ ଶ୍ରମିକଙ୍କ ଆଶ୍ରୟସ୍ଥଳୀ

ବାରିପଦା ଅଫିସ, ୧୫ା୫- ଯେଉଁ ଶ୍ରମିକମାନେ ଦିନେ ଠିକାଦାରଙ୍କ ଈସାରାରେ ଗଛ କାଟି ରାସ୍ତା ଓ ଘର ନିର୍ମାଣ କରୁଥିଲେ, ସେହି ଗଛ ଆଜି ସେମାନଙ୍କ...

ବଢୁଛି ମହିଳା ବିରୋଧୀ ହିଂସା

ଭୁବନେଶ୍ୱର,୭ା୩ (ବ୍ୟୁରୋ):ନାରୀ କାଲି ବି ଶୋଷଣର ଶିକାର ହେଉଥିଲା, ଆଜି ମଧ୍ୟ ନାନା ନିର୍ଯାତନା ସହୁଛି। ଦେଶରେ ସାକ୍ଷରତା ହାର ବଢ଼ିଛି, ସମାଜ ପୂର୍ବ ଅପେକ୍ଷା...

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି: ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୯ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ...

ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ...

Advertisement
Archives

Model This Week