Posted inଜାତୀୟ

ସିନ୍ଧୁ ସୀମାରେ ତିନି ଶହରୁ ଅଧିକ କୃଷକ ଅସୁସ୍ଥ, କରୋନା ପରୀକ୍ଷା ପାଇଁ ଅରାଜି!

ନୂଆଦିଲ୍ଲୀ,୬ ।୧୨: ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି । ସିନ୍ଧୁ ସୀମାରେ ଧାରଣାରତ ୩ଶହରୁ ଅଧିକ କୃଷକ ଏବେ ଅସୁସ୍ଥ ହୋଇ ପଡିଥିବା କୁହ।।ଯାଉଛି । ଏମାନେ ଥଣ୍ଡା, ସର୍ଦ୍ଦି , ଜ୍ୱର ଓ କାଶରେ ପୀଡ଼ିତ ଥିବା ଲକ୍ଷ୍ୟ କରାଯାଇଛି । ହେଲେ କରୋନା ଟେଷ୍ଟ ପାଇଁ ଏମାନେ କୁଆଡେ ରାଜି ହେଉ ନାହାନ୍ତି । ସେମାନଙ୍କ କହିବା କଥା ହେଲା ସେମାନଙ୍କୁ କରୋନା ଟେଷ୍ଟ କରିବାକୁ କହି ଆନ୍ଦୋଳନରୁ ହଟାଇ ଦେବାକୁ ପ୍ରୟାସ କରାଯାଉଛି । ଅନ୍ୟପଟେ କୃଷକଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ପାଇଁ ଦିଲ୍ଲୀ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୃଷି ଆଇନକୁ ବିରୋଧ କରି ପାଖାପାଖି ୧୦ ଦିନ ହେବ ଦିଲ୍ଲୀ, ହରିୟାଣ. ପଞ୍ଜାବ ଆଦିର କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ବି ଏହାର କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଲିଖିତ ପ୍ରତିଶ୍ରୁତି ସହ କୃଷି ଆଇନକୁ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି କୃଷକ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ସୋମବାର ଦେବେ ଭୋଟ

ଅହମ୍ମଦାବାଦ,୪।୧୨: ଆସନ୍ତାକାଲି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟଦାନର...

ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି...

ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୟେଦୁରପ୍ପା

କଲାବର୍ଗୀ(କର୍ନାଟକ),୬।୩: ଏକ ବଡ଼ଧରଣର ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା। କର୍ନାଟକର କଲାବର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ...

ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସୁରକ୍ଷାରେ ନିୟୋଜିତ ହେବେ ୧୦ ହଜାର ପୋଲିସ

ଅହମଦାବାଦ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇ ଆସନ୍ତା ୨୪-୨୫ ତାରିଖରେ ଭାରତ...

୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ...

ରେଳ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ, ଫଟୋ ଶେୟାର କଲେ ବିଭାଗୀୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଆସାମର ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏକ ଚା’ ଷ୍ଟଲ ଖୋଲିଛନ୍ତି। ତେବେ ପ୍ଲାଟଫର୍ମରେ ଏହା ଦେଶର ପ୍ରଥମ ଟ୍ରାନ୍ସ ଚା’...

ଆତ୍ମହତ୍ୟା ଉଦ୍ୟମ କଲେ ଗିରଫ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ,୨୦।୧୨: ରୋହିଣୀ କୋର୍ଟରେ ବିସ୍ଫୋରଣ ଖଞ୍ଜିଥିବା ଅଭିଯୋଗରେ ଡିଆର୍‌ଡିଓ ବୈଜ୍ଞାନିକ ଭାରତ ଭୂଷଣ କଟାରିଆ ଜେଲ୍‌ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ...

ବର୍ଗର ଧରି ପହଞ୍ଚିଲେ ମା’ ଗୌରୀ

ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ...

Advertisement
Archives

Model This Week