Posted inଜାତୀୟ

ସିନ୍ଧୁ ସୀମାରେ ତିନି ଶହରୁ ଅଧିକ କୃଷକ ଅସୁସ୍ଥ, କରୋନା ପରୀକ୍ଷା ପାଇଁ ଅରାଜି!

ନୂଆଦିଲ୍ଲୀ,୬ ।୧୨: ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି । ସିନ୍ଧୁ ସୀମାରେ ଧାରଣାରତ ୩ଶହରୁ ଅଧିକ କୃଷକ ଏବେ ଅସୁସ୍ଥ ହୋଇ ପଡିଥିବା କୁହ।।ଯାଉଛି । ଏମାନେ ଥଣ୍ଡା, ସର୍ଦ୍ଦି , ଜ୍ୱର ଓ କାଶରେ ପୀଡ଼ିତ ଥିବା ଲକ୍ଷ୍ୟ କରାଯାଇଛି । ହେଲେ କରୋନା ଟେଷ୍ଟ ପାଇଁ ଏମାନେ କୁଆଡେ ରାଜି ହେଉ ନାହାନ୍ତି । ସେମାନଙ୍କ କହିବା କଥା ହେଲା ସେମାନଙ୍କୁ କରୋନା ଟେଷ୍ଟ କରିବାକୁ କହି ଆନ୍ଦୋଳନରୁ ହଟାଇ ଦେବାକୁ ପ୍ରୟାସ କରାଯାଉଛି । ଅନ୍ୟପଟେ କୃଷକଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ପାଇଁ ଦିଲ୍ଲୀ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୃଷି ଆଇନକୁ ବିରୋଧ କରି ପାଖାପାଖି ୧୦ ଦିନ ହେବ ଦିଲ୍ଲୀ, ହରିୟାଣ. ପଞ୍ଜାବ ଆଦିର କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ବି ଏହାର କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଲିଖିତ ପ୍ରତିଶ୍ରୁତି ସହ କୃଷି ଆଇନକୁ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି କୃଷକ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri