୧୫୦ରୁ ଊର୍ଦ୍ଧ୍ୱ କେନ୍ଦୁଗଛ କାଟିଦେଲେ

ଯାଜପୁର ଅଫିସ/ ରଗଡି(ଡି.ଏନ.ଏ.),୨୧ା୭: କଟକ ବନଖଣ୍ଡ ଯାଜପୁର ରୋଡ ରେଞ୍ଜ ଅଧୀନ ପଛିକୋଟ ଡିପିଏଫ୍‌ (ଡିମାର୍କେଟେଡ ପ୍ରୋଟେକ୍ଟ ଫରେଷ୍ଟ) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଶାଳ ଜଙ୍ଗଲ ଏବେ ନିଶ୍ଚିହ୍ନ ହେବାକୁ ବସିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଜଙ୍ଗଲରୁ ମୂଲ୍ୟବାନ ଶାଳ, ଅସନ, ମହୁଲ, ଚାର ଆଦି ଗଛ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏହି ଘଟଣା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଥିବା ବେଳେ ଗତ ୨ ଦିନ ହେବ ଭାଲୁକାହୁଡ଼ି ନିକଟରେ ଥିବା ଝାଟି ଜଙ୍ଗଲକୁ ସଫା କରି ଅନ୍ୟ ଚାରା ରୋପଣ ପାଇଁ ଯାଜପୁର ରୋଡ଼ ବନ ବିଭାଗ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ୧୫୦ କେନ୍ଦୁ ଗଛ କାଟି ସଫା କରି ଦିଆଯାଇଛି। ଏନେଇ ମଲାରିଆ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟିର ସଭ୍ୟମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ଗୋଟିଏ କେନ୍ଦୁଗଛ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ହେବାକୁ ୧୨ ରୁ ୧୫ ବର୍ଷ ସମୟ ଲାଗିଥାଏ। ଫଳ ଦେବାକୁ ପାଖାପାଖି ୩୦ ବର୍ଷ ସମୟ ନେଇଥାଏ। ସଂପୃକ୍ତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାର ପତ୍ର ଓ ଫଳ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବନ ବିଭାଗ ଝାଟି ସଫେଇ ଆଳରେ ଛୋଟ ଛୋଟ ଗଛଗୁଡ଼ିକୁ କାଟିବା ବଦଳରେ ଜଙ୍ଗଲ ସୁରକ୍ଷା ଆଇନ ୨୦୦୬କୁ ଅବମାନନା କରିଥିବା ମଲାରିଆ ଗ୍ରାମର କେତେଜଣ ବୃକ୍ଷପ୍ରେମୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କିଭଳି ପ୍ରାକୃତିକ ଝାଟି ଜଙ୍ଗଲ ସଫା ହେଉଛି ଏବଂ ସେହି ଜାଗାରେ କେଉଁ ଚାରା ରୋପଣ କରାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ଶ୍ରମିକମାନେ ଭୁଲ୍‌ରେ କେନ୍ଦୁଗଛଗୁଡିକୁ କାଟି ଦେଇଥିବା ସ୍ବୀକାର କରିଛନ୍ତି।

ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ ହେଉଛି। ଏହି ପରିସ୍ଥିତିରେ ଆଗାମୀ ୧୦ ବର୍ଷରେ ଓଡିଶାର ଘନ ଜଙ୍ଗଲଶୂନ୍ୟ ହେବ ବୋଲି ବିଶେଷଜ୍ଞ ଓ ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି। ଏଥିପାଇଁ ସେମାନେ ଶିଳ୍ପ ଓ ଖଣି ଖାଦାନକୁ ଦାୟୀ କରିଛନ୍ତି। କିନ୍ତୁ ଏଥିପାଇଁ ଜଙ୍ଗଲ ବିଭାଗ ବ୍ୟସ୍ତ ହେବା ମନେ ହେଉନାହିଁ। ଜୋରସୋରରେ ଖଣି ଓ ଶିଳ୍ପାୟନ ଚାଲିଥିବା ଯାଜପୁର ଜିଲାରେ ଟଙ୍କା ଯା’ର ଜଙ୍ଗଲ ତା’ର ନୀତି ଆପଣେଇଥିବା ସ୍ପଷ୍ଟ ହୋଇଛି। କଳକାରଖାନା, ଖଣି ପ୍ରତିଷ୍ଠା ପାଇଁ ଶିଳ୍ପସଂସ୍ଥାଗୁଡିକ ସରକାରୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ନଷ୍ଟ କରୁଥିବାବେଳେ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଇତିମଧ୍ୟରେ କାଳିଆପାଣି ମହାଗିରି କ୍ରୋମାଇଟ ଖଣିର ସଂପ୍ରସାରଣ କାର୍ଯ୍ୟରେ ୭୩.୭୭୭ ହେକ୍ଟର ଜଙ୍ଗଲ ଜମିରେ ଥିବା ୫୬ ପ୍ରଜାତିର ବିପୁଳ ସଂଖ୍ୟାର ମୂଲ୍ୟବାନ ଗଛ, ୧୦ ପ୍ରଜାତିର ଘାସ ଜାତୀୟ ଉଦ୍ଭିଦ, ୧୫ ପ୍ରଜାତିର ଗୁଳ୍ମ ଓ ଲତା ଇତ୍ୟାଦି ନଷ୍ଟ ହୋଇଛି, ଯାହା ଜୈବ ବିବିଧତା ଉପରେ ପ୍ରଭାବ ପକାଇପାରେ ବୋଲି ଅଭିଯୋଗ ହୋଇଛି। ଏହି ଖଣି କମ୍ପାନୀର ପରିବେଶ ପରାମର୍ଶଦାତା ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟନିର୍ବାହୀ ସାରାଂଶରେ ଏହା ଉଲ୍ଲେଖ ରହିଛି। ଏହାପୂର୍ବରୁ ଓଏମ୍‌ସି ସଂପ୍ରସାରଣ କାର୍ଯ୍ୟରେ ପ୍ରାୟ ୧୦ ହଜାର ଗଛ ନଷ୍ଟ ହୋଇ ସାରିଛି। ନିୟମ ଅନୁଯାୟୀ ରାଜସ୍ବ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଅଧିଗୃହୀତ ହେବାକୁ ଥିବା ଜଙ୍ଗଲ ଜମିର ଗଛର ପରିସଂଖ୍ୟାନ କରି ଦେଇଥିବା ରିପୋର୍ଟ ଉପରେ ସଂପୃକ୍ତ କମ୍ପାନୀ ଗଛର ମୂଲ୍ୟ ପୈଠ କରିବା ପରେ ଯାଇ ଜମି କମ୍ପାନୀକୁ ପ୍ରଦାନ କରାଯାଇଥାଏ। ଅଧିଗୃହୀତ ଜମିର ଲିଜ୍‌ ପାଇବା ପରେ କମ୍ପାନୀ ସେଠାରେ ଥିବା ଗଛଗୁଡିକୁ ଆବଶ୍ୟକତା ଅନୁଯାୟୀ ଓଡିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜରିଆରେ କାଟିବା କଥା। କିନ୍ତୁ ଜିଲାରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଖଣି ଓ କାରଖାନା କ୍ଷେତ୍ରରେ ଏହି ସମସ୍ତ ନିୟମକୁ ଜଙ୍ଗଲ ବିଭାଗ ଆଖିବୁଜି ଦେଇଛି। ଯାହାକି ଜଙ୍ଗଲ ନଷ୍ଟର ଏକ ପ୍ରମୁଖ କାରଣ ବୋଲି ଜିଲାରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?