ମାଟିରେ ମିଶିଲା ୧୪୦ରୁ ଊର୍ଦ୍ଧ୍ୱ ଦୋକାନ

ଖୋର୍ଦ୍ଧା ଅଫିସ,୨୯।୧: ଖୋର୍ଦ୍ଧା ଜିଲା ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିଲାଗି ସୀତାରାମ ଛକର ୧୪୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଦୋକାନୀମାନେ ନିଜ ହାତରେ ନିଜ ଦୋକାନକୁ ଭାଙ୍ଗିଛନ୍ତି। ଦୀର୍ଘ ବର୍ଷ ଧରି ସୀତାରାମ ଛକର ଉଭୟ ପାର୍ଶ୍ୱରେ ଦୋକାନ ଦେଇ ନିଜ ପିଲାଛୁଆଙ୍କ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିବା ବହୁ ବ୍ୟବସାୟୀଙ୍କ ଆଶା ଏବେ ମାଟିରେ ମିଶିଛି। ଭଗ୍ନ ଦୋକାନର ମାଟିରେ ବସି ଅତୀତର ସ୍ମୃତିକୁ ସାଉଁଟି କଇଁ କଇଁ କାନ୍ଦୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ଅନେକ ବ୍ୟବସାୟୀ ଗଣମାଧ୍ୟମ ଆଗରେ କହିଛନ୍ତି। ପୂର୍ବରୁ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ୫ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଉଚ୍ଛେଦ ହୋଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ। ଏବେ ପୁଣି ଉଚ୍ଛେଦ ବେଳେ ଜିଲା ପ୍ରଶାସନ ଅନୁରୂପ ଭାବେ ଥଇଥାନ ପ୍ରତିଶ୍ରୁତି ଦେଇଛି।
ପ୍ରକାଶ ଯେ, ଜଟଣୀ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷତଃ ସୀତାରାମ ଛକଠାରୁ କୁଦିଆରୀ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଏଡାଇବା ଲାଗି ଏଠାରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ବିଭିନ୍ନ ମହଲରେ ଦାବି ହୋଇଥିଲା। ପରେ ଓଭରବ୍ରିଜ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇ ଟେଣ୍ଡର ହୋଇଥିଲା। ତେବେ ନିର୍ମାଣ କାର୍ଯ୍ୟରେ ଉଭୟ ପାର୍ଶ୍ୱରେ ରହିଥିବା ଦୋକାନ ବାଧକ ସାଜିଥିଲା। ପ୍ରଥମ ପର୍ଯ୍ୟାୟରେ କୁଦିଆରୀ ଛକ, ବଡବଜାର ଛକର ଉଭୟ ପାର୍ଶ୍ୱରୁ ଦୋକାନ ହଟାଗଲା। ଏବେ ପୁଣି ଅନ୍ୟ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଅନ୍ୟପଟେ ଓଭରବ୍ରିଜ ନିର୍ମାଣରେ ନିମ୍ନମାନର କାମ ଏବଂ ଅନିୟମିତତା ନେଇ ପ୍ରଥମେ ଠିକା ନେଇଥିବା କମ୍ପାନୀକୁ ହଟାଯାଇ ଅନ୍ୟ ଏକ କମ୍ପାନୀକୁ ଦିଆଯାଇଛି। ୫୪ କୋଟିରୁ ଆରମ୍ଭ ହୋଇ ଏହି କାର୍ଯ୍ୟ ୧୦୦ କୋଟିର ବଜେଟରେ ପହଞ୍ଚିଲାଣି। ମନ୍ଥରତା ଓ ଜମି ଉଚ୍ଛେଦ ପ୍ରକ୍ରିୟା ଶିଥିଳତା ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ। ଏହି ଓଭରବ୍ରିଜ ନିର୍ମାଣ ହେଲେ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଯାତାୟାତ ସହଜ ହେବା ସହ ଟ୍ରାଫିକ ସମସ୍ୟା ଦୂର ହେବ। ବ୍ୟବସାୟିକ ଅଭିବୃଦ୍ଧି ମଧ୍ୟ ଘଟିବ। ଅନ୍ୟପକ୍ଷରେ ପୂର୍ବରୁ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ଲାଗି ପ୍ରସ୍ତାବ ରହିଥିଲେ ମଧ୍ୟ ଅଦ୍ୟାବଧି ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ପ୍ରଶାସନର ନାଲିଫିତା ତଳେ ଏହା ଚାପି ହୋଇ ରହିଛି ବୋଲି ବହୁ ଉଚ୍ଛେଦ ଦୋକାନୀ ଗଣମାଧ୍ୟମ ଆଗରେ କହିଛନ୍ତି। ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, ପ୍ରଶାସନ ପକ୍ଷରୁ ଥଇଥାନ ନେଇ ବ୍ୟବସାୟୀମାନଙ୍କୁ କୌଣସି ନିର୍ଭର ପ୍ରତିଶ୍ରୁତି ଦିଆଯାଇନାହିଁ। ପ୍ରଶାସନ ପ୍ରଥମେ ବ୍ୟବସାୟୀଙ୍କ ଥଇଥାନ କଥାକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଉଚ୍ଛେଦ ହେବାକୁ ଥିବା ଦୋକାନୀମାନଙ୍କ ଥଇଥାନ ନେଇ ପୂର୍ବରୁ ଜିଲାପାଳଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ପେଟପାଟଣା କଥା ଚିନ୍ତା କରି ପଦକ୍ଷେପ ନେବାକୁ ପ୍ରଶାସନକୁ କହିଛି। ଅନ୍ୟପକ୍ଷରେ ସୀତରାମ ଛକରୁ ଉଚ୍ଛେଦ ହେବାକୁ ଥିବା ବ୍ୟବସାୟୀମାନଙ୍କ ଥଇଥାନ ଲାଗି ବ୍ୟବସ୍ଥା କରାଯିବ
ବୋଲି ଜିଲାପାଳ ସନତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri