ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ: ଥାନାରେ ଖତ ଖାଉଛି ୧୦ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଖତ ଖାଉଛି ଜବତ ଗାଡ଼ି। ୧୦ ହଜାରରୁ ଊର୍ଦ୍ଧ୍ୱ ବାଇକ, କାର, ଟ୍ରକ ଆଦି ଖରାବର୍ଷା ଖାଇ ନଷ୍ଟ ହେଉଥିବାରୁ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ମଞ୍ଚେଶ୍ୱର ଥାନାରେ ୧୦ବର୍ଷ ହେଲା ଜବତ ଗାଡ଼ି ପଡିରହିଛି। ଥାନା ପଛପଟେ ପ୍ରାୟ ୧ହଜାର ବାଇକ, କାର, ବସ, ଟ୍ରକ, ସାଇକେଲ ଗଦାହୋଇ ରହିଛି। ଅଧିକାଂଶ କଳଙ୍କି ଲାଗି ଯାଇଥିବାବେଳେ ଆଉ କିଛି ମାଟିରେ ମିଶିଗଲାଣି।

ଏୟାରଫିଲ୍ଡ, ଖଣ୍ଡଗିରି, ଶହୀଦନଗର ଥାନାରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଯଦି କେହି ଯାନ ମାଲିକ ବା ବୀମା କମ୍ପାନୀ ଦାବି ନ କରନ୍ତି, ତାହାକୁ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ନିଲାମ କରାଯିବା କଥା। କିନ୍ତୁ ତାହା କରାଯାଉନାହିଁ। ଫଳରେ ଏହି ଗାଡିଗୁଡିକ କେବଳ ନଷ୍ଟ ହେଉନାହିଁ ବରଂ ଥାନାର ବୃହତ୍‌ ଅଂଶ ମାଡିବସିବା ସହ ସୌନ୍ଦର୍ଯ୍ୟ ହରାଉଛି।

ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ମାସକ ମଧ୍ୟରେ ବିଭିନ୍ନ ଥାନାର ଜବତ ଗାଡିଗୁଡିକ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ମାସେ ହେଲାଣି ଜବତ ଗାଡଗୁଡିକର ଡାଟାବେସ ପ୍ରସ୍ତୁତ କରୁଛୁ। ଏହି ଦାୟିତ୍ୱରେ ଜଣେ ଅତିରିକ୍ତ ଡିସିପି କାର୍ଯ୍ୟ କରୁଛନ୍ତି। କେଉଁ ଗାଡିର ମାଲିକାନା ରହିଛି, କେଉଁ ଚୋରି ଗାଡି ଜବତ ହୋଇଛି, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଆଦିର ତଥ୍ୟ ସଂଗ୍ରହ କରାଯାଉଛି। ଫେବୃୟାରୀ ସୁଦ୍ଧା ଏହା ଶେଷ ହେବା କଥା। କିନ୍ତୁ କେତେକ କାରଣରୁ ଏବେସୁଦ୍ଧା ୨ଟି ଥାନାରେ ଗାଡି ତାଲିକା ପ୍ରସ୍ତୁତ ହୋଇଛି। ତାଲିକା ପ୍ରସ୍ତୁତି ସରିବା ପରେ ପ୍ରଥମେ ସର୍ବସାଧାରଣ ନୋଟିସ ପ୍ରକାଶ ପାଇବ। ପରେ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ନିଲାମ ହେବ। ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଥାନାର ଜବତ ଗାଡିଗୁଡିକର ନିଲାମ ହେବ। କ୍ରମାନ୍ବୟରେ ସମସ୍ତ ଥାନାର ଜବତ ଗାଡି ନିଲାମ ହେବ ବୋଲି ଡିସିପି ଦାଶ ସୂଚନା ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ’ଣ ରହିଛି
ଜବତ ଗାଡିଗୁଡିକ ଦୀର୍ଘ ସମୟଧରି ଥାନାରେ ରଖାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଉପଯୁକ୍ତ ବଣ୍ଡ୍‌ ଗ୍ୟାରେଣ୍ଟି କିମ୍ବା ସୁରକ୍ଷା ନେବାପରେ ମାଜିଷ୍ଟ୍ରେଟଙ୍କ ମାଧ୍ୟମରେ ସେଗୁଡିକ ମାଲିକଙ୍କ ନିକଟକୁ ଫେରସ୍ତ କରାଯାଇପାରିବ। ଯେଉଁ ଗାଡିଗୁଡିକ ନେବାକୁ ମାଲିକ ଦାବି କରନ୍ତି ନାହିଁ, ବୀମା କମ୍ପାନୀକୁ ସେହି ଗାଡିର ମାଲିକାନା ନେବାକୁ କୋର୍ଟ ଅନୁମତି ଦେଇପାରିବେ। ସେହିପରି ଯେଉଁ ଗାଡିଗୁଡିକର ମାଲିକ ବା ବୀମା କମ୍ପାନୀଙ୍କ ଦାବି ନ ଥାଏ, ସେହି ଗାଡିଗୁଡିକ କୋର୍ଟଙ୍କ ଦ୍ୱାରା ନିଲାମ କରିବାକୁ ନିର୍ଦ୍ଦେଶ ଦିଆଯାଇପାରିବ। ଚୋରି ଗାଡି ହେଉ ଅବା କୌଣସି କାରଣରୁ ଗାଡି ଜବତ ହେଲେ, ତାହାର ଯତ୍ନ ନିଆଯାଏ ନାହିଁ। ଫଳରେ ଖରା, ବର୍ଷା ଓ ବାହ୍ୟ ବିପଦ ସଂସ୍ପର୍ଶରେ ଆସି ଗାଡିଗୁଡ଼ିକ ନଷ୍ଟ ହୋଇଥାଏ। ତେଣୁ ଜବତ ଗାଡିକୁ ମୁକ୍ତ କରିବାକୁ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ଆଜି ପଦ୍ମ ଧରିବେ ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ । ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏନେଇ ସୂଚନା ମିଳିଛି । ମାର୍ଚ୍ଚ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri