ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ ହେଉଥିବା ନୀଳ ଆଲୋକ ମଣିଷର ମୌଳିକ ଜୈବିକ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ଏନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଗବେଷଣା ରିପୋର୍ଟ ମେଡିକାଲ ଜର୍ନାଲ ଫ୍ରଣ୍ଟିଅର୍ସ ଇନ ଏଜିଙ୍ଗରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ ମାଛିମାନଙ୍କ ଉପରେ କରାଯାଇଛି। ଏହାର ଆଶ୍ଚର୍ଯ୍ୟଜନକ ଫଳାଫଳ ଅଛି ଯେ ସମାନ ପ୍ରଭାବ ମଣିଷମାନଙ୍କଠାରେ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଅଧ୍ୟୟନ ଅନୁଯାୟୀ, ଟିଭି, ଲାପଟପ ଏବଂ ଫୋନ ଭଳି ବୈନନ୍ଦିନ ବ୍ୟବହୃତ ହେଉଥିବା ଉପକରଣର ପରଦାରୁ ନିର୍ଗତ ନୀଳ ଆଲୋକର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଯୋଗୁ ଚର୍ମ ଏବଂ ନ୍ୟୁରନ ଉପରେ ପ୍ରଭାବ ଅନୁଭୁତ ହୋଇଥାଏ। ଏହା ଶରୀରୀ ଜୀବକୋଷ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇବାର ସମ୍ଭାବନା ଥାଏ।

ଅତ୍ୟଧିକ ନୀଳ ଆଲୋକର ସଂସ୍ପର୍ଶରୁ ଦୂରେଇ ରହିବା ଏକ ଭଲ ଆଣ୍ଟି-ଏଜିଂ ଉପାୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗବେଷକମାନେ କହିଛନ୍ତି ଯେ ଏହି ନୀଳ ଆଲୋକରେ ରହୁଥିବା ମାଛିମାନେ ଅନ୍ଧକାରରେ ଥିବା ମାଛିଙ୍କ ତୁଳନାରେ କମ ଦିନ ବଞ୍ଚନ୍ତି।

ଆମେରିକାର ଓରେଗନ ଷ୍ଟେଟ ୟୁନିଭରସିଟିର ଇଣ୍ଟିଗ୍ରେଟିଭ ବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଜାଦୱିଗା ଗିବଲ୍ଟୋଭିକ ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଦେଖାଯାଇଛି ଯେ ଶରୀରର ଜୀବ କୋଷଗୁଡ଼ିକ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ମେଟାବୋଲାଇଟ ଆବଶ୍ୟକ। କିନ୍ତୁ ନୀଳ ଆଲୋକର ପ୍ରଭାବରେ ଜୀବକୋଷର କାର୍ଯ୍ୟ ପ୍ରଭାବିତ ହୁଏ।
ନ୍ୟୁରନ ମଧ୍ୟରେ ଯୋଗାଯୋଗ ପାଇଁ ଦାୟୀ ଅଣୁଗୁଡ଼ିକ, ଯେପରିକି ଗ୍ଲୁଟାମେଟ, ନୀଳ ଆଲୋକ ଯୋଗୁ ପ୍ରଭାବିତ ହୋଇଥାଏ। ଫଳରେ ଜୀବ କୋଷଗୁଡ଼ିକୁ ଏକ ଉପ-ସ୍ତରରେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଅଳ୍ପ ବୟସରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ବାସ୍ତବରେ, ଫୋନ, ଡେସ୍କଟପ ଏବଂ ଟିଭି ପରି ଏଲଇଡି ଡିସପ୍ଲେ ସ୍କ୍ରିନରୁ ଆମେ ନୀଳ ଆଲୋକର ବିଚ୍ଛୁରିତ ହୋଇଥାଉ । ଯେହେତୁ ମାଛି ଏବଂ ମଣିଷର କୋଷରେ ସିଗନାଲ ରାସାୟନିକ ପଦାର୍ଥ ସମାନ। ତେଣୁ ମଣିଷ ଉପରେ ନୀଳ ଆଲୋକର ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri