ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ! ଗୋଟିଏ ଘଣ୍ଟାରେ ସିରିଆର ଦୁଇଟି ବିମାନ ବନ୍ଦରରେ ଇସ୍ରାଏଲର ମିଶାଇଲ ମାଡ

ଜେରୁଜେଲମ,୧ ।୯: ଇସ୍ରାଏଲ ଓ ଇରାନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧ ଆଶଙ୍କା କରାଯାଉଛି । କାରଣ ଇସ୍ରାଏଲ ଏବେ ଇରାନ ବିମାନ ବନ୍ଦରକୁ ଟାର୍ଗେଟ କରିଛି । ଗୋଟିଏ ଘଣ୍ଟା ମଧ୍ୟରେ ସିରିଆର ଦୁଇଟି ବିମାନ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । କୁହାଯାଉଛି କି ଇସ୍ରାଏଲ ଟାର୍ଗେଟ କରିଥିବା ଇରାନ ବିମାନରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଥିଲା ।
ସୂଚନାଯୋଗ୍ୟ, ଇସ୍ରାଏଲ ବୁଧବାର ରାତିରେ ସିରିଆର ଅଲେପ୍ପୋ ଓ ଦମିସ୍କ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ କରିଛି । ଇରାନି ଗଣମାଧ୍ୟମ ଦାବି କରିଛି ଇରାନ ବିମାନକୁ ଅବତରଣ ସମୟରେ ରୋକିବା ପାଇଁ ଇସ୍ରାଏଲ ଅଲେପ୍ପୋ ବିମାନ ବନ୍ଦରକୁ ଟାର୍ଗେଟ କରିଥିଲା ।
ସିରିଆ ଗଣମାଧ୍ୟମର ସୂଚନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ବିମାନ ବନ୍ଦରରେ ବହୁ କ୍ଷତି ହୋଇଛି । ଆକ୍ରମଣ ସମୟରେ ଏୟାର ପୋର୍ଟରେ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ଥିଲା ଓ ମିଶାଇଲକୁ ଅଟକାଇବାକୁ ଅଦ୍ୟମ କରାଯାଇଥିଲା । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ସିରିଆରେ ଏୟାର ଷ୍ଟ୍ରାଇକ କରିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲୌପିଡ ଫୋନେ ଯୋଗେ କଥା ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଦେଲେ ଭାରତକୁ ଖୁସିଖବର, ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୪।୧: ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଅଶୋଧିତ ତୈଳ ମୂଲ୍ୟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ...

ଭାରତଠାରୁ ପଙ୍ଗା ନେବା ୟୁନୁସ ସରକାରଙ୍କ ପାଇଁ ପଡିପାରେ ମହଙ୍ଗା, ଇସ୍ତଫା ଦେବାକୁ ହେଉଛି ଦାବି!

ଢାକା,୨୪।୧: ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦ ଛାଡିବା ପରେ, ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ...

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କୁ ମିଳିବ ନାଗରିକତା

ଓ୍ବାଶିଂଟନ,୨୪।୧: ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ...

ଟ୍ରମ୍ପଙ୍କ ଖୋଲା ଧମକ, ‘ଶୁଳ୍କରୁ ବଞ୍ଚିବାର ଥିଲେ ଆମେରିକାରେ ନିବେଶ କର’

ଡାଭୋସ,୨୪।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୩, ୨୦୨୫ରେ ସ୍ବିଜରଲ୍ୟାଣ୍ଡର ଡାଭୋସରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ (WEF)କୁ ସମ୍ବୋଧିତ କରିଛନ୍ତି।...

ମିଶେଲଙ୍କ ସହ ସମ୍ପର୍କ ଶେଷ କରିବେ ଓବାମା? ରିପୋର୍ଟରେ ଦାବି

ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିଶେଲ ଓବାମାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଉଭୟ ଅଲଗା ହୋଇପାରନ୍ତି ବୋଲି ଦାବି କରାଯାଉଛି।...

ପୁଣି ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ

କାଷ୍ଟାଇକ୍‌(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ...

ମସ୍କଙ୍କୁ ନାଲି ଆଖି ଦେଖାଇଲା ପାକିସ୍ତାନ, କହିଲା ପ୍ରଥମେ କ୍ଷମା ମାଗନ୍ତୁ ଟେସଲା ମାଲିକ, ତା’ପରେ…

ଓ୍ବାଶିଂଟନ/ଇସଲାମାବାଦ,୨୩।୧: ପାକିସ୍ତାନ ଏବେ ଟେସଲା ମାଲିକ ଏଲୋନ ମସ୍କଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛି। ନିକଟରେ, ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ...

ଆମେ ଅଲୋଚନା ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ନରମିଲେ ପୁଟିନ!

ମସ୍କୋ,୨୩।୧: କ୍ଷମତାକୁ ଆସିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହିତ ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ରୁଷିଆ ମଧ୍ୟ କହିଛି ଯେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri