Odisha Elections 2024

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ ଚାଲାଣ କରୁଛନ୍ତି। ଏନେଇ ପ୍ରଶାସନ ଚୁପ୍‌ ବସିଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ବିଳମ୍ବରେ ହେଉପଛେ ଗୁୁରୁବାର ବନ ବିଭାଗ ଚଢ଼ାଉ କରି ୧୧ଟି ମାଟି ବୋଝେଇ ଡମ୍ଫରକୁ ଜବତ କରିବା ସହିତ ସମସ୍ତ ଡ୍ରାଇଭରଙ୍କୁ ଗିରଫ କରିଛି।
ଅନୁଯାୟୀ, ମୋରଡ଼ା ବ୍ଲକ ଅଧୀନ ବାଙ୍କବଣ ସଂରକ୍ଷିତ ଜଙ୍ଗଲରେ ଥିବା ଗଛକୁ କାଟି ଚାଲାଣକାରୀମାନେ ରାସ୍ତା ତିଆରି କରି ବର୍ଷ ତମାମ ମାଟି ଓ଼ ମୋରମ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ଉକ୍ତ ଜଙ୍ଗଲରୁ ଜେସିବି ସାହାଯ୍ୟରେ ମାଟି ଖୋଳି ପଡ଼ୋଶୀ ବାଲେଶ୍ୱର ଓ଼ ପଶ୍ଚିମବଙ୍ଗକୁ ଡମ୍ଫର ସହାୟତାରେ ଚାଲାଣ ହେଉଥିବା ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ରେଞ୍ଜର ଘନଶ୍ୟାମ ସିଂ, ଫରେଷ୍ଟର ଅଶୋକ ମାଝି, ଫରେଷ୍ଟ ଗାର୍ଡ ଚିତ୍ତରଞ୍ଜନ ଜେନା ଘଟଣାସ୍ଥଳରେ ପହଞ୍ଚି ମୋଟ ୧୧ ଡମ୍ଫରକୁ ଜବତ କରି ମୋରଡାସ୍ଥିତ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ ଡମ୍ଫରଗୁଡ଼ିକର ସମସ୍ତ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଥିବା ରେଞ୍ଜର ସିଂ ସୂଚନା ଦେଇଛନ୍ତି। ଏବବାଦରେ ମାଇନିଂ ଅଫିସର ଉଦୟଭାନୁ ସାହୁଙ୍କୁ ପଚାରିବାରୁ ଘଟଣାସ୍ଥଳରେ ସେ ମଧ୍ୟ ପହଞ୍ଚତ୍ ଥିଲେ ଓ ପୂର୍ବରୁ ମାଇନିଂ ବିଭାଗ ପକ୍ଷରୁ ଅନେକ ଥର ଚଢ଼ାଉ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri