ସବୁଜ ବନାନୀ କାଟି ମୋରମ ଚାଲାଣ

ଚଣ୍ଡିଖୋଲ,୬ା୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇ ନ ଥିବା ବେଳେ ପ୍ରତିଦିନ ଶତାଧିକ ଟ୍ରିପ୍‌ ମୋରମ ବେଆଇନ ଭାବେ ଚାଲାଣ ହେଉଛି। ବିଳମ୍ବିତ ରାତିରେ ଏହି ପାହାଡ଼ରେ ଖନନ ଚାଲିଛି। ଭୋର ସମୟରେ ସେହି ମୋରମକୁ ବାହାରକୁ ଚାଲାଣ କରାଯାଉଛି। ଏପରିକି ବନ ବିଭାଗ ତରଫରୁ ବନୀକରଣ କରାଯାଇଥିବା ସ୍ଥାନରୁ ଗଛସବୁ କାଟି ମୋରମ ଉତ୍ତୋଳନ କରାଯାଉଛି। ଯେଉଁଠି ଦିନେ ସବୁଜ ବନାନୀ ସୃଷ୍ଟି ହୋଇଥିଲା, ସେଠାରେ ଏବେ ୫୦ ଫୁଟ ଗଭୀରର ପୋଖରୀ ସୃଷ୍ଟି ହୋଇଛି।
ଏପରି ମୋରମ ଚାଲାଣ ଯୋଗୁ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ପ୍ରତି ବିପଦ ସୃଷ୍ଟି ହୋଇଛି। ଉଦୟଗିରି ବୌଦ୍ଧବିହାର ପାଚେରି ସୀମାରେ ଏଭଳି ଖନନ ଚାଲିଛି। ବୌଦ୍ଧ ଗବେଷକଙ୍କ ମତରେ ସେଠାରେ ବୌଦ୍ଧଭିକ୍ଷୁମାନେ ସୂର୍ଯ୍ୟ ଉପାସନା କରୁଥିଲେ। ସେଥିପାଇଁ ଧାଉଡିଆପଦା ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରମ ଥିଲା। ଦେଶ ବିଦେଶର ପର୍ଯ୍ୟଟକମାନେ ଉଦୟଗିରି ଓ ରତ୍ନଗିରି ପରିଦର୍ଶନ କରି ଫେରିବା ବେଳେ ଧାଉଡିଆପଦା ପାହାଡର ମନୋମୁଗ୍ଧକର ଶୋଭା ସେମାନଙ୍କୁ ଆକୃଷ୍ଟ କରୁଥିଲା। ଏବେ ମାଫିଆଙ୍କ କବ୍‌ଜାରେ ଥିବା ଏହି ପାହାଡ଼ରୁ ଭଲ ମୋରମ ବାହାରୁ ଥିବାରୁ ଏହାକୁ ମୋଟା ଅଙ୍କରେ ବିକ୍ରୟ କରାଯାଉଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଏକଥା ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ପ୍ରତିଦିନ ଟ୍ରକରେ ମୋରମ ଚୋରାଚାଲାଣ ଚାଲିଛି। ଗୋଟିଏ ଟ୍ରକ ମୋରମର ଦାମ ୩୦ରୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଯାଜପୁର ଜିଲା ସମେତ କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ କଟକ ଜିଲାର ଗ୍ରାମାଞ୍ଚଳକୁ ଚୋରା ଚାଲାଣର ଚେର ଲମ୍ବିଛି। ଏହି ପାହାଡ଼ର ୫ ଏକର ପରିମିତ ସ୍ଥାନରେ ବଡ଼ ବଡ଼ ଖାଦାନ ସୃଷ୍ଟି କରାଯାଇ ମୋରମ ଚାଲାଣ ଚାଲିଛି। ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସ୍କ୍ବାଡ୍‌ ଗଠନ କରାଯାଇ ଚଢାଉ କରାଯାଉଥିବା ବେଳେ ଧାଉଡିଆପଦା ପାହାଡରୁ ମୋରମ ମାଫିଆମାନେ ବେଧଡକ ଭାବେ ଏପରି ଚୋରାଚାଲାଣ ଜାରି ରଖିଛନ୍ତି। ଫଳରେ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ୨୦୦୬ରେ ଉଦୟଗିରିରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରାଯାଇଥିଲା। ସେଥିରେ ଯୋଗ ଦେଇଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ପାହାଡ଼ ଖନନ ନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ଆଗାମୀ ଦିନରେ ହୀରକ ତ୍ରିଭୁଜ (ଲଳିତଗିରି-ଉଦୟଗିରି-ରତ୍ନଗିରି)କୁ ବିଶ୍ୱ ଐତିହ୍ୟରେ ସ୍ଥାନ ଦେବାକୁ ହେଲେ ଏହାର ପାରିପାର୍ଶ୍ୱିକ ସବୁଜ ବନାନୀ ସୃଷ୍ଟି କରାଯିବା ଆବଶ୍ୟକ। ହେଲେ ଜିଲା ପ୍ରଶାସନ ବେଆଇନ ପାହାଡ଼ ଖନନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରେଣ୍ୟେନ୍ଦୁ ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି, ପୂର୍ବରୁ ଏପରି ମୋରମ ଚୋରାଚାଲାଣକୁ ବନ୍ଦ କରିବା ପାଇଁ ବାରମ୍ବାର ସେଠାରେ ଚଢ଼ାଉ ହୋଇଛି। ଧରାପଡିଥିବା ଟ୍ରକଗୁଡିକରୁ ଜରିମାନା ଆଦାୟ କରାଯାଇଛି। ତଥାପି ଯଦି ଖନନ ଚାଲିଛି, ସେଠାରେ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri