ବିକାଶ ଆଳରେ ମୋରମ ଲୁଟ୍‌

ଯାଜପୁର ଅଫିସ,୬ା୪: ଯାଜପୁର ଜିଲା ବ୍ୟାସନଗର ପୌରାଞ୍ଚଳରେ ଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ ନାମରେ ମୋରମ ଲୁଟ୍‌ ଚାଲିଛି। ରାଜସ୍ବ ବିଭାଗ ଅଧୀନରେ ଥିବା ଏହି ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଏବେ ମୋରମ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏନେଇ ବ୍ୟାସନଗର ତହସିଲ ପ୍ରଶାସନ ପାଖରେ ଖବର ଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହି ବେଆଇନ ମୋରମ ଉତ୍ତୋଳନରେ ତହସିଲ ପ୍ରଶାସନ ସହଯୋଗୀ ପାଲଟିଛି ବୋଲି ଅଭିଯୋଗ ହୋଇଛି। ବ୍ୟାସ ସରୋବରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ନିୟୋଜିତ ଥିବା ଠିକାସଂସ୍ଥାର ମେଶିନରେ ରାତିରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ଏହି କାରଣରୁ ପବିତ୍ର ସ୍ଥଳ ଖାଲଖମାରେ ଭର୍ତ୍ତି ହୋଇଛି। ଗୋଟିଏ ପଟେ ୬୪ କୋଟି ଟଙ୍କା ବିନିଯୋଗରେ ବ୍ୟାସ ସରୋବରର ବିକାଶ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଥିବାବେଳେ ଅନ୍ୟପଟେ ମୋରମ ଲୁଟ୍‌ କାରବାର ଉପରେ କେହି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଫଳରେ ସରକାରଙ୍କ ବିପୁଳ ପରିମାଣର ଟଙ୍କା ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି।
ଲଘୁ ଖଣିଜ ସମ୍ପଦ ବାଲି, ଗ୍ରାନାଇଟ, ମୋରମ, ମାଟି ପ୍ରଭୃତିର ଉତ୍ତୋଳନ ପାଇଁ ସରକାର ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୪ (ଓଏମ୍‌ଏମ୍‌ସିଏଆର) ଅନୁଯାୟୀ ବ୍ୟାସ ସରୋବରରେ ଗୋଟିଏ ବି ସୈରାତ କାହାରିକୁ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ ା ମାଇନିଂ ପ୍ଲାନ, ପରିବେଶ ଓ ଜଙ୍ଗଲ ବିଭାଗର ଅନୁମୋଦନ ମଧ୍ୟ ନାହିଁ। ବ୍ୟାସ ସରୋବରରୁ ବଢୁଥିବା ଗଛଗୁଡିକୁ କାଟି ମୋରମ ଓ ମାଟି ଉତ୍ତୋଳନ ହେଉଥିବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଇନ ମୁତାବକ ରାଜ୍ୟ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିବାବେଳେ ଶତାଧିକ ଏକର ସରକାରୀ ଓ ଜଙ୍ଗଲ ଜମି ନଷ୍ଟ ହେଉଛି। ଏପରିକି ଜଙ୍ଗଲ ଜମିକୁ କିସମ ବଦଳାଇ ରୟତି ଜମିରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ଏହି କଳାକାରନାମା ଚାଲିଥିଲେ ସୁଦ୍ଧା ଜଗିବାକୁ କେହି ନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତାର ଫାଇଦା ବେଆଇନ ମୋରମ ବ୍ୟବସାୟୀଙ୍କୁ ବେଶ ସୁହାଉଛି।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୪ କୋଟି ଟଙ୍କା ବିନିଯୋଗ କରି ବ୍ୟାସ ସରୋବରର ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ତେବେ ଏହି କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରୁ ହିଁ ଅନେକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ପାଚେରି ନିର୍ମାଣରେ ବିଭାଗୀୟ ଅଟକଳ ଓ ଡିଜାଇନ ଅନୁଯାୟୀ ହେଉ ନାହିଁ। ପାଚେରି ନିର୍ମାଣରେ ତଳେ କଂକ୍ରିଟକରଣ ହେଉଥିବାବେଳେ ତାହାର ଉପରକୁ ୪ଫୁଟ ପର୍ଯ୍ୟନ୍ତ ଇଟା କାନ୍ଥ ହେଉଛି। ଏହାର ଉପରେ ପୁଣି କଂକ୍ରିଟକରଣ କରାଯାଇ ଇଟା ଅଂଶରେ ବାଲି ବଦଳରେ ମୋରମ ଓ ମାଟି ପୋତା ଯାଇଛି। କେବଳ ଏହି କାର୍ଯ୍ୟରେ ଠିକାସଂସ୍ଥା ଓ ବିଭାଗୀୟ କର୍ତ୍ତୃପକ୍ଷ ମିଳିମିଶି ପ୍ରାୟ ୧ କୋଟି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହେଉଛି। ଏହି ପ୍ରକଳ୍ପରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସହରୀ ଜଙ୍ଗଲ ସୃଷ୍ଟି, ପାର୍କ, ଦୂବକ୍ଷେତ, ଜଳାଶୟ, ମହାଭାରତ ଯୁଗର ହସ୍ତିନାପୁର, କୌରବ ଓ ପାଣ୍ଡବ, ମାଛ ଆଖି, ବୋଟିଂ, ବ୍ରିଜ, ଫୁଲ ବଗିଚା, ଭୀଷ୍ମ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ପରିକଳ୍ପନା କରାଯାଇଛି। ତେବେ ଏହିସବୁର ଭିତ୍ତିଭୂମି ନିର୍ମାଣ ଅତି ନିମ୍ନମାନର ହେଉଥିବା ସନ୍ଦେହ କରାଯାଇଛି। ଏହିସବୁ କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନର କୌଣସି କର୍ତ୍ତୃତ୍ୱ ରହୁ ନ ଥିବାରୁ ଠିକାସଂସ୍ଥା ମନମାନି କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ ମାଝିଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସ ସରୋବର ଅଞ୍ଚଳରୁ ମୋରମ ଉତ୍ତୋଳନ କରିବାକୁ କୌଣସି ଅନୁମତି ଦିଆଯାଇ ନାହିଁ। ଯଦି ବେଆଇନ ଉତ୍ତୋଳନ ହେଉଛି, ତେବେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri