ମନଇଚ୍ଛା ବୋହି ନେଉଛନ୍ତି ମୋରମ

ବଇଣ୍ଡା,୨୭ା୮(ପରିକ୍ଷିତ ସାହୁ)

ରାତିରେ ଚାଲିଛି ଲଘୁ ଖଣିଜ ଲୁଟ୍‌। ବେଆଇନ ଭାବେ ପାହାଡ଼ ଖୋଳାଯାଇ ମନଇଚ୍ଛା ବୁହା ହେଉଛି ମୋରମ ଓ ମାଟି। ଏପରିକି ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ ମଧ୍ୟ ମାଫିଆଙ୍କ କବଳରୁ ବର୍ତ୍ତିପାରୁ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜସ୍ବ ଓ ବନ ବିଭାଗ ଏହାକୁ ରୋକିବାରେ ତତ୍ପରତା ଦେଖାଉ ନାହିଁ। ଫଳରେ ସରକାର ରାଜସ୍ବ ହରାଉଥିବାବେଳେ ଧ୍ବଂସ ହୋଇଯିବାକୁ ବସିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ଅନେକ ପାହାଡ଼।
କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କଦଳୀମୁଣ୍ଡା, ଜାମୁନାଳୀ, କମରେଇ, ଗାଁ ବଇଣ୍ଡା, ବଣିନାଳୀ, ନାକିଚି ଏବଂ ବାମୁର ରେଞ୍ଜ ଅଧୀନରେ ଥିବା ଗୁରୁଜାଙ୍ଗ, ଆମ୍ବପାଳ ଆଦି ଅଞ୍ଚଳର ପାହାଡ଼ଗୁଡ଼ିକରୁ ମୋରମ ଚୋରା ଚାଲାଣ କରାଯାଉଛି। ବ୍ଲକ ଅଞ୍ଚଳରେ ବହୁ ରାସ୍ତା ନିର୍ମାଣ ହେଉଥିବାରୁ କେତେଜଣ ଠିକାଦାର ଅଧିକ ଲାଭ ଆଶାରେ ମୋରମର ଏପରି ଚୋରା କାରବାର ଚଳାଇଥିବା ଅଭିଯୋଗ ହେଉଛି। ରାଜସ୍ବ ଓ ଜଙ୍ଗଲ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତକରି ଏହି ଠିକାଦାରମାନେ ଜେସିବି ମେଶିନ ଲଗାଇ ରାତିରେ ପାହାଡ଼ଗୁଡ଼ିକୁ ତାଡ଼ି ମୋରମ ଓ ମାଟି ଟିପ୍ପର ମାଧ୍ୟମରେ ଚାଲାଣ କରୁଛନ୍ତି। ଗାଁ ବଇଣ୍ଡା ପାହାଡ଼ରୁ ହେଉଥିବା ଚୋରା ମୋରମ ଚାଲାଣ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ୨୦୨୦ ଏପ୍ରିଲ ୧୨ ଓ ୨୦୨୦ ଅଗଷ୍ଟ ୧୯ରେ କିଶୋରନଗର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ସେହିପରି କଦଳୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ରୁ ଗତ ୧୫ ତାରିଖ ରାତିରେ ୨୦୦ ଟ୍ରିପ୍‌ ମୋରମ ଚାଲାଣ କରାଯାଇଥିବା ବଇଣ୍ଡା ଗ୍ରାମବାସୀ ରାଜସ୍ବ ଓ ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ତେବେ ଏହି ଅଞ୍ଚଳ କେଉଁ ବିଭାଗ ଅଧୀନରେ ଆସୁଛି ତାହା ଚିହ୍ନଟ ହୋଇପାରୁ ନ ଥିବାରୁ ପଦକ୍ଷେପ ନିଆଯାଉ ନାହିଁ। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ମୋରମ ମାଫିଆମାନେ ହାତ କରି ଏପରି କାରବାର ଚଳାଇଥିବା ନୁନୁକାପଶି ଗ୍ରାମବାସୀ ଓ ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଉଛି। ଏ ନେଇ ବଇଣ୍ଡା ରାଜସ୍ବ ନିରୀକ୍ଷକ ବାମଦେବ ସାହୁ କହିଛନ୍ତି, ମୋରମ ଚାଲାଣ ସମ୍ପର୍କରେ ଖବର ମିଳିଲେ ଚଢ଼ାଉ କରାଯାଇ ଜରିମାନା ଆଦାୟ ସହ ଗାଡ଼ି ଜବତ କରାଯାଉଛି। ୨୦୨୦-୨୦୨୧ ବର୍ଷରେ ୪ ଲକ୍ଷ ୮୯ ହଜାର ୬୯୧ ଟଙ୍କା ଜରିମାନା ଆଦାୟ କରାଯାଇଛି। କଦଳୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ ବନ ବିଭାଗ ଅଧୀନରେ ରହିଛି। ଆଠମଲ୍ଲିକ ଡିଏଫ୍‌ଓ ଏସ୍‌. ଆନନ୍ଦ କହିଛନ୍ତି, ଉକ୍ତ ପାହାଡ଼ ରାଜସ୍ବ ବିଭାଗର। ବନ ବିଭାଗ ପକ୍ଷରୁ ସମସ୍ତ ପାହାଡ଼କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯିବ।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ
ସରକାରୀ ଜମିରୁ ମୋରମ ଚାଲାଣ ବେଆଇନ। ଚୋରା ଚାଲାଣ ସମ୍ପର୍କରେ ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭାଗ ପକ୍ଷରୁ ଅନେକ ସମୟରେ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଉଛି।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର, କିଶୋରନଗର
ଠିକ୍‌ ଭାବେ ତଦାରଖ ହେଉନି
ସଂରକ୍ଷିତ ଜଙ୍ଗଲରୁ ମୋରମ ଚାଲାଣ ପାଇଁ ସରକାରୀ ନିୟମ ନାହିଁ। ବନ ବିଭାଗ କର୍ମଚାରୀମାନେ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ ରାତିରେ ଏପରି ମୋରମ ଚାଲାଣ ହେଉଛି। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ।
-ଭଗବାନ ଘିୱାଲା, ନୁନୁକାପଶି
ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି
ବଇଣ୍ଡା ଓ ଏହାର ଆଖପାଖରେ ଥିବା ପାହାଡଗୁଡିକ ଏବେ ଅସୁରକ୍ଷିତ ହୋଇପଡିଛି। ଜଙ୍ଗଲ ବିଭାଗର ଅବହେଳା ଯୋଗୁ ଚୋରା ଚାଲାଣକାରୀ ସକ୍ରିୟ ହୋଇପଡ଼ିଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ରାଜେନ୍ଦ୍ର ସାହୁ, ବଇଣ୍ଡା
ସରକାରଙ୍କ ରାଜସ୍ବ ହାନି
ହଣ୍ଡପା ପଞ୍ଚାୟତରେ ଥିବା ସରକାରୀ ଜମିରୁ ରାତିରେ ମାଟି ଓ ମୋରମ ଚୋରା ଚାଲାଣ କରାଯାଉଛି। ଏଥିଯୋଗୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। କିନ୍ତୁ ଠିକଣା ସମୟରେ ଚଢାଉ କରାଯାଉ ନାହି।ଁ ରାଜସ୍ବ ବିଭାଗ ପଦକ୍ଷେପ ନେଉ।
-ସୁବ୍ରଜିତ ସାହୁ, ପାପସରା
ଜରିମାନା କେବଳ ବାହାନା
ରାସ୍ତା କାର୍ଯ୍ୟରେ ମୋରମ ବ୍ୟବହାର ପାଇଁ ରାତି ଅଧରେ ଚୋରା ଚାଲାଣ କରାଯାଉଛି। ନାକିଚି ଗ୍ରାମବାସୀ ବହୁବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପଦେକ୍ଷେପ ନେଉନାହିଁ। କିଛି ଟଙ୍କା ଜରିମାନା କାଟି କେବଳ ବାହାନା କରାଯାଉଛି।
-ଗରକି ଦେଓ, ନାକିଚ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri