ମୋରଡ଼ା ବିଜେଡିରେ ବିଦ୍ରୋହ, ଇସ୍ତଫା ଦେଲେ ରାଜ୍ୟ ସମ୍ପାଦକ

ମୋରଡ଼ା,୭ା୪(ସ୍ମାରକ ମାଜୀ): ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ରାଜନୀତି ତାତି ସେତେ ଜୋର୍‌ ଧରୁଛି। ବିଜୁ ଜନତା ଦଳ ମୋରଡ଼ା ପାଇଁ ନିର୍ବାଚନ ମଇଦାନକୁ ପ୍ରୀତିନନ୍ଦା କାନୁନ୍‌ଗୋ ଓହ୍ଲାଇଥିବା ବେଳେ ଏବେଠୁ ବିଦ୍ରୋହର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି। ଦୀର୍ଘବର୍ଷ ଧରି ବିଜେଡିରେ ରହି ଦଳ ପାଇଁ କାର୍ଯ୍ୟ କରିଥିବା ରାଜ୍ୟ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ରବିବାର ବିଧିବଦ୍ଧ ଭାବେ ବିଜୁଜନତା ଦଳରୁ ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଆଜି ମୋରଡ଼ା ବ୍ଲକ ଅଧୀନ ଚଢେଇଗାଁସ୍ଥିତ ବାସଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି।

ତେବେ ଆଜି ଏହି ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତୃତ୍ୱ ପର୍ଯ୍ୟବେକ୍ଷକ,ଅଞ୍ଚଳ ବାହାର ପ୍ରାର୍ଥୀ,ବିଧାୟକ ରାଜକିଶୋର ଦାସଙ୍କ ଉପରେ ବର୍ଷିଛନ୍ତି। ଗତ ୨୦୧୯ ନିର୍ବାଚନରେ ଦାସ ମୋରଡ଼ାରୁ ଆଶାୟୀ ଥିଲେ ମଧ୍ୟ ସେତେବେଳେ ତାଙ୍କୁ ଚାପ ପ୍ରୟୋଗ କରି ଚୁପ୍‌ କରାଯାଇଥିଲା ଏବଂ ପ୍ରତିବଦଳରେ ଅର୍ଥ ପ୍ରଲୋଭନ, ନିଗମ ଅଧ୍ୟକ୍ଷ ପଦବୀ ଯଚା ଯାଇଥିଲେ ମଧ୍ୟ ସେ ଗ୍ରହଣ କରି ନ ଥିଲେ ବୋଲି କହିଛନ୍ତି। ଏଥିସହିତ ୨୦୧୯ ନିର୍ବାଚନରେ ବିଧାୟକ ହୋଇଥିବା ରାଜକିଶୋର ଦାସ ମୋରଡ଼ା ଅଞ୍ଚଳ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଅଞ୍ଚଳର ପ୍ରମୁଖ ସମସ୍ୟା ଯଥା ହାତୀ ଉପଦ୍ରବ, ଡାକ୍ତରଖାନାରେ ଡାକ୍ତର ଅଭାବ, ରାଜା ରାଜୁଡ଼ା ଅମଳର ଚିତ୍ରଡ଼ା-ହଳଦୀପାଳ ରାଜାବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ କୌଣସି ପଦକ୍ଷେପ ନ ନେବା ଅଞ୍ଚଳବାସୀଙ୍କ ପ୍ରତି ବିଧାୟକଙ୍କ ବୈମାତୃକ ମନୋଭାବକୁ ସୂଚାଉଛି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର।

ତେବେ ଆଗାମୀ ନିର୍ବାଚନରେ ବାହାର ପ୍ରାର୍ଥୀଙ୍କୁ ଭୋଟ୍‌ ନ ଦେଇ ନିଜ ଅଞ୍ଚଳର ଯେ କୌଣସି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ନିଜର ଅଧିକାରକୁ ସାବ୍ୟସ୍ତ କରାଇବାକୁ ଆହ୍ବାନ ଦେଇଥିଲେ କୃଷ୍ଣଚନ୍ଦ୍ର। ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି କୃଷ୍ଣଚନ୍ଦ୍ର। ଉକ୍ତ ଖବରଦାତା ସମ୍ମିଳନୀରେ ଅମୀର ଖାନ, ସିପୁ ମୁଦୁଲି, ଅଜିତ ଶେଜପଡ଼ା, ମନୋଜ ଦା, ଲକ୍ଷ୍ମଣ ଚପିଆର, ହେମନ୍ତ ଦାସ, କ୍ଷୀରୋଦ କୁମାର ଧିର, ପପୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଶ୍ରୀ ଦାସଙ୍କ ଇସ୍ତଫା ମୋରଡ଼ା ବିଜେଡି ପାଇଁ କେତେ କ୍ଷତିକାରକ ସାଜିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?