Posted inଫୁରସତ

ମୁନ୍‌ଲାଇଟିଂ

କେବେ ଆର୍ଥିକ ଅନଟନ ଦୂର କରିବା ଲାଗି ତ କେବେ ବଳକା ସମୟର ଉପଯୋଗ ପାଇଁ, ଆଉ ପୁଣି କେବେ ଅଧିକ ଟଙ୍କା ରୋଜଗାର ଲୋଭରେ ଅନେକ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟତ୍ର ମଧ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ। ଆମେରିକାରେ ଏହାକୁ କୁହାଯାଏ ମୁନ୍‌ଲାଇଟିଂ; ଯାହାକି ବର୍ତ୍ତମାନ ଅନ୍ୟାନ୍ୟ ଦେଶ ଏମିତିକି ଆମ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହା ଯଦି ନିଜ କାର୍ଯ୍ୟ କିମ୍ବା କାର୍ଯ୍ୟାଳୟ ପ୍ରତି ଅବହେଳାର କାରଣ ସାଜେ, ତେବେ ଜବ୍‌ ହରାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ…

 

ଅଧିକ ରୋଜଗାର ପାଇଁ କେହି କେହି ଏକାଧିକ ଅଫିସ୍‌ରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥାଏ। ହେଲେ ଯେତେବେଳେ କୌଣସି କର୍ମଚାରୀ ନିଜ କମ୍ପାନୀକୁ ନ ଜଣାଇ ଅନ୍ୟ କୌଣସି ଅନୁଷ୍ଠାନରେ କାମ କରିଥାଏ, ଏହାକୁ ମୁନ୍‌ଲାଇଟିଂ କୁହାଯାଏ। ଏହି ଶବ୍ଦଟି ପ୍ରଥମେ ଆମେରିକାରୁ ଆରମ୍ଭ ହୋଇଥିଲା। ଆମେରିକାରେ କାମ କରୁଥିବା ଶ୍ରମିକମାନେ ନିଜର ନିୟମିତ କାମ ସାରିବା ପରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଅନ୍ୟ କମ୍ପାନୀରେ ପାର୍ଟ ଟାଇମ୍‌ ଜବ୍‌ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଆଇଟି ସେକ୍ଟରରେ ଅଧିକ ମୁନ୍‌ଲାଇଟିଂ ହେଉଥିବାର ଦେଖିବାକୁ ମିଳୁଛି। ଭାରତରେ ଏହି ଘଟଣା ପାଇଁ ବିଭିନ୍ନ ବିବାଦ ଘଟଣା ନଜରକୁ ଆସୁଛି। ତେବେ ଏହାଦ୍ୱାରା ଯଦି କୌଣସି କମ୍ପାନୀକୁ ହାନି ପହଞ୍ଚେ, ତେବେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇପାରେ।
କିଛିଦିନ ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ନେସକମ୍‌ ନୋଏଡା ରିଜିଓନାଲ କମ୍ପାନୀର ଜଣେ କର୍ମଚାରୀ ଏକ ସଙ୍ଗେ ୭ଟି କମ୍ପାନୀରେ କାର୍ଯ୍ୟ କରୁଥିବାର ଧରାପଡ଼ିଥିଲେ। ସେହିପରି ମୁମ୍ବାଇର ଏକ କମ୍ପାନୀରେ ଆଇଟି ହେଡ୍‌ ପଦବୀରେ କାର୍ଯ୍ୟରତ ଜଣେ କର୍ମଚାରୀ ଅଫିସ୍‌ ନ ଆସି ଓ୍ବାର୍କ ଫ୍ରମ ହୋମ୍‌ କରୁଥିଲେ। ପରେ ତାଙ୍କ ମେଲ୍‌ରୁ ଏକାଧିକ କମ୍ପାନୀର ପ୍ରୋଜେକ୍ଟ କପି ଦେଖିବାକୁ ମିଳିଥିଲା।
ନାନା ଉପାୟରେ ଅଧିକ ଟଙ୍କା ରୋଜଗାର କରିବା ଏବେ ନିଶା ପାଲଟିଗଲାଣି। କରୋନା ସମୟରେ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀକୁ ଆସିବାକୁ ବାରଣ କରାଯିବା ସହ ଘରେ ବସି କାମ କରିବାର ସୁବିଧା କରାଯାଇଥିଲା। ସେଥିପାଇଁ କମ୍ପାନୀ ତରଫରୁ୍‌ କର୍ମଚାରୀଙ୍କୁ ଲାପଟପ୍‌, ଓ୍ବାଇଫାଇ ଇତ୍ୟାଦି ଯୋଗାଇ ଦିଆଗଲା। ଏବେ ବି ଏକାଧିକ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଅଫିସ୍‌ ନ ଡାକି ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବାର ନିୟମ ଲାଗୁ ରଖିଛନ୍ତି। ଘରେ ରହି କାମ କରିବା ଯୋଗୁ ସେମାନେ ଅଫିସ୍‌ ଅଗୋଚରରେ ଏକାଧିକ କମ୍ପାନୀର କାର୍ଯ୍ୟ କରିଥା’ନ୍ତି। କର୍ମଚାରୀ ଅଫିସ୍‌ର କାର୍ଯ୍ୟକାଳ ସରିବା ପରେ ଓ୍ବିକେଣ୍ଡ, ନାଇଟ୍‌ ସିଫ୍ଟ ଅଥବା ହଲିଡେରେ ଗୋଟିଏ ସ୍ଥାନରେ ରହି ଘରେ ବସି ଅନ୍ୟ କମ୍ପାନୀର କାମ କରିଥା’ନ୍ତି। ତେବେ ମୁନ୍‌ଲାଇଟିଂ ଏବଂ ଫ୍ରିଲାନ୍ସ ମଧ୍ୟରେ ତଫାତ୍‌ ଦେଖାଯାଏ। ଫ୍ରିଲାନ୍ସ ଦ୍ୱାରା ଆପଣ କୌଣସି ଅନୁଷ୍ଠାନର ନିୟମିତ କର୍ମଚାରୀ ହୋଇ ନ ଥା’ନ୍ତି। ଏଥିରେ କାମ ଅନୁସାରେ ଦରମା ଦିଆଯାଇଥାଏ। କିନ୍ତୁ ମୁନଲାଇଟିଂରେ ଆପଣଙ୍କ ନିୟମିତ ବେତନ ସହ ଅନ୍ୟ କମ୍ପାନୀର ଫୁଲ୍‌ ଟାଇମ୍‌ ବେତନ ମଧ୍ୟ ମିଳିଥାଏ, ଯାହାକି ଆଇନସମ୍ମତ ନୁହେଁ।
ଭାରତରେ ମୁନ୍‌ଲାଇଟିଂକୁ ଓ୍ବିପ୍ରୋ ଭଳି କମ୍ପାନୀ ବିରୋଧ କରୁଥିବା ବେଳେ ସ୍ବିଗି ଏହାକୁ ନିଜ କର୍ମଚାରୀଙ୍କ କ୍ଲଜ୍‌ରେ ଅନ୍ତର୍ଭୁକ୍ତ କରିଛି। ସ୍ବିଗି ସେମାନଙ୍କ କର୍ମଚାରୀଙ୍କୁ କମ୍ପାନୀରେ କାମ ବାଦ୍‌ ପାର୍ଟ ଟାଇମ୍‌ ଭାବରେ ଅନ୍ୟ କମ୍ପାନୀରେ କାମ କରିବାକୁ ଅନୁମତି ଦେଇଛି। ତେବେ ଏହାକୁ ଭାରତର ପ୍ରଥମ ମୁନ୍‌ଲାଇଟିଂ ପଲିସି କୁହାଯାଉଛି।
ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ, କୋଟାକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକ୍ୟୁଟିଜ୍‌ ଦ୍ୱାରା ୪୦୦ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା କି, ସେଥିମଧ୍ୟରୁ ୬୫% ଲୋକ ଆଇଟି ସେକ୍ଟରରେ ମୁନ୍‌ଲାଇଟିଂ କରିଥା’ନ୍ତି। ତେବେ ଏଥିପାଇଁ ଭାରତୀୟ କୋର୍ଟ ମୁନ୍‌ଲାଇଟିଂ କରୁଥିବା କର୍ମଚାରୀ ଧରାପଡ଼ିଲେ କମ୍ପାନୀ ଦ୍ୱାରା ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାହିଁକି ହେଉଛି ମୁନ୍‌ଲାଇଟିଂ:
– ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍‌ ବଢ଼ିବା ଯୋଗୁ ଆର୍ଥକ ସ୍ଥିତି ସ୍ବଚ୍ଛଳ ନ ଥିବା ଲୋକେ ଅଧିକ ଅର୍ଥ ଉପାର୍ଜନ ଆଶାରେ ଅନ୍ୟ କମ୍ପାନୀଗୁଡ଼ିକରେ କାମ କରିବାକୁ ଚାହୁଁଛନ୍ତି।
– ନିଜ ଦରମାରେ ସନ୍ତୁଷ୍ଟ ନ ଥିବା କର୍ମଚାରୀମାନେ ପାର୍ଟ ଟାଇମ୍‌ରେ ଅନ୍ୟ କମ୍ପାନୀରେ ଭଲ ପ୍ୟାକେଜ୍‌ ପାଇଲେ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
– ଗୋଟିଏ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ବେଳେ ଯଦି ଚାକିରି ଚାଲିଯିବାର ଭୟ ମନରେ ରହିଥାଏ, ସେ କ୍ଷେତ୍ରରେ ଜବ୍‌ ସିକ୍ୟୁରିଟି ପାଇଁ ମଧ୍ୟ କେହି କେହି ଅନ୍ୟତ୍ର ଜବ୍‌ କରିଥାନ୍ତି।
– ନିଜକୁ ଗୋଟିଏ ସ୍ଥାନରେ ସୀମିତ ନ ରଖି ନିଜର ସ୍କିଲ୍‌ ଏବଂ ପ୍ରଫେସନ୍‌ର ଡେଭଲପ୍‌ମେଣ୍ଟ ପାଇଁ ଅନେକେ ଅଲଗା ଅଫିସ୍‌ରେ ମଧ୍ୟ କାମ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri