ୟୁଟ୍ୟୁବ୍‌ରୁ ମାସିକ ରୋଜଗାର ଲକ୍ଷେ

ବିଭୁ ପ୍ରସାଦ ବେହେରା
ଭଦ୍ରକ ଅଫିସ, ୪।୧୧: ଦେବଦେବୀଙ୍କ ପ୍ରତିମାଠାରୁ ଆରମ୍ଭ କରି ଫଟୋଫ୍ରେମ୍‌, ଫୁଲଦାନି। ତା’ ସାଙ୍ଗକୁ ଭଳିକି ଭଳି ଘର ସାଜସଜ୍ଜା ଉପକରଣ। ଦୁର୍ମୂଲ୍ୟ ଧାତୁରେ ନୁହେଁ, ଅଦରକାରୀ ବର୍ଜ୍ୟରେ ପ୍ରସ୍ତୁତ ହୋଇଛି ଏଭଳି ସୁନ୍ଦର କଳାକୃତି। ଆଉ ଯାହାଙ୍କ ଯାଦୁକରୀ ସ୍ପର୍ଶରେ ଆବର୍ଜନା ଜୀବନ୍ତ ରୂପ ନେଇଛି, ସେ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆଙ୍କ ଝିଅ ଅର୍ପିତା। ଏହି ଉଚ୍ଚଶିକ୍ଷିତା ଯୁବତୀ କରୋନା ମହାମାରୀ ସମୟରେ ନିଜର ସୃଜନଶୀଳତାର ଠିକଣା ବିନିଯୋଗ କରି ସୃଷ୍ଟି କରିଛନ୍ତି ପରିଚୟ। ୟୁଟ୍ୟୁବ୍‌ ମାଧ୍ୟମରେ ନିଜସ୍ବ ହସ୍ତକଳାକୃତିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ଉଦାହରଣ ସୃଷ୍ଟି କରିଛନ୍ତି ଅର୍ପିତା।
ସ୍ନାତକ ପାସ୍‌ କରିବା ପରେ ସିଟି ପ୍ରଶିକ୍ଷଣ ନେଇଛନ୍ତି ଅର୍ପିତା। ତେବେ ସିଟି ତାଲିମ ନେବା ସମୟରେ ହଷ୍ଟେଲରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ସୃଜନଶୀଳତାର ଯାତ୍ରା। ସହପାଠୀଙ୍କ ଜନ୍ମଦିନ, ବିଭିନ୍ନ ଦିବସରେ ସେ ପେପର, କଲର, ପିଚୁ ବୋର୍ଡ ସହାୟତାରେ ତିଆରି କରୁଥିଲେ ଶୁଭେଚ୍ଛା କାର୍ଡ। ଏଥିସହ ହାତପାହାନ୍ତାରେ ମିଳୁଥିବା ସାମଗ୍ରୀକୁ ବ୍ୟବହାର କରି ତିଆରି କରୁଥିଲେ ଆକର୍ଷଣୀୟ ଓ୍ବାଲ୍‌ ହାଙ୍ଗିଙ୍ଗ। କେବଳ ଏତିକି ନୁହେଁ, ଅଦରକାରୀ ଖବର କାଗଜ, ଆଇସ୍କ୍ରିମ ଚାମଚ, କାଠି ବ୍ୟବହାର କରି ବିଭିନ୍ନ ସୌଖୀନ ସାମଗ୍ରୀ ନିର୍ମାଣ କରିବା ଆରମ୍ଭ କଲେ। କାମ ପ୍ରତି ରହିଥିବା ନିଷ୍ଠା ଏବଂ ପରିଶ୍ରମ ଯୋଗୁ ସେ ଖୁବ୍‌ କମ୍‌ ଦିନରେ ଏଥିରେ ସିଦ୍ଧହସ୍ତ ହୋଇଗଲେ। ନିଜର କଳାକୃତିକୁ ମାର୍କେଟିଂ କରିବାକୁ ତାଙ୍କ ବଡ଼ଭାଇ ପରାମର୍ଶ ଦେବା ପରେ ସେ ଆଉ ପଛକୁ ହଟିନାହାନ୍ତି। ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ‘କ୍ରାଫ୍ଟ ଗ୍ୟାଲେରି’ରେ ହାତତିଆରି କଳାକୃତି ଗୁଡ଼ିକୁ ଭିଡିଓ କରି ଛାଡ଼ିବା ଆରମ୍ଭ କଲେ। ତେବେ ପ୍ରଥମେ ସେତେଟା ସଫଳତା ମିଳି ନ ଥିଲା। ପରବର୍ତ୍ତୀ ସମୟରେ ହସ୍ତକଳା ନିର୍ମାଣ କୌଶଳକୁ ଏଡିଟିଂ କରି ଭିଡିଓ କରିବା ପରେ ଧୀରେ ଧୀରେ ଏହା ଲୋକପ୍ରିୟ ହେବାକୁ ଲାଗିଲା। ସବ୍‌ସ୍କ୍ରାଇବର ସଂଖ୍ୟା ୧ ଲକ୍ଷ ଟପିବା ପରେ ୟୁଟ୍ୟୁବ୍‌ରୁ ବିଜ୍ଞାପନ ମିଳିବା ଆରମ୍ଭ ହେଲା। ଏବେ ତାଙ୍କ ଫଲୋର୍ସ ସଂଖ୍ୟା ୮ କୋଟି ଟପିଛି। ପ୍ରଥମେ ମାସକୁ ମାତ୍ର ୪-୫ ହଜାର ଟଙ୍କା ରୋଜଗାର ହେଉଥିବାବେଳେ ୟୁଟ୍ୟୁବ୍‌ ବିଜ୍ଞାପନ ମିଳିବା ପରେ ଏହା ଲକ୍ଷେ ଟପିଛି। ଆଗାମୀ ଦିନରେ ଏହାକୁ ଆହୁରି ଆଗକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ପିତା।
ଉଚ୍ଚଶିକ୍ଷିତା ଝିଅ ସରକାରୀ ଚାକିରି କରୁ ବୋଲି ଚାହୁଁଥିବା ବାପା ପ୍ରଥମେ ଏଭଳି କାର୍ଯ୍ୟକୁ ବିରୋଧ କରୁଥିଲେ। ହେଲେ କଳାର ମହତ୍ତ୍ୱ ସୁଦୂରପ୍ରସାରୀ ହେବା ପରେ ସେ ବି ଦେଉଛନ୍ତି ଭରପୂର ସମର୍ଥନ। କେବଳ ଏତିକି ନୁହେଁ, ଅର୍ପିତାଙ୍କ ହାତ ତିଆରି କଳାକୃତି ଦେଖିବା ଲାଗି ପ୍ରତିଦିନ ଶତାଧିକ ଲୋକେ ଭିଡ଼ ଜମାଉଛନ୍ତି। ଅର୍ପିତାଙ୍କ ଏଭଳି ସଫଳତାକୁ ନେଇ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri