Posted inଫୁରସତ

ମନ୍‌ସୁନ୍‌ ଡେଷ୍ଟିନେଶନ’ କର୍ଜତ’

ମହାରାଷ୍ଟ୍ରର ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ନଦୀ, ଝରଣାର ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ରିମ୍‌ଝିମ୍‌ ବର୍ଷାରେ ଭିଜିଭିଜି ଏଠାକାର ପାହାଡ଼, ପର୍ବତକୁ ବୁଲି ଦେଖିବାରେ ମିଳିଥାଏ ଏକ ଅପୂର୍ବ ଆନନ୍ଦ। କେବଳ ସେତିକି ନୁହେଁ ଏଠାକାର ନିକଟତମ ଅଞ୍ଚଳରେ ଅନେକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ବି ଦେଖିବାକୁ ମିଳିଥାଏ…

କ’ଣ ଦେଖିବେ
କୋଥଲିଗଡ଼ ଦୁର୍ଗ: ଏହା କର୍ଜତ ଅଞ୍ଚଳର ସବୁଠାରୁ ଖାସ୍‌ ଟ୍ରେକିଂ ପଏଣ୍ଟ ଭାବେ ଜଣାଶୁଣା। ବହୁ ପୁରାତନ ଏହି ଦୁର୍ଗ ଉପରକୁ ଗଲେ ଚତୁଃପାର୍ଶ୍ୱର ଆକର୍ଷଣୀୟ ଦୃଶ୍ୟକୁ ମନଭରି ଉପଭୋଗ କରିହୁଏ। ସ୍ଥାନୀୟ ଲୋକଙ୍କ ମତାନୁସାରେ, ଏହା କେବଳ ଏକ ଦୁର୍ଗ ନୁହେଁ, ଅଧିକନ୍ତୁ ଏହା ଏକ ଲାଇଟ୍‌ ହାଉସ୍‌ର ଅନୁଭବ ବି ଦେଇଥାଏ।

ଉହ୍ଲାସ ଉପତ୍ୟକା: ଏହି ଉପତ୍ୟକା ନିଜର ଆକର୍ଷଣୀୟ ଝରଣା ପାଇଁ ବେଶ୍‌ ପରିଚିତ। ବିଶେଷକରି ବର୍ଷାଦିନେ ଉକ୍ତ ଝରଣାର ଆକର୍ଷଣ ଖୁବ୍‌ ବଢ଼ିଯାଏ। ଟ୍ରେକିଂ ପରି ଦୁଃସାହସିକ କ୍ରୀଡ଼ା ପାଇଁ ଏଠାରେ ସୁବିଧା ମଧ୍ୟ ରହିଛି। ସେଥିପାଇଁ ପ୍ରକୃତିପ୍ରେମୀଙ୍କଠାରୁ ଆରମ୍ଭ କରି ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏହା ଏକ ଆଦର୍ଶ ସ୍ଥଳୀ ଭାବେ ମଧ୍ୟ ନାଁ କରିପାରିଛି।

କୋଣ୍ଡାନା ଗୁମ୍ଫା: ମହାରାଷ୍ଟ୍ରର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଏହାର ବେଶ୍‌ ନାଁ ରହିଛି। କର୍ଜତ ବୁଲି ଆସୁଥିବା ଲୋକେ ଚାହିଁଲେ ଏଠାକୁ ମଧ୍ୟ ବୁଲି ଯାଇପାରିବେ। ଏହି ଗୁମ୍ଫା ରୋମାଞ୍ଚକ ଅନୁଭବ ଦେଇଥାଏ। ସେହିପରି ଉକ୍ତ ଗୁମ୍ଫାର ବାସ୍ତୁକଳା ବି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। କୁହାଯାଏ, ବୌଦ୍ଧଧର୍ମ ସହିତ ଏହି ଗୁମ୍ଫାର ଅନେକ ସମ୍ପର୍କ ରହିଛି। କାରଣ ଏଠାରେ ଏବେ ବି ଅନେକ ବୌଦ୍ଧସ୍ତୂପ ଥିବାର ଦେଖିବାକୁ ମିଳିଥାଏ।

କୋଣ୍ଡେଶ୍ୱର ମନ୍ଦିର:ଏହି ମନ୍ଦିରରେ ଦେବଦେବ ମହାଦେବଙ୍କୁ ପୂଜା କରାଯାଇଥାଏ। ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଗଲେ ଖୁବ୍‌ ଶାନ୍ତି ମିଳିଥାଏ। କର୍ଜତ ବୁଲି ଆସୁଥିବା ପର୍ଯ୍ୟଟକ ଏଠାକୁ ବି ଯାଇପାରିବେ।

କେବେ ଯିବେ
କର୍ଜତକୁ ବୁଲି ଆସିବା ପାଇଁ ବର୍ଷାଦିନ ହେଉଛି ସବୁଠୁ ଭଲ ସମୟ। କାରଣ ଏହିଦିନେ ଏଠାକାର ନଦୀ, ଝରଣା, ପାହାଡ, ପର୍ବତର ସୌନ୍ଦର୍ଯ୍ୟ ଅଧିକ ଆକର୍ଷଣୀୟ ଲାଗିଥାଏ। କିନ୍ତୁ ଏହିସବୁ ସ୍ଥାନକୁ ଯିବାକୁ ହେଲେ ଖୁବ୍‌ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ। କାରଣ ବର୍ଷା ଯୋଗୁ ରାସ୍ତାଘାଟରେ ଗୋଡ଼ ଖସିଯିବାର ସମ୍ଭାବନା ରହିଛି। ବିପଦ ଥିବାର ଜାଣି ମଧ୍ୟ ପର୍ଯ୍ୟଟକ ବର୍ଷାଦିନେ ହିଁ ଏଠାକୁ ଅଧିକ ସଂଖ୍ୟାରେ ବୁଲି ଆସିଥାନ୍ତି।

କେମିତି ଯିବେ
ସଡ଼କପଥ ତଥା ରେଳପଥରେ ଏଠାକୁ ଯିବାର ସୁବିଧା ରହିଛି। ମୁମ୍ବାଇ ହେଉଛି ଏହାର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ସେହିପରି ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି କର୍ଜତର ନିକଟତମ ବିମାନବନ୍ଦର।

ଦୁଃସାହସିକ ପର୍ଯ୍ୟଟନର ମଜା
ଦୁଃସାହସିକ କ୍ରୀଡ଼ା ପାଇଁ କର୍ଜତରେ ଅନେକ ସୁବିଧା ରହିଛି। ଖାସ୍‌ କରି ଟ୍ରେକିଂ, ମାଉଣ୍ଟେନିଂ, ହାଇକିଂ ଏବଂ ଓ୍ବାଟର୍‌ ରାଫ୍ଟିଂ ଏଠାରେ ସୁବିଧାରେ କରି ହୋଇଥାଏ। ହେଲେ ବର୍ଷାଦିନେ ଏହି କ୍ରୀଡ଼ା ପାଇଁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ।

କ’ଣ କିଣିବେ
ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବେଶ ସୁଲଭ ମୂଲ୍ୟରେ ଏଠାରୁ କିଣିପାରିବେ, ଯାହାକୁ କର୍ଜତରେ ବସବାସ କରୁଥିବା ଗ୍ରାମବାସୀ ନିଜେ ତିଆରି କରିଥାନ୍ତି ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri